ବ୍ୟାଙ୍କ ନ ଥିବା ଗ୍ରାମାଞ୍ଚଳରେ ମିଳିବ ମୋବାଇଲ ବ୍ୟାଙ୍କିଙ୍ଗ ସେବା

aditya-padhi

ଭୁବନେଶ୍ୱର: ବ୍ୟାଙ୍କ ନ ଥିବା ଗ୍ରାମାଞ୍ଚଳରେ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ବ୍ୟାଙ୍କ ସେବା ମିଳିବ। ପଞ୍ଚାୟତ ଗୁଡିକରେ ମୋବାଇଲ୍‌ ବ୍ୟାଙ୍କିଙ୍ଗ ଜରିଆରେ ସେବା ଯୋଗାଇ ଦିଆଯିବ। ବ୍ୟାଙ୍କ ମିତ୍ରମାନେ ପ୍ରତିନିଧିଭାବେ ପଞ୍ଚାୟତ ଅଫିସ୍‌ରେ ସେବା ଯୋଗାଇଦେବେ ବୋଲି ମୁଖ୍ୟ ଶାସନ ସଚିବ ଆଜି ସୂଚନା ଦେଇଛନ୍ତି।

ଏ ନେଇ ଆଜି ସେ କ୍ୟାବିନେଟ୍‌ ସେକ୍ରେଟାରୀଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଥିଲେ। ଏହି ସମୟରେ ବ୍ୟାଙ୍କର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

Previous ArticleNext Article

Send this to a friend