ଡିଜିପିଙ୍କୁ ଭେଟି ନ୍ୟାୟ ମାଗିଲେ ଉଷସୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନୁଗୋଳରେ ଦୁର୍ବ୍ୟବହାରର ଶିକାର ହୋଇଥିବା ଅଭିନେତ୍ରୀ ଉଷସୀ ମିଶ୍ର ପୋଲିସ ମହାନିର୍ଦ୍ଦେଶକ ଆରପି ଶର୍ମାଙ୍କୁ ଭେଟି ନ୍ୟାୟ ମାଗିଛନ୍ତି। ୭ ଦିନ ପରେ ମଧ୍ୟ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ସେ ଅଭିଯୋଗ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ଏହି ଅବସରରେ ସିନେ କ୍ରିଟିକ ଆସୋସିଏସନର କର୍ମକର୍ତ୍ତା ମଧ୍ୟ ଉଷସୀଙ୍କ ସହିତ ଯାଇଥିଲେ।

ଗତ ୨୨ ତାରିଖରେ ଅନୁଗୋଳ ନିକଟ ଡେରଙ୍ଗ ନିକଟରେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ କଣିହାଁ ଥାନାରେ ଅଭିଯୋଗ କରିଥିଲେ ଉଷସୀ। ଯାତ୍ରା ପାଇଁ ଯାଇଥିବା ବେଳେ ଇନ୍ଦ୍ରମଣି ସାହୁ ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କ ଦୁଇ ପୁଅ ଉଷସୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ ଉଷସୀଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି ଇନ୍ଦ୍ରମଣି ସାହୁ।

Ordigital Desk
• Published: Sunday, 29 April 2018
• Updated: 29 April 2018, 05:11 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନୁଗୋଳରେ ଦୁର୍ବ୍ୟବହାରର ଶିକାର ହୋଇଥିବା ଅଭିନେତ୍ରୀ ଉଷସୀ ମିଶ୍ର ପୋଲିସ ମହାନିର୍ଦ୍ଦେଶକ ଆରପି ଶର୍ମାଙ୍କୁ ଭେଟି ନ୍ୟାୟ ମାଗିଛନ୍ତି। ୭ ଦିନ ପରେ ମଧ୍ୟ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ସେ ଅଭିଯୋଗ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ଏହି ଅବସରରେ ସିନେ କ୍ରିଟିକ ଆସୋସିଏସନର କର୍ମକର୍ତ୍ତା ମଧ୍ୟ ଉଷସୀଙ୍କ ସହିତ ଯାଇଥିଲେ।

ଗତ ୨୨ ତାରିଖରେ ଅନୁଗୋଳ ନିକଟ ଡେରଙ୍ଗ ନିକଟରେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ କଣିହାଁ ଥାନାରେ ଅଭିଯୋଗ କରିଥିଲେ ଉଷସୀ। ଯାତ୍ରା ପାଇଁ ଯାଇଥିବା ବେଳେ ଇନ୍ଦ୍ରମଣି ସାହୁ ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କ ଦୁଇ ପୁଅ ଉଷସୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ ଉଷସୀଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି ଇନ୍ଦ୍ରମଣି ସାହୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos