ଏକାକୀ ଲଢ଼ିବ ‘ଉତ୍କଳ ଭାରତ’

Kharavela-Swain

ଭୁବନେଶ୍ୱର: ‘ଉତ୍କଳ ଭାରତ’ ପଞ୍ଚାୟତ ନିର୍ବାଚନରେ ଏକାକୀ ଲଢ଼ିବ ବୋଲି ଆଜି ଏହାର ସଭାପତି ଖାରବେଳ ସ୍ୱାଇଁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସେ କହିଛନ୍ତି, ଦଳ ‘ମୁଦି’ ଚିହ୍ନରେ ନିର୍ବାଚନ ଲଢ଼ିବ। ୧୩ଟି ଜିଲ୍ଲାରେ ୫୯ଟି ଜିଲ୍ଲା ପରିଷଦ ଜୋନ୍‌ରେ ଦଳ ପ୍ରାର୍ଥୀ ଛିଡ଼ା କରିଛି। ମୟୂରଭଞ୍ଜରେ ଦଳ ସର୍ବାଧିକ ୨୧ ଜଣ ପ୍ରାର୍ଥୀଙ୍କୁ ଛିଡ଼ା କରିଛି।

ଗତ ବିଧାନସଭା ନିର୍ବାଚନରେ ଦଳ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ‘ଆମ ଓଡ଼ିଶା’ ସହ ମାଠିଆ ଚିହ୍ନରେ ଲଢ଼ିଥିଲା।

Previous ArticleNext Article