ଭଞ୍ଜନଗର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ ଘଟାଇଛନ୍ତି। ଛେତାଭୂଇଁ ରୋଡ଼ରେ ଜଣେ ବ୍ୟକ୍ତିଙ୍କ ଘର ଆଗରେ ଦଣ୍ଡନାଚ ଚାଲିଥିବା ବେଳେ ଦୁର୍ବୃତ୍ତମାନେ ବାଡ଼ିପଟେ ପୋଡ଼ାଜଳା କରିଛନ୍ତି। ସେମାନେ ୬ବାଇକ୍ ସହ ଗୋଟିଏ ବୋଲେରୋକୁ ଜାଳି ଦେଇଛନ୍ତି। ଦୁର୍ବୃତ୍ତଙ୍କ ଏଭଳି ଲଙ୍କାକାଣ୍ଡ ପଛର କାରଣ ସ୍ପଷ୍ଟ ହୋଇନି।