ଇମ୍ଫା ଆନ୍ଦୋଳନ ପଛରେ ବି ‘ପି’ ପାୱାର!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଥେରୁବାଲି ଇମ୍ଫାରେ ଚାଲିଥିବା ଆନ୍ଦୋଳନ ଅସଲି ନା ଏହା ପଛରେ ରହିଛି ବୃହତ ରାଜନୈତିକ ଷଡ଼ଯନ୍ତ୍ର? ଆନ୍ଦୋଳନକୁ ଉସ୍‌କାଇବା ପଛରେ ତୃତୀୟ ମହଲାର ହାତ ନାହିଁ ତ ? ଏହାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କ ଆଡ଼କୁ ଆଜି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି,“କୌଣସି ପ୍ରକାର ରାଜନୈତିକ ପ୍ରତିବନ୍ଧକକୁ ସାମ୍ନା କରିବାକୁ ମୁଁ ପ୍ରସ୍ତୁତ। ତେବେ ମୋ ପରିବାର ସହ ଜଡ଼ିତ ସଂସ୍ଥାକୁ […]

IMFA

IMFA

Rakesh Mallick
  • Published: Friday, 27 April 2018
  • Updated: 27 April 2018, 07:59 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଥେରୁବାଲି ଇମ୍ଫାରେ ଚାଲିଥିବା ଆନ୍ଦୋଳନ ଅସଲି ନା ଏହା ପଛରେ ରହିଛି ବୃହତ ରାଜନୈତିକ ଷଡ଼ଯନ୍ତ୍ର? ଆନ୍ଦୋଳନକୁ ଉସ୍‌କାଇବା ପଛରେ ତୃତୀୟ ମହଲାର ହାତ ନାହିଁ ତ ? ଏହାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କ ଆଡ଼କୁ ଆଜି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି,“କୌଣସି ପ୍ରକାର ରାଜନୈତିକ ପ୍ରତିବନ୍ଧକକୁ ସାମ୍ନା କରିବାକୁ ମୁଁ ପ୍ରସ୍ତୁତ। ତେବେ ମୋ ପରିବାର ସହ ଜଡ଼ିତ ସଂସ୍ଥାକୁ ‘ପି’ ହଇରାଣ ହରକତ କରିବା, ଖାସ୍‌ କରି ମହିଳା ଏବଂ ଶିଶୁମାନଙ୍କୁ ଘେରାଉ କରି ରଖିବା ବେଆଇନ୍ ଓ ଅନୈତିକ କାର୍ଯ୍ୟ। ଏହା ରାଜ୍ୟର ନିଯୁକ୍ତି ଓ ପୁଞ୍ଜିନିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇବ।’ ଏହା ସହିତ ଏ ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ସେ ଅପିଲ୍ କରିଛନ୍ତି।

ସେପଟେ ଘଟଣାରେ ପ୍ରଶାସନ ଓ ପୋଲିସର ଭୂମିକାଙ୍କୁ ନେଇ ରାଜନୈତିକ ବ୍ୟକ୍ତି ବିଶେଷ ପ୍ରଶ୍ନ ଉଠାଇଛନ୍ତି। ବିରୋଧୀଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ସେଠାରେ ବିଜେଡି କର୍ମୀ ଠେଙ୍ଗା ଓ ଖଣ୍ଡା ଧରି ବୁଲୁଛନ୍ତି। ସେମାନଙ୍କୁ ଗିରଫ କରାଯିବା ଦରକାର।

ଆଦିବାସୀ ନେତା ପ୍ରଦୀପ ମାଝି କହିଛନ୍ତି, ବିଜେଡି ପ୍ରତିଶୋଧ ପରାୟଣ ହୋଇ ଇମ୍ଫା ବିରୋଧରେ ଷଡ଼ଯନ୍ତ୍ର କରୁଛି।

ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ କହିଛନ୍ତି, ଯଦି ଆନ୍ଦୋଳନ ପଛରେ ପ୍ଲାଣ୍ଟ କର୍ମଚାରୀ ଓ ଶ୍ରମିକଙ୍କ ହାତ ନାହିଁ, ତାହାଲେ ପୋଲିସ ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ।

ଆନ୍ଦୋଳନ ଯୋଗୁଁ ଥେରୁବାଲି ଇମ୍ଫା ପ୍ଲାଣ୍ଟ ପରିସରରେ ଜାରି ରହିଛି ଅଚଳାବସ୍ଥା। ଆତଙ୍କିତ ଅବସ୍ଥାରେ ଅଛନ୍ତି ସାଧାରଣ ଲୋକ ଓ କାରଖାନା ଭିତରେ ବନ୍ଦୀ ଭଳି ଥିବା କର୍ମଚାରୀ ଓ ତାଙ୍କ ପରିବାର। ରାୟଗଡ଼ା ଉପଜିଲ୍ଲାପାଳ ଆଜି ଘଟଣାସ୍ଥଳକୁ ଯାଇ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। କାରଖାନା କର୍ତ୍ତୃପକ୍ଷଙ୍କ ପକ୍ଷଙ୍କ ସହ ଥେରୁବାଲିର କୌଣସି ନିରପେକ୍ଷ ସ୍ଥାନରେ ଆଲୋଚନା ପାଇଁ ଆନ୍ଦୋଳନକାରୀ କହିଥିବା ସେ ସୂଚନା ଦେଇଛନ୍ତି। ସେପଟେ ଇମ୍ଫାରେ ଚାଲିଥିବା ବିଶୃଙ୍ଖଳାକୁ ନିନ୍ଦା କରିଛି ଉତ୍କଳ ଚାମ୍ବର୍ସ ଅଫ କମର୍ସ।  ଉତ୍କଳ ଚାମ୍ବର ଅଫ କମର୍ସର ରମେଶ ମହାପାତ୍ର କହିଛନ୍ତି ଯେ ସରକାର ମେକ୍ ଇନ୍ ଓଡ଼ିଶା କଥା କହୁଥିବାବେଳେ ଇମ୍ଫାରେ ଗୁଣ୍ଡାଗିରି ଓ ଭଙ୍ଗାରୁଜା ଭଳି ପରିସ୍ଥିତି ରାଜ୍ୟର ଶିଳ୍ପାୟନ ବାତାବରଣକୁ ବିଗାଡ଼ିବା ସହ ଖରାପ ସନ୍ଦେଶ ଦେବ।

୯ ଦଫା ଦାବି ନେଇ ଆଜିକୁ ୫ ଦିନ ହେଲା ଇମ୍ଫା ବିରୋଧରେ ଆନ୍ଦୋଳନ ଜାରି ରହିଥିବା ବେଳେ ସମାଧାନର ରାସ୍ତା ବାହାରିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos