ଆସନ୍ତାକାଲି ଶିବ-ପାର୍ବତୀଙ୍କ ବିବାହ; ଜୋରସୋରରେ ଚାଲିଛି ପ୍ରସ୍ତୁତି

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଶିବ-ପାର୍ବତୀଙ୍କ ବିବାହ। ଏଥିପାଇଁ ସମଗ୍ର ପଶ୍ଚିମ ଓଡ଼ିଶାରେ ଏବେ ଶୀତଳଷଷ୍ଠୀର ମାହୋଲ। ଏହାକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଲାଣି। ଢୋଲ, ଦୁଲଦୁଲି ସହ ଶଙ୍ଖ ଓ ଘଣ୍ଟ ଘଣ୍ଟାରେ କମ୍ପୁଛି ପଶ୍ଚିମ ଓଡ଼ିଶା।

ଗତକାଲି ସମ୍ବଲପୁରର ଝାଡୁଆପଡ଼ାରେ ପତରପେଣ୍ଡି ଉତ୍ସବ ସମ୍ପନ୍ନ ହୋଇଛି। ବରଗଡ଼ ଜିଲ୍ଲାର ବରପାଲିରେ ମଧ୍ୟ ଶୀତଳଷଷ୍ଠୀ ଯାତ୍ରାକୁ ନେଇ ଲୋକେ ଉତ୍ସାହିତ ରହିଛନ୍ତି।ଗତକାଲି ବାବା କପିଳେଶ୍ୱରଙ୍କର ବିବାହ ପାଇଁ ସବୁ ଦେବାଦେବୀଙ୍କୁ ନିମନ୍ତ୍ରଣ କରିଛନ୍ତି ଭୈରବ ବାବା। ସୁବର୍ଣ୍ଣପୁର ଜିଲ୍ଲାରେ ୧୦୮ ଭରି ସୁନାରେ ତିଆରି ହୋଇଥିବା ନାଗ ଓ ରୁପାରେ ନିର୍ମାଣ ହୋଇଥିବା ବିମାନକୁ ଦେଖିବା ପାଇଁ ସହରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଲାଣି।

rt ସେହିପରି ବଲାଙ୍ଗିରରେ ବି ଶୀତଳଷଷ୍ଠୀକୁ ନେଇ ଲୋକେ ବେଶ୍‌ ଉତ୍ସାହିତ ଅଛନ୍ତି। ଆସନ୍ତାକାଲି ଶିବ-ପାର୍ବତୀଙ୍କ ବାହାଘର ପରେ ୧୯ ତାରିଖରେ ବାହାରିବ ଯୁଗଳବନ୍ଦୀ ଶୋଭାଯାତ୍ରା। ଆଉ ଏହି ଶୋଭାଯାତ୍ରାରେ ସାମିଲ ହେବେ ସୁନ୍ଦର ସୁନ୍ଦର ମେଢ ଓ ପରଭା। ସେଥିପାଇଁ ପରଭା ଓ ମେଢ ନିର୍ମାଣରେ ଲାଗିପଡ଼ିଛନ୍ତି କାରିଗର। ଏଥିସହ ଭିନ୍ନ ଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ମଞ୍ଚ ନିର୍ମାଣ କାମ ମଧ୍ୟ ଜୋରସୋରରେ ଚାଲିଛି।

 

 

Previous ArticleNext Article

Send this to a friend