ବ୍ୟାପମ୍ ଦୁର୍ନୀତିରେ ଛନ୍ଦି ହେଲେ ଧର୍ମେନ୍ଦ୍ର, ଇସ୍ତଫା ମାଗିଲା କଂଗ୍ରେସ: ଅଭିଯୋଗକୁ ଧର୍ମେନ୍ଦ୍ରଙ୍କ ଖଣ୍ଡନ

ନୂଆଦିଲ୍ଲୀ: ଅଡୁଆରେ ପଡ଼ିଯାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମଧ୍ୟପ୍ରଦେଶର ବହୁ ଚର୍ଚ୍ଚିତ ବ୍ୟାପମ୍ ଦୁର୍ନୀତି ଭିତରକୁ ଟାଣି ହୋଇଯାଇଛନ୍ତି ସେ। ଏହି ଦୁର୍ନୀତିରେ ତାଙ୍କର ସଂପୃକ୍ତି ରହିଛି ବୋଲି ଅଭିଯୋଗ କରିଛି କଂଗ୍ରେସ। ଆଉ ଏହା ସହିତ ତାଙ୍କର ଇସ୍ତଫା ଦାବି କରିଛି। ସୁପ୍ରିମକୋର୍ଟ ବ୍ୟାପମ୍ ଦୁର୍ନୀତିର ତଦନ୍ତଭାର ସିବିଆଇକୁ ଦେବାର ମାତ୍ର କେଇ ଦିନ ପରେ କଂଗ୍ରେସ ପକ୍ଷରୁ ଧର୍ମେନ୍ଦ୍ରଙ୍କ ବିରୋଧରେ ଏଭଳି ଅଭିଯୋଗ ଅଣାଯାଇଛି। ବୁଧବାର ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ […]

dharmebdra

dharmebdra

Rakesh Mallick
  • Published: Wednesday, 15 July 2015
  • Updated: 15 July 2015, 02:28 PM IST

Sports

Latest News

ନୂଆଦିଲ୍ଲୀ: ଅଡୁଆରେ ପଡ଼ିଯାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମଧ୍ୟପ୍ରଦେଶର ବହୁ ଚର୍ଚ୍ଚିତ ବ୍ୟାପମ୍ ଦୁର୍ନୀତି ଭିତରକୁ ଟାଣି ହୋଇଯାଇଛନ୍ତି ସେ। ଏହି ଦୁର୍ନୀତିରେ ତାଙ୍କର ସଂପୃକ୍ତି ରହିଛି ବୋଲି ଅଭିଯୋଗ କରିଛି କଂଗ୍ରେସ। ଆଉ ଏହା ସହିତ ତାଙ୍କର ଇସ୍ତଫା ଦାବି କରିଛି। ସୁପ୍ରିମକୋର୍ଟ ବ୍ୟାପମ୍ ଦୁର୍ନୀତିର ତଦନ୍ତଭାର ସିବିଆଇକୁ ଦେବାର ମାତ୍ର କେଇ ଦିନ ପରେ କଂଗ୍ରେସ ପକ୍ଷରୁ ଧର୍ମେନ୍ଦ୍ରଙ୍କ ବିରୋଧରେ ଏଭଳି ଅଭିଯୋଗ ଅଣାଯାଇଛି। ବୁଧବାର ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ରନ୍ଦୀପ ସିଂହ ସୁର୍ଜେୱାଲା।

ସେ ଅଭିଯୋଗ କରିଛନ୍ତି ଯେ, ବ୍ୟାପମ୍ ଦୁର୍ନୀତିରୁ ଆୟ କରାଯାଇଥିବା ଟଙ୍କା ବିଜେପିର ମନ୍ତ୍ରୀ, ସାଂସଦ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ନେତାମାନଙ୍କ ମଧ୍ୟରେ ବଣ୍ଟା ଯାଇଥିଲା। ବ୍ୟାପମ୍ ଦୁର୍ନୀତିର କିଙ୍ଗପିନ୍ କୁହାଯାଉଥିବା ସୁଧୀର ଶର୍ମାଙ୍କ ଘରୁ ଜବତ କରାଯାଇଥିବା  ୨୦୧୩ ଇନକମ୍ ଟାକ୍ସ ସଂପର୍କିତ କାଗଜପତ୍ରର ଯାଞ୍ଚରୁ ଆୟକର ବିଭାଗ ଏହା ଜାଣିବାକୁ ପାଇଛି। ଆୟକର ବିଭାଗ ପକ୍ଷରୁ ଏନେଇ ଏକ ଆଭ୍ୟନ୍ତରୀଣ ରିପୋର୍ଟ ଦିଆଯାଇଛି।

ସୁର୍ଜେୱାଲା କହିଛନ୍ତି ଯେ ବ୍ୟାପମ୍ ଦୁର୍ନୀତିରୁ ଆୟ କରାଯାଇଥିବା ଟଙ୍କାକୁ ବିଭିନ୍ନ ବାଟରେ ଏହି ନେତାମାନଙ୍କୁ ଦିଆଯାଇଛି। ଆଉ ସେଥିରୁ ଗୋଟିଏ ହେଉଛି ଏହି ନେତାଙ୍କ ଗସ୍ତ ଖର୍ଚ୍ଚ ପଇଠ କରିବା। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିମାନ ଗସ୍ତ ଖର୍ଚ୍ଚ ସୁଧୀର ଶର୍ମା ବହନ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।  ତେଣୁ ମନ୍ତ୍ରୀ ପଦରେ ରହିବା ପାଇଁ ତାଙ୍କର ଆଉ କୌଣସି ହକ୍ ନାହିଁ। ସେ ତୁରନ୍ତ ଇସ୍ତଫା ଦେଇ ଦେବା ଉଚିତ୍।ଅନ୍ୟପକ୍ଷରେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି  କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ବ୍ୟାପମ ସ୍କାମ ବା ଏହାର ଅଭିଯୁକ୍ତ ସୁଧୀର ଶର୍ମାଙ୍କ ସହିତ ତାଙ୍କର କୌଣସି ସଂପର୍କ ନାହିଁ। ମଧ୍ୟପ୍ରଦେଶ ଗସ୍ତ ବେଳେ ଦଳ ତାଙ୍କ ପାଇଁ ଟିକେଟର ବ୍ୟବସ୍ଥା କରିଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ବିଜେପିର ଉପାଧ୍ୟକ୍ଷ ପ୍ରଭାତ ଝା ଓ ତାଙ୍କ ପୁଅ ତୁଶମୁଲ ଝା ଓ ଅୟନ୍ତ ଝା ମଧ୍ୟ ବ୍ୟାପମ୍ ଦୁର୍ନୀତିରୁ ଆୟ କରାଯାଇଥିବା ଅର୍ଥରେ ବିଭିନ୍ନ ସମୟରେ ଗସ୍ତ କରିଛନ୍ତି। ସେହିଭଳି ରାଷ୍ଟ୍ରୀୟ ସ୍ୱୟଂ ସେବକ  ସଂଘ (ଆରଏସଏସ) ନେତା ସୁରେଶ ସୋନିଙ୍କ ବିଜେପିର ରାଜ୍ୟସଭା ସାଂସଦ ଏ ଦାଭେ ମଧ୍ୟ ଏହି ଦୁର୍ନୀତିରୁ ଆର୍ଥିକ ଲାଭ ପାଇଛନ୍ତି।

ବ୍ୟାପମ୍ ଦୁର୍ନୀତିରେ ଧର୍ମେନ୍ଦ୍ରଙ୍କ ନାମ ଉଠିବା ପରେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ ଯଦି ଗଣମାଧ୍ୟମରେ ପ୍ରଚାରିତ ଖବରଟି ସତ ହୋଇଥାଏ, ତା’ହେଲେ ପେଟ୍ରୋଲିୟମ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେଇ ଦେବା ଉଚିତ୍। ଏହା ସହିତ ସିବିଆଇକୁ ଏହି ତଦନ୍ତରେ ସହଯୋଗ କରିବା ଉଚିତ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story