ଉତ୍ତରାଖଣ୍ଡ ବନ୍ୟାକୁ ୨ବର୍ଷ ବିତିଲା: ରାଠି ପରିବାର ଲୋକଙ୍କ ଆଖିରୁ ଏବେ ବି ଶୁଖିନି ଲୁହ

ସମ୍ୱଲପୁର: ୨୦୧୩ ଜୁନ ୧୪ରୁ ୧୭ ତାରିଖରେ ଉତ୍ତରାଖଣ୍ଡରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟା ଓ ଭୂ-ସ୍ଖଳନକୁ ଦୁଇବର୍ଷ ପୂରିଛି । ତେବେ ଏହି ବିତ୍ପାତରେ ନିଜର ପ୍ରିୟଜନଙ୍କୁ ହରାଇଥିବା ଲୋକେ ଆଜି ବି ଏହାକୁ ଭୁଲି ପାରିନାହାନ୍ତି । ତୀର୍ଥଯାତ୍ରାରେ ଯାଇଥିବା ସମ୍ୱଲପୁର ରାଠି ପରିବାରର ୧୭ଜଣ ନିଖୋଜ ହୋଇଯାଇଥିଲେ ଏହି ପ୍ରଳୟଙ୍କାରୀ ବନ୍ୟା ଓ ଭୂ-ସ୍ଖଳନରେ । ଏହି ପରିବାରର ଏକମାତ୍ର ସଦସ୍ୟ ସୁରଜ ଓ ଭିଣୋଇ ଜ୍ୱାଇଁ ବିନୋଦ ମନ୍ତ୍ରୀ ଜୀବିତ ଫେରିଥିଲେ । […]

Rathi2

Rathi2

Rakesh Mallick
  • Published: Wednesday, 17 June 2015
  • Updated: 17 June 2015, 01:52 PM IST

Sports

Latest News

ସମ୍ୱଲପୁର: ୨୦୧୩ ଜୁନ ୧୪ରୁ ୧୭ ତାରିଖରେ ଉତ୍ତରାଖଣ୍ଡରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟା ଓ ଭୂ-ସ୍ଖଳନକୁ ଦୁଇବର୍ଷ ପୂରିଛି । ତେବେ ଏହି ବିତ୍ପାତରେ ନିଜର ପ୍ରିୟଜନଙ୍କୁ ହରାଇଥିବା ଲୋକେ ଆଜି ବି ଏହାକୁ ଭୁଲି ପାରିନାହାନ୍ତି । ତୀର୍ଥଯାତ୍ରାରେ ଯାଇଥିବା ସମ୍ୱଲପୁର ରାଠି ପରିବାରର ୧୭ଜଣ ନିଖୋଜ ହୋଇଯାଇଥିଲେ ଏହି ପ୍ରଳୟଙ୍କାରୀ ବନ୍ୟା ଓ ଭୂ-ସ୍ଖଳନରେ । ଏହି ପରିବାରର ଏକମାତ୍ର ସଦସ୍ୟ ସୁରଜ ଓ ଭିଣୋଇ ଜ୍ୱାଇଁ ବିନୋଦ ମନ୍ତ୍ରୀ ଜୀବିତ ଫେରିଥିଲେ । ହେଲେ ମନରୁ ଲିଭୁ ନାହିଁ ସେହି କରୁଣ ଦୃଶ୍ୟ । ଘଟଣା ମନେ ପଡିଲେ ଯେମିତି ମୁକ ପାଲଟି ଯାଉଛନ୍ତି ସୁରଜ । ଆଖି ଆଗକୁ ଆସିଯାଉଛି ବନ୍ୟାରେ ଭାସିଯାଉଥିବା ପରିବାର ଲୋକଙ୍କ ଚିତ୍କାର । ଆଜି ବି ନିଜ ଆତ୍ମୀୟଙ୍କୁ ହରାଇ ପରିବାର ଲୋକଙ୍କ ଆଖିରୁ ଶୁଖିନି ଲୁହ ।Rathi

ପ୍ରିୟଜନଙ୍କ ଆତ୍ମାର ସଦଗତି ନିମନ୍ତେ ଘରେ କରାଯାଉଛି ଅଖଣ୍ଡ ଗାୟତ୍ରୀ ମନ୍ତ୍ର ଜପ । ପରିବାରର ସବୁ ସଦସ୍ୟ କରୁଛନ୍ତି ମନ୍ତ୍ର ଜପ । ହେଲେ ଠାକୁରଙ୍କ ପାଖରେ ବସି ପାରୁନାହାନ୍ତି ସୁରଜ । ଆଖି ଆଗରେ ଭଗବାନ ପ୍ରିୟଜନଙ୍କୁ ଆରପାରିକୁ ନେଇଗଲେ । ଆଉ ତାଙ୍କୁ ବଞ୍ଚାଇ ଦେଇ ସବୁଦିନ ମରିବାକୁ ଛାଡିଦେଲେ ବୋଲି କ୍ଷୋଭର ସହ କହୁନ୍ତି ସୁରଜ । ଦିନେ ଗହଳି ଚହଳିରେ ଫ।ଟି ପଡୁଥିବା ରାଠି ପରିବାରରେ ଆଉ ଶୁଣିବାକୁ ମିଳୁନାହିଁ କାହାର ହସ । ଏତେ ବଡ ପରିବାର, ମାତ୍ର ସବୁବେଳେ ନିର୍ଜନତା ହିଁ ରାଜୁତି କରୁଛି । ପରିବାରରେ ଶାନ୍ତି ନାହିଁ । ହଜି ଯାଇଛି ଖୁସି । ସୁରଜଙ୍କ ୯୮ ବର୍ଷିୟା ବୃଦ୍ଧା ମା ଘଟଣା ପରଠାରୁ ଶଯ୍ୟା ଶାୟୀ ହୋଇ ପଡିଛନ୍ତି । ତାଙ୍କ ଅବସ୍ଥାରେ ଆଉ ସୁଧାର ଆସୁନି । କେବଳ ବଞ୍ଚିବାର ଅଛି ବୋଲି ସମୟ କାଟି ଦେଉଛୁ ବୋଲି କହିଛନ୍ତି ସୁରଜ ।Rathi1

୨୦୧୩ ଜୁନ ୮ ତାରିଖ । ହସଖୁସିରେ ସମ୍ୱଲପୁରରୁ ତୀର୍ଥଯାତ୍ରାରେ ବାହାରିଥିଲେ ରାଠି ପରିବାରର ୧୯ ଜଣ ସଦସ୍ୟ । ବିଭିନ୍ନ ତାର୍ଥସ୍ଥାନ ଭ୍ରମଣ ସମୟରେ ସେଠାରୁ ମୋବାଇଲରେ ନିୟମିତ ପଠାଉଥିଲେ ଫଟୋ । କେହି ଜାଣି ନ ଥିଲେ ଆଗକୁ ଅପେକ୍ଷା କରିଥିଲା ସେମାନଙ୍କୁ କାଳ ରୂପକ ଅଦୃଶ୍ୟ ଶକ୍ତି । ୧୭ ତାରିଖ ସକାଳେ ଅପ୍ରତ୍ୟାଶିତ ଭାବେ ମାଡି ଆସିଥିଲା ପାଣି । ଏଥିରେ ସୁରଜ ଓ ଭିଣୋଇ ଜ୍ୱାଇଁ ବିନୋଦଙ୍କ ଆଖି ଆଗରେ ଭାସିଗଲେ ପରିବାରର ୧୭ ଜଣ ସଦସ୍ୟ । ଏବେ ତୀର୍ଥଯାତ୍ରା ସମୟରେ ଉଠାଇ ଥିବା ଫଟୋ ସବୁ ଦେଖି ପ୍ରିୟଜନଙ୍କ ସ୍ମୃତି ସାଉଣ୍ଟୁଛନ୍ତି ପରିବାର ଲୋକେ । ଅନ୍ୟପକ୍ଷେ ଦୀର୍ଘ ୨୨ମାସ ପରେ ରାଠି ପରିବାର ଲୋକଙ୍କୁ ମିଳିଛି ମୃତ୍ୟୁ ପ୍ରମାଣପତ୍ର ଆଉ କ୍ଷତିପୂରଣ । ସୁରଜ କହିଛନ୍ତି ବ୍ୟାଙ୍କ, ବୀମା, ବ୍ୟବସାୟ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଆଇନଗତ ସମସ୍ୟା ଦୂର ଲାଗି ମୃତ୍ୟୁ ପ୍ରମାଣପତ୍ର ଆବଶ୍ୟକ ଥିଲା । ଯାହା ବିଳମ୍ବ ହେଉ ପଛେ ମିଳିଗଲା ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story