ଆଜି ଉତ୍କଳ ଗୌରବ ମଧୁସୂଦନ ସେତୁର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଉତ୍କଳ ଗୌରବ ମଧୁସୂଦନ ସେତୁର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାନଦୀ ଉପରେ ହୋଇଥିବା ଏହି ସେତୁ କଟକ ସହିତ ଚୌଦ୍ୱାର ନୂଆପାଟଣାକୁ ସଂଯୋଗ କରିବ।  ଏହି ସେତୁ ଦ୍ୱାରା କଟକରୁ ଢେଙ୍କାନାଳର ଦୂରତା ପାଖାପାଖି ୨୨ କିଲୋମିଟର କମିଯିବ। ଏଥିସହ ଧବଳେଶ୍ୱର, କଖଡି, ଆଠଗଡ଼ ଏବଂ ଚୌଦ୍ୱାରର ବିଭିନ୍ନ ଅଞ୍ଚଳକୁ ମଧ୍ୟ ଦୂରତା କମିଯିବ। ଫଳରେ ଜନସାଧାରଣ ଓ ବ୍ୟବସାୟୀମାନେ ବିଶେଷ ଉପକୃତ ହେବେ। ଏହି ସେତୁର ଲମ୍ବା ଅଢେଇ କିଲୋମିଟର ହୋଇଥିବା ବେଳେ ଚଉଡା ୧୩ ମିଟର ରହିଛି।  ଓଡ଼ିଶା ସରକାର ଓ ନାବାର୍ଡ ସହଯୋଗରେ ଏହି ସେତୁ ନିର୍ମାଣ କରାଯାଇଛି।

Previous ArticleNext Article

Send this to a friend