ଯାଜପୁର (ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଦିବସକୁ ଭିନ୍ନ ଢଙ୍ଗରେ ପାଳନ କରାଯାଇଛି। ଆକାଶମାର୍ଗରୁ ହେଲିକପ୍ଟରରେ ପୁଷ୍ପ ବୃଷ୍ଟି କରାଯାଇ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।
ଏହି ଅବସରରେ ସଂସ୍କୃତି ଭବନରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିସହ ଉତ୍କଳ ଦିବସ ଅବସରରେ ମେଡିକାଲରେ ରୋଗୀ ଓ ଯାଜପୁର ଜେଲ୍ର ଅନ୍ତେବାସୀଙ୍କୁ ମିଠା ଓ ଫଳ ବଣ୍ଟନ କରାଯାଇଥିଲା।