ରାସ୍ତା କାମରେ ଦୁର୍ନୀତି ଅଭିଯୋଗ: ତଦନ୍ତ ଦାବି କଲେ ଗାଁ ଲୋକେ

ମୋହନା(ମିହିର ଜତି): ଗଜପତି ଜିଲ୍ଲା ବସ୍ତ୍ରିଗୁଡା ପଞ୍ଚାୟତର କଞ୍ଚୁମୁଲ ଗାଁ ରାସ୍ତା ନିର୍ମାଣ କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଯନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ବ୍ଲକର ଯନ୍ତ୍ରୀ କେ. ନାଗେଶ୍ୱର ସେନାପତିଙ୍କ ତତ୍ତ୍ୱାବଧାନରେ ୨୦୧୬-୧୭ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ୩ଲକ୍ଷ ୪୫ ହଜାର ଟଙ୍କା ଓ ପଞ୍ଚାୟତର ଫୋର୍ଥ SFC ପାଣ୍ଠିରୁ ୧ଲକ୍ଷ ଟଙ୍କା ବିନିମୟରେ ଆରଡି ରାସ୍ତାଠାରୁ କଞ୍ଚୁମୁଲ ଗାଁ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଇଥିଲା।

ତା’ପରେ ସେହି ଆର୍ଥିକ ବର୍ଷରେ ସାଂସଦଙ୍କ ପାଣ୍ଠିରୁ ୪ଲକ୍ଷ ୪୫ ହଜାର ଟଙ୍କା ମଞ୍ଜୁର କରି ଘାଟ୍ କଟିଙ୍ଗ ନକରି ଅଳ୍ପ କିଛି କାମ କରିଦେଇ ସମ୍ପୃକ୍ତ ଯନ୍ତ୍ରୀ ଏହାର ସମ୍ପୂର୍ଣ୍ଣ ବିଲ୍ କରି ଅର୍ଥ ହଡପ କରିଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମବାସୀମାନେ ଜିଲ୍ଲାପାଳ, ବିଡିଓ ଓ ବ୍ଳକ ଅଧ୍ୟକ୍ଷାଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ଏହାର ତଦନ୍ତ ଦାବି କରିଛନ୍ତି।

ଏନେଇ ବିଡିଓ ସଚ୍ଚିଦାନନ୍ଦ ନାୟକ କହିଛନ୍ତି,“ ଏହି ଘଟଣାର ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯିବ। ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Ordigital Desk
• Published: Friday, 18 May 2018
• Updated: 18 May 2018, 08:50 AM IST

Sports

Latest News

ମୋହନା(ମିହିର ଜତି): ଗଜପତି ଜିଲ୍ଲା ବସ୍ତ୍ରିଗୁଡା ପଞ୍ଚାୟତର କଞ୍ଚୁମୁଲ ଗାଁ ରାସ୍ତା ନିର୍ମାଣ କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଯନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ବ୍ଲକର ଯନ୍ତ୍ରୀ କେ. ନାଗେଶ୍ୱର ସେନାପତିଙ୍କ ତତ୍ତ୍ୱାବଧାନରେ ୨୦୧୬-୧୭ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ୩ଲକ୍ଷ ୪୫ ହଜାର ଟଙ୍କା ଓ ପଞ୍ଚାୟତର ଫୋର୍ଥ SFC ପାଣ୍ଠିରୁ ୧ଲକ୍ଷ ଟଙ୍କା ବିନିମୟରେ ଆରଡି ରାସ୍ତାଠାରୁ କଞ୍ଚୁମୁଲ ଗାଁ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଇଥିଲା।

ତା’ପରେ ସେହି ଆର୍ଥିକ ବର୍ଷରେ ସାଂସଦଙ୍କ ପାଣ୍ଠିରୁ ୪ଲକ୍ଷ ୪୫ ହଜାର ଟଙ୍କା ମଞ୍ଜୁର କରି ଘାଟ୍ କଟିଙ୍ଗ ନକରି ଅଳ୍ପ କିଛି କାମ କରିଦେଇ ସମ୍ପୃକ୍ତ ଯନ୍ତ୍ରୀ ଏହାର ସମ୍ପୂର୍ଣ୍ଣ ବିଲ୍ କରି ଅର୍ଥ ହଡପ କରିଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମବାସୀମାନେ ଜିଲ୍ଲାପାଳ, ବିଡିଓ ଓ ବ୍ଳକ ଅଧ୍ୟକ୍ଷାଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ଏହାର ତଦନ୍ତ ଦାବି କରିଛନ୍ତି।

ଏନେଇ ବିଡିଓ ସଚ୍ଚିଦାନନ୍ଦ ନାୟକ କହିଛନ୍ତି,“ ଏହି ଘଟଣାର ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯିବ। ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos