ବର୍ଷା ପାଣିରେ ପୁରୀ ସହର ଉବୁଟୁବୁ

ପୁରୀ (ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ଏବେ ଗୁଣ୍ଡିଚା ଯାତ୍ରାରେ ଅଛନ୍ତି। ଶ୍ରୀଜିଉଙ୍କୁ ଦେଖିବାକୁ ପୁରୀରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେଉଛି। ତେବେ ଗତ ଦୁଇଦିନ ହେବ ଲଗାଣ ବର୍ଷା ଯୋଗୁ ପୁରୀ ବେହାଲ୍‌ ହୋଇଯାଇଛି। ପୂରା ସହର ବର୍ଷା ପାଣିରେ ଉବୁଟୁବୁ ହେଉଛି। ବଡ଼ଦାଣ୍ଡରେ ଲହଡ଼ି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ପାଣି। ଡାକ୍ତରଖାନା ଛକଠାରୁ ବଳଗଣ୍ଡି ଛକ ଯାଏ ଜମି ରହିଛି ପାଣି। ଲାଗୁଛି ସତେ ଯେମିତି […]

puri

puri

Rakesh Mallick
  • Published: Monday, 16 July 2018
  • Updated: 16 July 2018, 10:16 AM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ଏବେ ଗୁଣ୍ଡିଚା ଯାତ୍ରାରେ ଅଛନ୍ତି। ଶ୍ରୀଜିଉଙ୍କୁ ଦେଖିବାକୁ ପୁରୀରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେଉଛି। ତେବେ ଗତ ଦୁଇଦିନ ହେବ ଲଗାଣ ବର୍ଷା ଯୋଗୁ ପୁରୀ ବେହାଲ୍‌ ହୋଇଯାଇଛି। ପୂରା ସହର ବର୍ଷା ପାଣିରେ ଉବୁଟୁବୁ ହେଉଛି। ବଡ଼ଦାଣ୍ଡରେ ଲହଡ଼ି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ପାଣି। ଡାକ୍ତରଖାନା ଛକଠାରୁ ବଳଗଣ୍ଡି ଛକ ଯାଏ ଜମି ରହିଛି ପାଣି। ଲାଗୁଛି ସତେ ଯେମିତି ପୁରୀ ସହର ମଧ୍ୟକୁ ବନ୍ୟାପାଣି ପଶି ଆସିଛି। ସହରରେ କେଉଁଠି ଆଣ୍ଠୁଏ ତ କେଉଁଠି ଅଣ୍ଟେ ଉଚ୍ଚର ପାଣି ବହୁଛି। ବେଳାଭୂମି ରାସ୍ତା, ଅବକାଶ ନଗର, ଖାକି ମଠ, ନୂଆ ସାହି, ଗୁଣ୍ଡିଚା ମନ୍ଦିର ଏବଂ ମାଟିଆପଡ଼ା ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ରୂପ ନେବାକୁ ଲାଗିଲାଣି।

puriଜମି ରହିଥିବା ପାଣିକୁ ନିଷ୍କାସନ କରିବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ପମ୍ପ୍‌ ଲଗାଯାଇଛି।

ଭୁଶୁଡ଼ି ପଡ଼ିଲା ୫୦ ଫୁଟ୍‌ର ପାଚେରି

ପ୍ରବଳ ବର୍ଷା ଯୋଗୁ ମାର୍କଣ୍ଡେୟ ପୁଷ୍କରିଣୀ ପାଚେରି ଭୁଶୁଡ଼ି ପଡ଼ିଛି। ଏହି ପାଚେରି ପ୍ରାୟ ୫୦ ଫୁଟ ଉଚ୍ଚ ହେବ। ପାଚେରୀକୁ ଲାଗି କରିଥିବା ବିଦ୍ୟୁତ୍‌ ଖୁଣ୍ଟ ମଧ୍ୟ ଭାଙ୍ଗି ଯାଇଛି।puri

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos