ହକି ଟିମ୍‌ର ନୂଆ ଜର୍ସିରେ ଓଡ଼ିଶାର ନାଁ, ହେଲେ ଓଡ଼ିଆ ଖେଳାଳିଙ୍କୁ ମିଳିବ କ’ଣ ?

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): &nbsp;ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଭାରତୀୟ ହକି ଟିମ୍&zwnj;ର ନୂଆ ଜର୍ସି ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜର୍ସିରେ ଓଡ଼ିଶାର ନାଁ ରହିଥିବାରୁ ଏହା ଏକ ଗୌରବର କଥା। ତେବେ ଏହି ପ୍ରଚାରରୁ ବାସ୍ତବରେ ରାଜ୍ୟର ହକି ଖେଳାଳୀଙ୍କୁ କ&rsquo;ଣ ମିଳିବ? ତାକୁ ନେଇ ଏବେ ଉଠିଛି ପ୍ରଶ୍ନ। କାରଣ ରାଜ୍ୟରେ ଏବେ ବି ଅଭ୍ୟାସ ଲାଗି ଉପଯୁକ୍ତ ଭିତ୍ତିଭୂମି ନ ଥିବା ବେଳେ ଉଦୀୟମାନ ଖେଳାଳୀଙ୍କୁ ଉଚ୍ଚମାନର କୋଚିଂ ମିଳୁନାହିଁ। ସେହିପରି ରାଜ୍ୟର ଯେଉଁ ଖେଳାଳୀ ଦେଶପାଇଁ ଖେଳି ନାଁ କରିଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ରୀୟ ସଂସ୍ଥା। ରାଜ୍ୟ ସରକାର ମାତ୍ର କେତେ ଜଣ ଖେଳାଳୀଙ୍କୁ ପୋଲିସ କନ୍&zwnj;ଷ୍ଟେବଳ ପଦବୀରେ ନିଯୁକ୍ତି ଦେଇଥିବା ବେଳେ ଏବେବି ଅନେକ ଚାକିରି ଆଶାରେ ରହିଛନ୍ତି।</p> <p>ପୂର୍ବରୁ ଭାରତୀୟ ହକି ଟିମ୍&zwnj;ର ସ୍ପନସର ଥିଲା ସାହାରା ଇଣ୍ଡିଆ କମ୍ପାନୀ। ଏଥିପାଇଁ କମ୍ପାନୀ ବାର୍ଷିକ ପ୍ରାୟ ୨୦ କୋଟି ଟଙ୍କା ଦେଉଥିଲା। ଏବେ ଓଡ଼ିଶା ସରକାର ଏହାଠାରୁ ୮ ପ୍ରତିଶତ ଅଧିକ ଅର୍ଥ ପ୍ରଦାନ କରିବେ। ବିସିସିଆଇ ଭଳି ହକି ଇଣ୍ଡିଆ ସ୍ପନସର ବାବଦ ଅର୍ଥ ପାଇଥାଏ। ତେବେ ବିସିସିଆଇ ଖେଳାଳିଙ୍କ ଦରମା, ଭତ୍ତା, ପେନସନ୍ ଆଦି ଦେଉଥିବା ବେଳେ ହକି ଇଣ୍ଡିଆ ସେପରି କରେ ନାହିଁ। ଅନ୍ୟପକ୍ଷରେ ଜାତୀୟ ବା ଅନ୍ତର୍ଜାତୀୟ ସ୍ତରରେ ହେଉଥିବା ଟୁର୍ଣ୍ଣାମେଣ୍ଟ ପାଇଁ ଖର୍ଚ୍ଚ ହେଉଥିବା ସମସ୍ତ ଅର୍ଥ ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ ବହନ କରିଥାଏ। ତେଣୁ ରାଜ୍ୟ ସରକାର ଦେଉଥିବା ଅର୍ଥରୁ ଭାରତୀୟ ଟିମ୍&zwnj;ରେ ଥିବା ଓଡ଼ିଆ ଖେଳାଳି କୌଣସି ଲାଭ ପାଇବାର ସମ୍ଭାବନା ମଧ୍ୟ ନାହିଁ।</p>

Ordigital Desk
  • Published: Monday, 19 February 2018
  • Updated: 19 February 2018, 10:31 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): &nbsp;ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଭାରତୀୟ ହକି ଟିମ୍&zwnj;ର ନୂଆ ଜର୍ସି ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜର୍ସିରେ ଓଡ଼ିଶାର ନାଁ ରହିଥିବାରୁ ଏହା ଏକ ଗୌରବର କଥା। ତେବେ ଏହି ପ୍ରଚାରରୁ ବାସ୍ତବରେ ରାଜ୍ୟର ହକି ଖେଳାଳୀଙ୍କୁ କ&rsquo;ଣ ମିଳିବ? ତାକୁ ନେଇ ଏବେ ଉଠିଛି ପ୍ରଶ୍ନ। କାରଣ ରାଜ୍ୟରେ ଏବେ ବି ଅଭ୍ୟାସ ଲାଗି ଉପଯୁକ୍ତ ଭିତ୍ତିଭୂମି ନ ଥିବା ବେଳେ ଉଦୀୟମାନ ଖେଳାଳୀଙ୍କୁ ଉଚ୍ଚମାନର କୋଚିଂ ମିଳୁନାହିଁ। ସେହିପରି ରାଜ୍ୟର ଯେଉଁ ଖେଳାଳୀ ଦେଶପାଇଁ ଖେଳି ନାଁ କରିଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ରୀୟ ସଂସ୍ଥା। ରାଜ୍ୟ ସରକାର ମାତ୍ର କେତେ ଜଣ ଖେଳାଳୀଙ୍କୁ ପୋଲିସ କନ୍&zwnj;ଷ୍ଟେବଳ ପଦବୀରେ ନିଯୁକ୍ତି ଦେଇଥିବା ବେଳେ ଏବେବି ଅନେକ ଚାକିରି ଆଶାରେ ରହିଛନ୍ତି।</p><p>ପୂର୍ବରୁ ଭାରତୀୟ ହକି ଟିମ୍&zwnj;ର ସ୍ପନସର ଥିଲା ସାହାରା ଇଣ୍ଡିଆ କମ୍ପାନୀ। ଏଥିପାଇଁ କମ୍ପାନୀ ବାର୍ଷିକ ପ୍ରାୟ ୨୦ କୋଟି ଟଙ୍କା ଦେଉଥିଲା। ଏବେ ଓଡ଼ିଶା ସରକାର ଏହାଠାରୁ ୮ ପ୍ରତିଶତ ଅଧିକ ଅର୍ଥ ପ୍ରଦାନ କରିବେ। ବିସିସିଆଇ ଭଳି ହକି ଇଣ୍ଡିଆ ସ୍ପନସର ବାବଦ ଅର୍ଥ ପାଇଥାଏ। ତେବେ ବିସିସିଆଇ ଖେଳାଳିଙ୍କ ଦରମା, ଭତ୍ତା, ପେନସନ୍ ଆଦି ଦେଉଥିବା ବେଳେ ହକି ଇଣ୍ଡିଆ ସେପରି କରେ ନାହିଁ। ଅନ୍ୟପକ୍ଷରେ ଜାତୀୟ ବା ଅନ୍ତର୍ଜାତୀୟ ସ୍ତରରେ ହେଉଥିବା ଟୁର୍ଣ୍ଣାମେଣ୍ଟ ପାଇଁ ଖର୍ଚ୍ଚ ହେଉଥିବା ସମସ୍ତ ଅର୍ଥ ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ ବହନ କରିଥାଏ। ତେଣୁ ରାଜ୍ୟ ସରକାର ଦେଉଥିବା ଅର୍ଥରୁ ଭାରତୀୟ ଟିମ୍&zwnj;ରେ ଥିବା ଓଡ଼ିଆ ଖେଳାଳି କୌଣସି ଲାଭ ପାଇବାର ସମ୍ଭାବନା ମଧ୍ୟ ନାହିଁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos