ଓଡ଼ିଶାର ୪ଟି ବିଶ୍ୱବିଦ୍ୟାଳୟକୁ ମିଳିଲା ୟୁଜିସି ଅଟୋନମି

<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ରାଜ୍ୟର ୪ଟି ବିଶ୍ୱବିଦ୍ୟାଳକୁ ମିଳିଲା ୟୁଜିସି ଅଟୋନମି। ୟୁନିଭରସିଟି ଗ୍ରାଣ୍ଟସ କମିଶନ ୟୁଜିସି ପକ୍ଷରୁ ଦେଶର ୬୦ଟି ଶିକ୍ଷାନୁଷ୍ଠାନକୁ ସ୍ୱଂୟଶାସନ କ୍ଷମତା ପ୍ରଦାନ କରାଯାଇଛି। ଏହା ଭିତରେ ଓଡ଼ିଶାର ୪ଟି ବିଶ୍ୱବିଦ୍ୟାଳୟ ରହିଛି। ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ୨ଟି ଡିମଡ୍ ବିଶ୍ୱବିଦ୍ୟାଳୟ ଏବଂ କଟକରେ ଥିବା ନ୍ୟାସନାଲ ଲ ୟୁନିଭରସିଟିକୁ ଏହି ମାନ୍ୟତା ମିଳିଛି।</p> <p>ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଏହି ଶିକ୍ଷାନୁଷ୍ଠାନ ଗୁଡିକ ପୂର୍ବଭଳି ୟୁଜିସି ନିୟନ୍ତ୍ରଣରେ ରହିବେ ତେବେ ୟୁଜିସି ଦ୍ୱାରା ଅଟୋନମି ମାନ୍ୟତା ମିଳିବା ପରେ ଏହି ସମସ୍ତ ଶିକ୍ଷାନୁଷ୍ଠାନ ସ୍ୱତନ୍ତ୍ର କ୍ଷମତା ଉପଭୋଗ କରିବେ। ଏହି ମାନ୍ୟତା ପରେ ବିଶ୍ୱବିଦ୍ୟାଳୟ ଗୁଡ଼ିକ ନୂତନ ପାଠ୍ୟକ୍ରମ ଆରମ୍ଭ, ଅଫ୍ କ୍ୟାମ୍ପସ ସେଣ୍ଟର, ଦକ୍ଷତା ବୃଦ୍ଧି ସମ୍ବନ୍ଧୀୟ ପାଠ୍ୟକ୍ରମ ପ୍ରଚଳନ, ଗବେଷଣା କେନ୍ଦ୍ର ଖୋଲିବା ନିଷ୍ପତ୍ତି ଏବଂ ଅନ୍ୟ ପରିଚାଳନାଗତ କ୍ଷେତ୍ରରେ ନିଜସ୍ୱ ନିଷ୍ପତ୍ତି ନେଇପାରିବେ।</p>

Ordigital Desk
  • Published: Wednesday, 21 March 2018
  • Updated: 21 March 2018, 01:25 PM IST

Sports

Latest News

<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ରାଜ୍ୟର ୪ଟି ବିଶ୍ୱବିଦ୍ୟାଳକୁ ମିଳିଲା ୟୁଜିସି ଅଟୋନମି। ୟୁନିଭରସିଟି ଗ୍ରାଣ୍ଟସ କମିଶନ ୟୁଜିସି ପକ୍ଷରୁ ଦେଶର ୬୦ଟି ଶିକ୍ଷାନୁଷ୍ଠାନକୁ ସ୍ୱଂୟଶାସନ କ୍ଷମତା ପ୍ରଦାନ କରାଯାଇଛି। ଏହା ଭିତରେ ଓଡ଼ିଶାର ୪ଟି ବିଶ୍ୱବିଦ୍ୟାଳୟ ରହିଛି। ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ୨ଟି ଡିମଡ୍ ବିଶ୍ୱବିଦ୍ୟାଳୟ ଏବଂ କଟକରେ ଥିବା ନ୍ୟାସନାଲ ଲ ୟୁନିଭରସିଟିକୁ ଏହି ମାନ୍ୟତା ମିଳିଛି।</p><p>ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଏହି ଶିକ୍ଷାନୁଷ୍ଠାନ ଗୁଡିକ ପୂର୍ବଭଳି ୟୁଜିସି ନିୟନ୍ତ୍ରଣରେ ରହିବେ ତେବେ ୟୁଜିସି ଦ୍ୱାରା ଅଟୋନମି ମାନ୍ୟତା ମିଳିବା ପରେ ଏହି ସମସ୍ତ ଶିକ୍ଷାନୁଷ୍ଠାନ ସ୍ୱତନ୍ତ୍ର କ୍ଷମତା ଉପଭୋଗ କରିବେ। ଏହି ମାନ୍ୟତା ପରେ ବିଶ୍ୱବିଦ୍ୟାଳୟ ଗୁଡ଼ିକ ନୂତନ ପାଠ୍ୟକ୍ରମ ଆରମ୍ଭ, ଅଫ୍ କ୍ୟାମ୍ପସ ସେଣ୍ଟର, ଦକ୍ଷତା ବୃଦ୍ଧି ସମ୍ବନ୍ଧୀୟ ପାଠ୍ୟକ୍ରମ ପ୍ରଚଳନ, ଗବେଷଣା କେନ୍ଦ୍ର ଖୋଲିବା ନିଷ୍ପତ୍ତି ଏବଂ ଅନ୍ୟ ପରିଚାଳନାଗତ କ୍ଷେତ୍ରରେ ନିଜସ୍ୱ ନିଷ୍ପତ୍ତି ନେଇପାରିବେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos