ଭଙ୍ଗାପୋଲରେ ଜୀବନ ଯାତ୍ରା: କେବେ ଦୁଃଖ ଶୁଣିବେ ସରକାର

bridge-1

ରାଇରଙ୍ଗପୁର(ଓଡ଼ିଶା ରିପୋର୍ଟର):ଭଙ୍ଗା ପୋଲରେ ଚାଲିଛି ଜୀବନଯାତ୍ରା  । ଅସ୍ଥାୟୀ ବାଉଁଶପୋଲ ଦେଇ ଯିବାଆସିବା କରୁଛନ୍ତି ସ୍କୁଲ ପିଲା ଓ ସ୍ଥାନୀୟଲୋକେ ।  କେତବେଳେ କ’ଣ ଯେ ଦୁର୍ଘଟଣା ଘଟିବ, କହିହେବ ନାହିଁ । ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ ପରେବି ଫଳ ଶୂନ। ମୟୁରଭଂଜ ଜିଲ୍ଲା ବିଜାପାଳ ବ୍ଲକ ରାଇହରି ପଞ୍ଚାୟତର ଜୋଲଡିହା ଗ୍ରାମବାସୀ ଏମିତି ଦୁର୍ଦ୍ଦଶା ଭୋଗୁଛନ୍ତି। ସ୍ଥାୟୀ ପୋଲ ନାହିଁ। ବାଉଁସ ପୋଲ ପାଲଟିଛି  ଲୋକଙ୍କ ଯିବା ଆସିବାର ଏକମାତ୍ର ମାଧ୍ୟମ। ଲକ୍ଷାଧିକ ଟଙ୍କା ବ୍ୟୟରେ ୫ ମାସ ପୂର୍ବରୁ  ଆରଡି ବିଭାଗ ପକ୍ଷରୁ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା ।

ବିଜାତଳ ଓ କୁସୁମୀ ବ୍ଲକର ପ୍ରାୟ ୧୦୦ରୁ ଅଧିକ ଲୋକଙ୍କୁ ଏଇ ପୋଲ ରାସ୍ତା ସୁବିଧା ହେଉଥିବାବେଳେ ଏବେ ସ୍ଥାୟୀ ପୋଲ ପାଇଁ ଗାଁଲୋକ ଦାବି କରିଛନ୍ତି । ତେବେ ଆସନ୍ତା ଆର୍ଥିକ ବର୍ଷରେ ବିଜୁ ସେତୁ ଯୋଜନାରେ ଏନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରାଇରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ। ଅନ୍ୟପଟେ  ଖୁବ୍‌ଶୀଘ୍ର ସ୍ଥାୟୀ ପୋଲ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Previous ArticleNext Article

Send this to a friend