ବାଜପେୟୀଙ୍କ ମୃତ୍ୟୁରେ କ’ଣ କହିଲେ ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଆରପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହରୀ ବାଜପେୟୀ। ତାଙ୍କ ମୃତ୍ୟୁ ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଦିଲ୍ଲୀ ଏମ୍‌ସରେ ଆଜି ଅପରାହ୍ନରେ ବାଜପେୟୀଙ୍କ ମୃତ୍ୟୁ ପରେ ଦେଶବ୍ୟାପୀ ଶୋକର ଛାୟା ଖେଳିଯାଇଛି। ଶେଷ ଦର୍ଶନ କରିଛନ୍ତି ବହୁ ତୁଙ୍ଗ ରାଜନେତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଜାଣିବା ପାଇଁ ଦିଲ୍ଲୀ ଗସ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଶେଷ ଦର୍ଶନ କରିଥିଲେ। ନବୀନ ନିଜ […]

1532445029-naveen_Patnaik_BCCL

1532445029-naveen_Patnaik_BCCL

Ordigital Desk
  • Published: Thursday, 16 August 2018
  • Updated: 16 August 2018, 07:25 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଆରପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହରୀ ବାଜପେୟୀ। ତାଙ୍କ ମୃତ୍ୟୁ ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଦିଲ୍ଲୀ ଏମ୍‌ସରେ ଆଜି ଅପରାହ୍ନରେ ବାଜପେୟୀଙ୍କ ମୃତ୍ୟୁ ପରେ ଦେଶବ୍ୟାପୀ ଶୋକର ଛାୟା ଖେଳିଯାଇଛି। ଶେଷ ଦର୍ଶନ କରିଛନ୍ତି ବହୁ ତୁଙ୍ଗ ରାଜନେତା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଜାଣିବା ପାଇଁ ଦିଲ୍ଲୀ ଗସ୍ତ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଶେଷ ଦର୍ଶନ କରିଥିଲେ। ନବୀନ ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ବାଜପେୟୀଙ୍କ ପରଲୋକରେ ସେ ଗଭୀର ଭାବେ ମର୍ମାହତ। ଭାରତ ଜଣେ ଉତ୍ତୁଙ୍ଗ ଶିଖର ନେତାଙ୍କୁ ହରାଇଛି। ତାଙ୍କୁ ସାରା ଦେଶ, ଓଡ଼ିଶାବାସୀ ଭଲ ପାଉଥିଲେ। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛି।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos