ବିଜେଡିରୁ ଇସ୍ତଫା ପରେ ବୈଜୟନ୍ତଙ୍କ ଆଗରେ କ’ଣ ରହିଛି ବିକଳ୍ପ ? ପଢନ୍ତୁ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ବିଜେଡି ସହ ଦୀର୍ଘ ବର୍ଷର ସମ୍ପର୍କ ତୁଟାଇଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ଦଳ ସଭାପତିଙ୍କ ପାଖକୁ ବୈଜୟନ୍ତ ଲେଖିଥିବା ୩ ପୃଷ୍ଠାର ଇସ୍ତଫାପତ୍ରରେ ଦଳର କାର୍ଯ୍ୟକଳାପ ତାଙ୍କୁ କେମିତି ଗଭୀର ଦୁଃଖ ଓ କ୍ଷୋଭ ଆଣିଦେଇଛି ସେ କଥା ଗୋଟି ଗୋଟି କରି ଉଲ୍ଲେଖ କରିଛନ୍ତି।  ୪ବର୍ଷ ହେଲା ଦଳରେ ତାଙ୍କୁ  ହଇରାଣ ଓ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ଚାଲିଥିଲା।  ଆଉ ଶେଷରେ ବାପାଙ୍କ ଶେଷ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ନଆସିବା ସହ ଅନ୍ୟ […]

what will do baijayant

what will do baijayant

Rakesh Mallick
  • Published: Monday, 28 May 2018
  • Updated: 28 May 2018, 10:31 PM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ବିଜେଡି ସହ ଦୀର୍ଘ ବର୍ଷର ସମ୍ପର୍କ ତୁଟାଇଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ଦଳ ସଭାପତିଙ୍କ ପାଖକୁ ବୈଜୟନ୍ତ ଲେଖିଥିବା ୩ ପୃଷ୍ଠାର ଇସ୍ତଫାପତ୍ରରେ ଦଳର କାର୍ଯ୍ୟକଳାପ ତାଙ୍କୁ କେମିତି ଗଭୀର ଦୁଃଖ ଓ କ୍ଷୋଭ ଆଣିଦେଇଛି ସେ କଥା ଗୋଟି ଗୋଟି କରି ଉଲ୍ଲେଖ କରିଛନ୍ତି।  ୪ବର୍ଷ ହେଲା ଦଳରେ ତାଙ୍କୁ  ହଇରାଣ ଓ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ଚାଲିଥିଲା।  ଆଉ ଶେଷରେ ବାପାଙ୍କ ଶେଷ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ନଆସିବା ସହ ଅନ୍ୟ ବିଜେଡି ନେତାଙ୍କୁ ବାରଣ କରୁଥିବା ଭଳି ନିଚ୍ଚ ମନୋବୃତି ରଖୁଥିବା ଦଳରେ ରହିବା ତାଙ୍କ ଆତ୍ମସମ୍ମାନ ବିରୋଧରେ ଯାଉଛି।  ତେଣୁ ନୀତିଆଦର୍ଶ ମରି ସାରିଥିବା ଏଭଳି ଦଳରୁ ନିଜକୁ ଅଲଗା କରିବାକୁ ଠିକ୍ ମନେ କରି ଦଳ ଛାଡ଼ିଥିବା ଲେଖିଛନ୍ତି ବୈଜୟନ୍ତ। ବିଜେଡି ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏବଂ ଦଳର ସଙ୍କଟମୋଚକଭାବେ କାର୍ଯ୍ୟ କରି ଆସିଥିବା ବୈଜୟନ୍ତ ତୃତୀୟ ମହଲା ଷଡ଼ଯନ୍ତ୍ରରେ ଶିକାର ହୋଇ କିଛି ଦିନ ପୂର୍ବେ ଦଳରୁ ନିଲମ୍ବିତ ହୋଇଥିଲେ।

ଏହା ପରେ ଦଳ ପକ୍ଷରୁ ଏବଂ ପାଣ୍ଡିଆନଙ୍କ ଇଶାରାରେ ବିଭିନ୍ନ ତରିକାରେ ହୀନ ଉଦ୍ଦେଶ୍ୟ ନେଇ ବୈଜୟନ୍ତଙ୍କୁ ଆକ୍ରମଣ କରାଯାଥିଲା। ତଥାପି ବୈଜୟନ୍ତଙ୍କ ଛବିରେ କୌଣସି  ପ୍ରଭାବ ପକାଇ ପାରି ନାହିଁ। ବରଂ ବିଜେଡିର ଏହି ନିମ୍ନ ରାଜନୀତି ବୈଜୟନ୍ତଙ୍କ ଲୋକପ୍ରିୟତା ଆହୁରୀ ବୃଦ୍ଧି କରିବାରେ ସହାୟକ ହୋଇଛି। ବୈଜୟନ୍ତଙ୍କ ଏହି ପଦକ୍ଷେପକୁ ନେଇ ସୋସିଆଲ ମିଡିଆରେ ତାଙ୍କ ପ୍ରତି ପ୍ରଶଂସାର ସୁଅ ଛୁଟିଛି। ଦଳରୁ ତାଙ୍କ ଇସ୍ତଫା  ଜଣେ ଭଲ ରାଜନେତାର ପରିଚାୟକ ବୋଲି ମତ ଏବଂ ମନ୍ତବ୍ୟ ଆସୁଛି।  କାରଣ ଜଣେ ଦକ୍ଷ ରାଜନେତା ଭାବେ ଜାତୀୟସ୍ତରରେ  ବୈଜୟନ୍ତ ବେଶ ଚର୍ଚ୍ଚିତ।

ସଂସଦରେ ଓଡ଼ିଶାର ଦାବି ଉପସ୍ଥାପନ ହେଉ ଅବା ନିଜ ନିର୍ବାଚନମଣ୍ଡଳୀରେ ସାଧାରଣ ଜନତାଙ୍କ ବିକାଶ ହେଉ ବୈଜୟନ୍ତଙ୍କ କାର୍ଯ୍ୟଧାରା ନିଃସନ୍ଦେହ। ପ୍ରବାଦ ପୁରୁଷ ବିଜୁବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିକୁ ଆସିଥିବା ବୈଜୟନ୍ତଙ୍କ ରାଜନୀତି ଭାଗ୍ୟ ଭବିଷ୍ୟତ କ’ଣ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି । ବୈଜୟନ୍ତ ଏବେ କେଉଁ ଦଳକୁ ଯିବେ ନା ନିଜେ ଏକାହିଁ ଲଢିବେ କିମ୍ବା କୌଣସି ରାଜନୈତିକ ଦଳ ଗଠନ କରିବେ ତାକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଛି ଆଲୋଚନା ପର୍ଯ୍ୟାଲୋଚନା। ତେବେ ଆସନ୍ତୁ ଜାଣିବା ବୈଜୟନ୍ତଙ୍କ ପାଖରେ କ’ଣ ରହିଛି ବିକଳ୍ପ।

୧-ଏବେ ତାଙ୍କୁ ଉଭୟ କଂଗ୍ରେସ ଓ ବିଜେପି ଅଫର ଦେଇଛି। ଏହି ଦୁଇ ଦଳ ପାଇଁ ବୈଜୟନ୍ତଙ୍କ ବାଟ ଖୋଲା ଅଛି। ଯେହେତୁ ବୈଜୟନ୍ତଙ୍କ ଇମେଜ୍‌ ଉପରେ  ସେମିତି କିଛି କଳାଛିଟା ନାହିଁ ତେଣୁ ତାଙ୍କୁ ଭଭୟ ଜାତୀୟସ୍ତରର ଦଳ ପକ୍ଷରୁ ନିମନ୍ତ୍ରଣ ଆସିଥିବା ଚର୍ଚ୍ଚା ହେଉଛି।

୨-ନିଜ ନିର୍ବାଚନମଣ୍ଡଳୀ କେନ୍ଦ୍ରାପଡ଼ାରେ ତାଙ୍କର ବେଶ ଲୋକପ୍ରିୟତା ଥିବାରୁ ବୈଜୟନ୍ତ ସେଠିକାର ଜନସାଧାରଣଙ୍କ ସହ ଆଲୋଚନା କରି ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି।

୩-ଚର୍ଚ୍ଚା ହେଉଛି ବୈଜୟନ୍ତ କୌଣସି ଦଳକୁ ନଯାଇ ନିଜେ ସ୍ୱାଧୀନ ଭାବେ ଳଢିପାରନ୍ତି।

୪-ତେବେ କଥା ଉଠୁଛି ବୈଜୟନ୍ତ ନିଜେ ଏକ ରାଜନୈତିକ ଦଳ ଗଠନ କରିପାରନ୍ତି। ଏଥିରେ ବିଜୁ ଅନୁଗତମାନେ ଏକାଠି ହୋପାରନ୍ତି ବୋଲି ଆଲୋଚନା ହେଉଛି। କାରଣ ଦିନେ ନିଜେ ଗୋଟିଏ ଦଳ ଗଠନ ପାଇଁ ବିଜୁବାବୁଙ୍କୁ ପରାମର୍ଶ ଦେଇଥିଲେ ବୈଜୟନ୍ତ ଓ କିଛି ବିଜୁ ସମର୍ଥକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos