ଗରାଏ ପାଣି ପାଇଁ ବାଜି ଲାଗୁଛି ମହିଳାଙ୍କ ଜୀବନ: ପ୍ରଶାସନ ବେଫିକର

ବଲାଙ୍ଗିର ( ସସ୍ମିତା ସାହୁ): ଭଙ୍ଗାଦଦରା କୂଅ। ତା’ ଭିତରେ ଗରା ବାଲଟି ଧରି ମହିଳାଙ୍କ ସଂଘର୍ଷ। ବହୁ କଷ୍ଟରେ ୨୫ ଫୁଟ ତଳକୁ ଓହ୍ଳାଇଲା ପରେ ମିଳୁଛି ଅପରିଷ୍କାର ପାଣି ଟୋପାଏ। ଏହି ମଇଳା ପାଣି ହିଁ ବଲାଙ୍ଗିର ସଦରବ୍ଳକ କୁଟୁମଡୋଲା ଗ୍ରାମ ପଂଚାୟତର ବାନ୍ଧନଘୋର ଗ୍ରାମବାସୀଙ୍କ ପାଇଁ ଜୀବନ ସାଜିଛି। ପ୍ରତ୍ୟେକ ଦିନ ସକାଳୁ ସଞ୍ଜ ଯାଏ ଏହି କୂଅରେ ପାଣି ଟୋପାଏ ପାଇଁ ଜୀବନକୁ ବାଜି ଲଗାଉଛନ୍ତି ଏମାନେ। ପାଣି ସଂଗ୍ରହ ସମୟରେ […]

hhh

hhh

Rakesh Mallick
  • Published: Tuesday, 29 May 2018
  • Updated: 29 May 2018, 09:14 PM IST

Sports

Latest News

ବଲାଙ୍ଗିର ( ସସ୍ମିତା ସାହୁ): ଭଙ୍ଗାଦଦରା କୂଅ। ତା’ ଭିତରେ ଗରା ବାଲଟି ଧରି ମହିଳାଙ୍କ ସଂଘର୍ଷ। ବହୁ କଷ୍ଟରେ ୨୫ ଫୁଟ ତଳକୁ ଓହ୍ଳାଇଲା ପରେ ମିଳୁଛି ଅପରିଷ୍କାର ପାଣି ଟୋପାଏ। ଏହି ମଇଳା ପାଣି ହିଁ ବଲାଙ୍ଗିର ସଦରବ୍ଳକ କୁଟୁମଡୋଲା ଗ୍ରାମ ପଂଚାୟତର ବାନ୍ଧନଘୋର ଗ୍ରାମବାସୀଙ୍କ ପାଇଁ ଜୀବନ ସାଜିଛି। ପ୍ରତ୍ୟେକ ଦିନ ସକାଳୁ ସଞ୍ଜ ଯାଏ ଏହି କୂଅରେ ପାଣି ଟୋପାଏ ପାଇଁ ଜୀବନକୁ ବାଜି ଲଗାଉଛନ୍ତି ଏମାନେ।

ପାଣି ସଂଗ୍ରହ ସମୟରେ ଅନେକ ମହିଳାଙ୍କ ଗୋଡ ଖସିଯାଇ ଖଣ୍ଡିଆ ଖାବରା ମଧ୍ୟ ହୁଅନ୍ତି। କିନ୍ତୁ କ’ଣ କରିବେ। ଅନ୍ୟକିଛି ଉପାୟ ମଧ୍ୟ ନାହିଁ। ଗାଁରେ ଥିବା ୬ଟିରୁ ୩ଟି ନଳକୂପ ଅଚଳ ହୋଇ ପଡିରହିଛି। ଆଉ ତିନୋଟି ନଳକୂପରୁ ବାହାରୁଛି ଫ୍ଳୋରାଇଡ ପାଣି। ତେଣୁ ଗାଁ ଲୋକେ ବାଧ୍ୟ ହୋଇ ଗାଁ ମୁଣ୍ଡରେ ଥିବା ଏହି ଭଙ୍ଗା ଦଦରା କୂଅ ଉପରେ ନିର୍ଭର କରୁଛନ୍ତି। ଜଣେ କି ଦୁଇଜଣ ମହିଳା କୂଅରୁ ପାଣି କାଢିବା କଷ୍ଟକର ହୋଇଥିବାରୁ, ବାଧ୍ୟ ହୋଇ ୧୦ରୁ ୧୫ ଜଣ ମହିଳା ଏକାଠି ହୋଇ କୂଅ ନିକଟକୁ ଯାଇଥାନ୍ତି। ବହୁ କଷ୍ଟରେ କୂଅ ତଳକୁ ଓହ୍ଳାଇ ଧାଡି ବାନ୍ଧି ଜଣେ ପରେ ଜଣେ ଗରା ଓ ବାଲ୍‌ଟି ସାହାଯ୍ୟରେ ପାଣି ଆଣନ୍ତି। ସକାଳୁ ସଞ୍ଜ ଯାଏଁ ପାଣି ପାଇଁ ଏମିତି ଚାଲିଥାଏ ଏମାନଙ୍କ ସଂଘର୍ଷ। ଖରା ମାସରେ ପାଣି ସମସ୍ୟାର ତୁରନ୍ତ ସମାଧାନ ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଳାପାଳଙ୍କୁ ନିର୍ଦ୍ଦେଶ ରହିଛି। ପ୍ରତ୍ୟେକ ସାତ ଦିନରେ ଥରେ ଏଥିପାଇଁ ପ୍ରଶାସନର ବୈଠକ ବସୁଛି। ଏ ସବୁ ସତ୍ୱେ  ସେମାନଙ୍କର ଦୁଃଖ ଦିନ ସରିନି। ବଲାଙ୍ଗିର ସହର ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଥିବା ବାନ୍ଧନଘୋର ଗାଁରେ ଏହା ଏକ ନିତିଦିନିଆ ସମସ୍ୟା।

ପାଣି ସମସ୍ୟା ଦୂର ନହେବା ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।  ଦୁଇଟି ୱାର୍ଡ ବିଶିଷ୍ଟ ଏହି ଗାଁରେ ୨୫୦ ଟି ପରିବାର ରହୁଥିବା ବେଳେ ଜନ ସଂଖ୍ୟା ୧୫ ଶହ।  କୂଅ ପାଣି ନିଅଣ୍ଟ ହେଉଥିବାରୁ ଗାଁର ଅଧିକାଂଶ ମହିଳା ଗାଁର ମଇଳା ପୋଖରୀର ପାଣିକୁ ମଧ୍ୟ ପିଇବା ପାଇଁ ବ୍ୟବହାର କରୁଛନ୍ତି।  ଯେଉଁ ପୋଖରୀରେ ଗାଇ ଗୋରୁ ଗାଧୋଉଛନ୍ତି , ସେହି ପୋଖରୀର ପାଣିକୁ ପିଇବା ପାଇଁ ବାଧ୍ୟ ହେଉଛନ୍ତି ଲୋକେ। ଗାଁରେ ପ୍ରତ୍ୟେକ ବର୍ଷ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖାଦେଇଥାଏ।  ସେଥିପାଇଁ ଲୋକେ ବାରମ୍ବାର ପାଣି ଟ୍ୟାଙ୍କରରେ ପାଣି ଯୋଗାଇବା ପାଇଁ ଦାବି  କରୁଥିଲେ ମଧ୍ୟ କେହି ଶୁଣନ୍ତି ନାହିଁ।  ଏଥର ମଧ୍ୟ ସରପଞ୍ଚଙ୍କଠୁ ଆରମ୍ଭ କରି ଉପ-ଜିଲ୍ଳାପାଳଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତଙ୍କୁ ଜଣାଇ ସାରିଛନ୍ତି।  କିନ୍ତୁ ସମସ୍ୟା ଦୂର ହୋଇପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos