ମଦ ଦୋକାନ ଖୋଲିବାକୁ ନେଇ ମାରପିଟ ଓ ପୋଡ଼ାଜଳା; ୪ ଆହତ  

ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର): ମଦ ଦୋକାନ ଖୋଲିବାକୁ କେନ୍ଦ୍ରକରି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଅଙ୍ଗୁଳେଇରେ ଉତ୍ତେଜନା ପ୍ରକାଶ ପାଇଛି। ମାରପିଟ ମଧ୍ୟ ହୋଇଛି। ଏଥିରେ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ମଦ ଦୋକାନ କର୍ମଚାରୀଙ୍କ ମାଡ଼ରେ ସରପଞ୍ଚଙ୍କ ସ୍ୱାମୀଙ୍କ ସହ ଅନ୍ୟ ଜଣେ ଆହତ ହୋଇଥିବା ଅଭିଯୋଗ ହୋଇଛି। ଏମିତିକି ମହିଳା ସରପଞ୍ଚଙ୍କୁ ମଧ୍ୟ ଟଣାଓଟରା କରାଯାଇଥିବା ଅଭିଯୋଗ ହୋଇଛି।  ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ମଦ ଦୋକାନ ମାଲିକ ଓ ଜଣେ କର୍ମଚାରୀଙ୍କୁ ମାଡ଼ ମାରିବା ସହ ୨ଟି ଗାଡ଼ି ପୋଡ଼ି ଦେଇଛନ୍ତି।

ଗତକାଲି ଅଙ୍ଗୁଳେଇ ବଜାରରେ ମଦ ଦୋକାନ ଖୋଲାକୁ ବିରୋଧ କରି ରାସ୍ତାରୋକ ହୋଇଥିଲା। ମାର୍ଶାଘାଇ ତହସିଲଦାର ଓ ଡିଏସପି ଘଟଣାସ୍ଥଳକୁ ଯାଇ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ସହ ମଦ ଦୋକାନ ବନ୍ଦ କରାଇଥିଲେ। ହେଲେ ଆଜି ଦୋକାନ ମାଲିକ ପୁଣି ଦୋକାନ ଖୋଲିଥିବାରୁ ପୁଣି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

Previous ArticleNext Article

Send this to a friend