ଜମିଜମା ବିବାଦର ଉଗ୍ର ରୂପ: ଆକ୍ରମଣ କଲେ, ଘର ଜାଳିଦେଲେ

<p>ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ): ଜମିଜମା ବିବାଦକୁ କେନ୍ଦ୍ର କରି ଆକ୍ରମଣ। ବ୍ରହ୍ମଗିରି ଥାନା ଝଜାପାଟଣା ଗାଁରେ ଏକ ପରିବାରକୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଗାଁର ଜଟାଧାରୀ ପ୍ରଧାନ ଏକ କୋଠ ଜମିକୁ ଜବରଦଖଲ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଗାଁ ଲୋକ ଓ ଜଟାଧାରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଗାଁରେ ସଭା ବସି ଉଭୟ ପକ୍ଷଙ୍କ ମଧ୍ୟରେ ମିଳାମିଶା ପାଇଁ ଚେଷ୍ଟା କରାଯାଇଥିଲା। ତେବେ ଆଜି ସକାଳେ ଗାଁର କିଛି ଲୋକ ଜଟାଧାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କର ଘର ଭାଙ୍ଗିବା ସହ ନିଆଁ ଲଗାଇ ଦେଇଥିବା ଜଟାଧାରୀ କହିଛନ୍ତି। ଅଭିଯୋଗ ମିଳିବା ପରେ ପୋଲିସ୍ ଗାଁରେ ପହଞ୍ଚି ତଦନ୍ତ କରିଛି।</p>

Ordigital Desk
  • Published: Tuesday, 05 June 2018
  • Updated: 05 June 2018, 04:46 PM IST

Sports

Latest News

<p>ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ): ଜମିଜମା ବିବାଦକୁ କେନ୍ଦ୍ର କରି ଆକ୍ରମଣ। ବ୍ରହ୍ମଗିରି ଥାନା ଝଜାପାଟଣା ଗାଁରେ ଏକ ପରିବାରକୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଗାଁର ଜଟାଧାରୀ ପ୍ରଧାନ ଏକ କୋଠ ଜମିକୁ ଜବରଦଖଲ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଗାଁ ଲୋକ ଓ ଜଟାଧାରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଗାଁରେ ସଭା ବସି ଉଭୟ ପକ୍ଷଙ୍କ ମଧ୍ୟରେ ମିଳାମିଶା ପାଇଁ ଚେଷ୍ଟା କରାଯାଇଥିଲା। ତେବେ ଆଜି ସକାଳେ ଗାଁର କିଛି ଲୋକ ଜଟାଧାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କର ଘର ଭାଙ୍ଗିବା ସହ ନିଆଁ ଲଗାଇ ଦେଇଥିବା ଜଟାଧାରୀ କହିଛନ୍ତି। ଅଭିଯୋଗ ମିଳିବା ପରେ ପୋଲିସ୍ ଗାଁରେ ପହଞ୍ଚି ତଦନ୍ତ କରିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos