କୁଆଡ଼େ ଗଲା ଜଗନ୍ନାଥଙ୍କ ୪ କେଜିରୁ ଅଧିକ ସୁନା?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ହୁଣ୍ଡିର ପ୍ରାୟ ୪ କେଜି ସୁନା ନ ମିଳିବା ଘଟଣାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା। ରାଜ୍ୟ ବିଜେପିର ଉପସଭାପତି ସମୀର ମହାନ୍ତି ଏହି ମାମଲା ରୁଜୁ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ଅର୍ଥ ଓ ଆଇନ ସଚିବ, ସିବିଆଇ, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରିବାକୁ ଆବେଦନ କରାଯାଇଛି। ଆବେଦନକାରୀ ଦର୍ଶାଇଛନ୍ତି ଯେ, ୧୯୮୩ ମସିହାରୁ ୨୦୧୮ ମଧ୍ୟରେ ହୁଣ୍ଡିରୁ ୧୮ କେଜି ୨୫୦ ଗ୍ରାମ […]

dress cord in puri jagannath temple

dress cord in puri jagannath temple

Rakesh Mallick
  • Published: Tuesday, 10 July 2018
  • Updated: 10 July 2018, 10:41 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ହୁଣ୍ଡିର ପ୍ରାୟ ୪ କେଜି ସୁନା ନ ମିଳିବା ଘଟଣାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା। ରାଜ୍ୟ ବିଜେପିର ଉପସଭାପତି ସମୀର ମହାନ୍ତି ଏହି ମାମଲା ରୁଜୁ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ଅର୍ଥ ଓ ଆଇନ ସଚିବ, ସିବିଆଇ, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରିବାକୁ ଆବେଦନ କରାଯାଇଛି।

ଆବେଦନକାରୀ ଦର୍ଶାଇଛନ୍ତି ଯେ, ୧୯୮୩ ମସିହାରୁ ୨୦୧୮ ମଧ୍ୟରେ ହୁଣ୍ଡିରୁ ୧୮ କେଜି ୨୫୦ ଗ୍ରାମ ସୁନା ମିଳିଥିଲା। କିନ୍ତୁ ଜିଲ୍ଲା ପ୍ରଶାସନ ଏସ୍‌ବିଆଇ ଲକରରେ ରଖିଥିଲା ୧୪ କେଜି ୫୬୦ ଗ୍ରାମ ସୁନା। ବାକି ସୁନା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ଆବେଦନକାରୀ। ଭିଜିଲାନ୍ସରେ ଅଭିଯୋଗ ପରେ ମଧ୍ୟ ଏଯାଏଁ ମାମଲା ରୁଜୁ ହୋଇନାହିଁ। ତେଣୁ ମାମଲା ରୁଜୁ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେବା ସହିତ ସିବିଆଇକୁ ମାମଲା ହସ୍ତାନ୍ତର କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos