ଓଡ଼ିଶାର ଇତିହାସ ଓ ନୃତ୍ୟରେ ଦୁଲୁକିଲା ବାହାରିନ

ବାହାରିନ (ଓଡ଼ିଶା ରିପୋର୍ଟର): ବାହାରିନରେ ଉତ୍ସାହ ଓ ଉଦ୍ଦିପନାର ସହ ଏପ୍ରିଲ ୧୪ ତାରିଖରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଓଡିଆ ସମାଜ ଦ୍ୱାରା ଅନୁଷ୍ଠତି ଏହି କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରଦୂତ ଆଲୋକ କୁମାର ସିହ୍ନା ମୁଖ୍ୟଅତିଥି, ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ସମ୍ମାନିତ ଅତିଥି ଏବଂ ବାହାରିନ ସ୍ଥିତ ନେପାଳ ରାଷ୍ଟ୍ରଦୂତ ପଦମ ସୁନଦାସ ଓ ଶ୍ରୀଲଙ୍କା ରାଷ୍ଟ୍ରଦୂତ ଡ. ଏ. ସାଜଉ ମେଁଡିସ ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ।

ବାହାରିନ ଓଡିଆ ସମାଜ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୁବ କଳାକାରଙ୍କ ଜଲୱା ଦେଖିବାକୁ ମିଳିଥିଲା। ଖାସକରି ଶିଶୁ କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହି ପାରିଥିଲା। ଶିଶୁ କଳାକାରଙ୍କ ଦ୍ୱାରା ପ୍ରଦର୍ଶିତ ଓଡ଼ିଶାର ଇତିହାସ, ଓଡ଼ିଆ ପର୍ବପର୍ବାଣୀକୁ ନେଇ ପ୍ରଭାସୀ ଓଡିଆ ମହିଳାଙ୍କ ନୃତ୍ୟ ମନମୁଗ୍ଧକର ଥିଲାI ବରିଷ୍ଠ ନାଗରିକମାନେ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜ କଳା ପ୍ରଦର୍ଶନ କରିଥିଲେ।

କାର୍ଯ୍ୟକ୍ରମରେ ସମାଜର ପ୍ରତିଟି ସଦସ୍ୟଙ୍କ ଅକ୍ଲାନ୍ତ ପରିଶ୍ରମ ଓ ନିସ୍ଵାର୍ଥପର ଭାବନା ଦେଖିବାକୁ ମିଳିଥିଲା।

ବାହାରିନ ସ୍ଥିତ ଓଡ଼ିଆ ସମାଜର କାର୍ଯ୍ୟକାରୀରିଣୀ ସମିତି ମୁଖ୍ୟ ବଷ୍ଣୁ ମହାନ୍ତି, ମହେଶ ଦାସ, ରମେଶ ପାଣିଗ୍ରାହୀ, ବିଶ୍ୱାସ ପଟ୍ଟନାୟକ, ଅଭୂଦୟ, ସଂଗଠନର ବିଶେଷ ପରାମର୍ଶଦାତା କିଶୋର ଦାସ ଏବଂ ଅରୁଣ କୁମାର ପ୍ରହରାଜ ତଥା ଅନ୍ୟ ସମସ୍ତ ସଦସ୍ୟସଦସ୍ୟା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Ordigital Desk
• Published: Wednesday, 25 April 2018
• Updated: 25 April 2018, 10:31 PM IST

Sports

Latest News

ବାହାରିନ (ଓଡ଼ିଶା ରିପୋର୍ଟର): ବାହାରିନରେ ଉତ୍ସାହ ଓ ଉଦ୍ଦିପନାର ସହ ଏପ୍ରିଲ ୧୪ ତାରିଖରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଓଡିଆ ସମାଜ ଦ୍ୱାରା ଅନୁଷ୍ଠତି ଏହି କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରଦୂତ ଆଲୋକ କୁମାର ସିହ୍ନା ମୁଖ୍ୟଅତିଥି, ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ସମ୍ମାନିତ ଅତିଥି ଏବଂ ବାହାରିନ ସ୍ଥିତ ନେପାଳ ରାଷ୍ଟ୍ରଦୂତ ପଦମ ସୁନଦାସ ଓ ଶ୍ରୀଲଙ୍କା ରାଷ୍ଟ୍ରଦୂତ ଡ. ଏ. ସାଜଉ ମେଁଡିସ ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ।

ବାହାରିନ ଓଡିଆ ସମାଜ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୁବ କଳାକାରଙ୍କ ଜଲୱା ଦେଖିବାକୁ ମିଳିଥିଲା। ଖାସକରି ଶିଶୁ କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହି ପାରିଥିଲା। ଶିଶୁ କଳାକାରଙ୍କ ଦ୍ୱାରା ପ୍ରଦର୍ଶିତ ଓଡ଼ିଶାର ଇତିହାସ, ଓଡ଼ିଆ ପର୍ବପର୍ବାଣୀକୁ ନେଇ ପ୍ରଭାସୀ ଓଡିଆ ମହିଳାଙ୍କ ନୃତ୍ୟ ମନମୁଗ୍ଧକର ଥିଲାI ବରିଷ୍ଠ ନାଗରିକମାନେ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜ କଳା ପ୍ରଦର୍ଶନ କରିଥିଲେ।

କାର୍ଯ୍ୟକ୍ରମରେ ସମାଜର ପ୍ରତିଟି ସଦସ୍ୟଙ୍କ ଅକ୍ଲାନ୍ତ ପରିଶ୍ରମ ଓ ନିସ୍ଵାର୍ଥପର ଭାବନା ଦେଖିବାକୁ ମିଳିଥିଲା।

ବାହାରିନ ସ୍ଥିତ ଓଡ଼ିଆ ସମାଜର କାର୍ଯ୍ୟକାରୀରିଣୀ ସମିତି ମୁଖ୍ୟ ବଷ୍ଣୁ ମହାନ୍ତି, ମହେଶ ଦାସ, ରମେଶ ପାଣିଗ୍ରାହୀ, ବିଶ୍ୱାସ ପଟ୍ଟନାୟକ, ଅଭୂଦୟ, ସଂଗଠନର ବିଶେଷ ପରାମର୍ଶଦାତା କିଶୋର ଦାସ ଏବଂ ଅରୁଣ କୁମାର ପ୍ରହରାଜ ତଥା ଅନ୍ୟ ସମସ୍ତ ସଦସ୍ୟସଦସ୍ୟା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos