ଶାହାଙ୍କ ଗସ୍ତର ଭିତିରି କଥା...

ଭୁବନେଶ୍ୱର(ଦେବଦତ୍ତ ରଥ): ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଆସିଥିଲେ। ଶାହାଙ୍କର କୌଣସି ଜନସଭା ନ ଥିଲା। କେବଳ ସାଙ୍ଗଠନିକ ବୈଠକ ପାଇଁ ସେ ଓଡ଼ିଶା ଆସିଥିଲେ। ଶାହାଙ୍କ ଗସ୍ତକୁ ରାଜ୍ୟ ବିଜେପି ଯେତିକି ଚାହିଁ ବସିଥିଲା ତା’ଠାରୁ ଅଧିକ ନଜର ରଖିଥିଲା ଶାସକ ବିଜେଡି ଦଳ। ତେବେ କ’ଣ ରହିଲା ଶାହାଙ୍କର ଓଡ଼ିଶା ଗସ୍ତର ଭିତିରି କଥା, ଆପଣ ଜାଣିଛନ୍ତି କି ? ଶାହା ରାଜ୍ୟ କୋର କମିଟି, ସୋସିଆଲ ମିଡିଆ ସେଲ, […]

PTI8_9_2014_000057B

PTI8_9_2014_000057B

Rakesh Mallick
  • Published: Tuesday, 03 July 2018
  • Updated: 03 July 2018, 07:14 PM IST

Sports

Latest News

ଭୁବନେଶ୍ୱର(ଦେବଦତ୍ତ ରଥ): ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଆସିଥିଲେ। ଶାହାଙ୍କର କୌଣସି ଜନସଭା ନ ଥିଲା। କେବଳ ସାଙ୍ଗଠନିକ ବୈଠକ ପାଇଁ ସେ ଓଡ଼ିଶା ଆସିଥିଲେ। ଶାହାଙ୍କ ଗସ୍ତକୁ ରାଜ୍ୟ ବିଜେପି ଯେତିକି ଚାହିଁ ବସିଥିଲା ତା'ଠାରୁ ଅଧିକ ନଜର ରଖିଥିଲା ଶାସକ ବିଜେଡି ଦଳ।

ତେବେ କ'ଣ ରହିଲା ଶାହାଙ୍କର ଓଡ଼ିଶା ଗସ୍ତର ଭିତିରି କଥା, ଆପଣ ଜାଣିଛନ୍ତି କି ? ଶାହା ରାଜ୍ୟ କୋର କମିଟି, ସୋସିଆଲ ମିଡିଆ ସେଲ, ପଞ୍ଚାୟତ ପ୍ରତିନିଧିମାନଙ୍କର ବୈଠକରେ ବସିଲେ। କେନ୍ଦ୍ର ସରକାର ପୂର୍ବରୁ ଦେଇଥିବା ଟାକ୍ସର ସମୀକ୍ଷା କଲେ ଏବଂ ଆଗାମୀ ଯୋଜନା ପାଇଁ ଗୁରୁମନ୍ତ୍ର ଦେଲେ। ସମ୍ପର୍କ ଓ ସମର୍ଥନ କାର୍ଯ୍ୟକ୍ରମ ଅନୁଯାୟୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ଭେଟି ଉତ୍କଳ ବିପନ୍ନ ସହାୟତା ସମିତି(ୟୁବିଏସଏସ) କାର୍ଯ୍ୟାଳୟ ଯାଇଥିଲେ। ସେଠାରେ ସଂଘ(ଆରଏସଏସ) ଅଧିକାରୀଙ୍କ ସହିତ ହେଲା ରୃଦ୍ଧଦ୍ୱାର ବୈଠକ। ଏହା ସହ ସୋସିଆଲ ମିଡିଆ ସେଲ କାର୍ଯ୍ୟକର୍ତ୍ତାଙ୍କର ଏକ ବୈଠକ ନେଇଥିଲେ ଶାହା। ଯାହାର ରାଜ୍ୟ ମୁଖ୍ୟ ଥିଲେ ଡଃ:ଲେଖାଶ୍ରୀ ସାମନ୍ତସିଂହାର। ଉଭୟ ମୋଦି ଏବଂ ଶାହା ସୋସିଆଲ ମିଡିଆ ସେଲ ଉପରେ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଲେଖାଶ୍ରୀ ଏହାର ପୂରା ଉପଯୋଗ କରିଥିଲେ। ଶାହାଙ୍କ ଗସ୍ତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶା ପ୍ରଭାରୀ ଅରୁଣ ସିଂଙ୍କ ଯୋଜନା ତଥା ସହାୟତାରେ ଦିଲ୍ଲୀ ଯାଇ ଲେଖାଶ୍ରୀ ସୋସିଆଲ ମିଡିଆ ସେଲ କାର୍ଯ୍ୟକର୍ତ୍ତାଙ୍କର ବୈଠକ କାର୍ଯ୍ୟକ୍ରମକୁ ଯୋଡ଼ିଥିଲେ। ତେବେ ପକ୍ଷପାତି ନୀତିରେ ସୋସିଆଲ ମିଡିଆ କାର୍ଯ୍ୟକର୍ତ୍ତାଙ୍କୁ ଏହି ବୈଠକକୁ ଡକାଯାଇଥିବା ଅଭିଯୋଗ ହେଉଛି।

ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ବୈଠକକୁ ପୁରୀ, ଭୁବନେଶ୍ୱର ଏବଂ କଟକ ୩ଟି ସଂସଦୀୟ କ୍ଷେତ୍ରରେ ଥିବା ୨୧ଟି ବିଧାନସଭା ନିର୍ବାଚନ କ୍ଷେତ୍ରର ପଞ୍ଚାୟତରୁ ୨ ଜଣ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କୁ ବୈଠକକୁ ଡକାଯାଇଥିଲା। କିନ୍ତୁ କେଉଁଠୁ କେଉଁଠୁ ୨ ଜଣ ଜାଗାରେ ଯାଇଥିଲେ ୨ ଯୋଡ଼ା। ଜିଲ୍ଲା ସଭାପତିଙ୍କ ଯୋଜନାରେ ନୁହେଁ ବିଧାନସଭା ନେତାଙ୍କ କଣ୍ଟ୍ରୋଲରେ ଜିଲ୍ଲା ବିଜେପି ସଙ୍ଗଠନ ଚାଲୁଥିବା କାରଣରୁ ଏପରି ଘଟିଥିବା କୁହାଯାଉଛି। କିଛି ନିର୍ବାଚନ ମଣ୍ଡଳୀର ଦୁଇ ଦୁଇ ଜଣ ବିଧାୟକ ପାର୍ଥି ପାଇଁ ଦାବିଦାର ଥାଇ ସେମାନେ ନିଜ ନିଜ ସମର୍ଥକ ୨ ଜଣଙ୍କୁ ପଠାଇଥିଲେ। ରାଜ୍ୟ ମହିଳା ମୋର୍ଚ୍ଚା ଗେଟ୍‌ ପାସ ପାଇଁ ରେଜିଷ୍ଟେସନ ଦାୟିତ୍ୱରେ ଥାଇ ତଦାରଖ କରୁଥିଲେ ମଧ୍ୟ ଏପରି ଘଟିଥିଲା। ଦୁଇ ଜଣ ଜାଗାରେ ଦୁଇ ଯୋଡ଼ା(୪ ଜଣ)ଯାଇଥିଲେ। କେବଳ ଏତିକି ନୁହେଁ,ବଡ଼ କଥା ହେଲା ଚୋରା ଛୁପାରେ ପାସ ନେଇ ବିରୋଧୀ ଦଳ ଲୋକ ମଧ୍ୟ ବୈଠକ ଭିତରକୁ ଯାଇଥିଲେ। ଗୋଷ୍ଠୀବାଦ ଭିତରେ ପାତରଅନ୍ତର ସବୁ ଜାଗାରେ ଥିଲା। ମହିଳା ମୋର୍ଚ୍ଚାର କିଛି ବରିଷ୍ଠ ନେତ୍ରୀ ଏଣେ ବସି ରେଜିଷ୍ଟେସନ କରୁଥିବା ବେଳେ ତେଣେ ଏୟାରପୋର୍ଟରେ ଶାହାଙ୍କୁ ସ୍ୱାଗତ କରିବା ସମୟରେ କିଛି ପୁରୁଣା ନେତ୍ରୀଙ୍କ ସହ ନବାଗତା ଉପାସନା ମହାପାତ୍ରଙ୍କୁ ଦେଖା ଯାଇଥିଲା। ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ଶାହାଙ୍କୁ ସ୍ୱାଗତ କରିବା ପାଇଁ ନିଜ ନିଜ ଭିତରେ ଏକ ପ୍ରତିଯୋଗିତା ପରିଲିକ୍ଷିତ ହୋଇଥିଲା। ତେବେ ସବୁଠାରୁ ମହତ୍ୱପୂର୍ଣ୍ଣ ଥିଲା ୟୁବିଏସଏସ କାର୍ଯ୍ୟାଳୟର ବୈଠକ।

ସଂଘ ଅଧିକାରୀଙ୍କ ସହ ଶାହାଙ୍କର ରୃଦ୍ଧଦ୍ୱାର ବୈଠକ ଥିଲା। ଦେଖାଯାଏ,ଯେଉଁ ରାଜ୍ୟମାନଙ୍କରେ ସଂଘ ଏବଂ ବିଜେପି ମଧ୍ୟରେ ଠିକ୍ ସମନ୍ୱୟ ରହୁଛି ସେଠାରେ ବିଜେପି ଅଧିକ ସଫଳ ହେଉଛି। କିନ୍ତୁ ଓଡ଼ିଶା କଥା ଭିନ୍ନ। ଶୁଣିବାକୁ ମିଳୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅନୁଯାୟୀ ସଂସଦୀୟ କ୍ଷେତ୍ର ପାଇଁ ପ୍ରଚାରକ ଦେବାକୁ ଶାହାଙ୍କୁ ସଂଘ କୁଆଡ଼େ ରୋକଠୋକ ମନା କରିଦେଇଛି। ରାଜ୍ୟ ସଭାପତି ପରିବର୍ତ୍ତନ ପରେ ଯାଇ ସଙ୍ଘ ପ୍ରଚାରକ ନିଯୁକ୍ତି ଦେବାକୁ ଶାହାଙ୍କୁ କହିଥିବା ଶୁଣିବାକୁ ମିଳୁଛି। ଏବଂ ଏହା ପ୍ରତାପ ଷଡ଼ଙ୍ଗୀ ସପକ୍ଷରେ କୁହାଯାଇଥିବା ଆଲୋଚନା ହେଉଛି। ସୂଚନାଯୋଗ୍ୟ ଯେ କେଶବକୁଞ୍ଜଠାରେ ସଂଘ ଏବଂ ବିଜେପିର ସମନ୍ୱୟ ବୈଠକରେ ପ୍ରତ୍ୟକ ସଂସଦୀୟ କ୍ଷେତ୍ର ପାଇଁ ପ୍ରଚାରକ ନିଯୁକ୍ତ ପାଇଁ ନିଷ୍ପତ୍ତି ହୋଇଛି। ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ,ରାଜ୍ୟ ସଙ୍ଗଠନ ସମ୍ପାଦକ ଏବଂ ବିଭିନ୍ନ ନିର୍ବଚନୀ ମଣ୍ଡଳୀରେ ନିଯୁକ୍ତ ବିସ୍ତାରକ ଆରଏସଏସରୁ ହିଁ ଆସିଥାଆନ୍ତି।ଏବେ ସଂସଦୀୟ କ୍ଷେତ୍ରରେ ମଧ୍ୟ ଜଣେ ପୂର୍ଣ୍ଣକାଳୀନ ସ୍ୱୟଂ ସେବକ ନିଯୁକ୍ତ ହେବ।ଯାହା ସଂଘ ଦେବାକୁ ମନା କରିଦେଇଥିବା ଶୁଣିବାକୁ ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos