ଜାଣନ୍ତୁ ଓଡ଼ିଶାର କେତୋଟି ସାମଗ୍ରୀ ପାଇଛନ୍ତି ଜିଆଇ ମାନ୍ୟତା

GAI

ଭୁବନେଶ୍ୱର: ଓଡ଼ିଶାର ୧୫ଟି ସାମଗ୍ରୀକୁ ପୂର୍ବରୁ ମିଳିଛି  ଜିଆଇ ମାନ୍ୟତା। ବିଧାନସଭାରେ ଗତକାଲି ବିଧାୟକ ଦିଲୀପ ରାୟଙ୍କ ପ୍ରଶ୍ନରେ ଉତ୍ତର ରଖି ଏହା କହିଛନ୍ତି ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର। ସେ କହିଛନ୍ତି,“ ୨୦୦୫-୦୬ରୁ ୨୦୧୩-୧୪ ମଧ୍ୟରେ ବିଭିନ୍ନ ସାମଗ୍ରୀ ଜିଆଇ ମାନ୍ୟତା ପାଇଛନ୍ତି। ୨୦୦୫ରେ କୋଟପାଡ଼ ହ୍ୟାଣ୍ଡଲୁମ୍ ଫେବରିକକୁ ପ୍ରଥମେ ଜିଆଇ ମାନ୍ୟତା ମିଳିଥିଲା। ପରେ କୋଣାର୍କ ପଥର ଖୋଦେଇ, ଓଡ଼ିଶା ପଟଚିତ୍ର, ପିପିଲିର ଚାନ୍ଦୁଆ, ଖଣ୍ଡୁଆ ଶାଢ଼ି, ଗୋପାଳପୁର  ଟସର, ସମ୍ବଲପୁର ବନ୍ଧା ଶାଢି, ବମକେଇ ଶାଢି, ବ୍ରହ୍ମପୁର ପାଟ ଏବଂ ଓଡ଼ିଶା ପଟଚିତ୍ର ଲୋଗ ରହିଛି।”

ସେ ଆହୁରି କହିଛନ୍ତି,“ ରସଗୋଲାର ଜିଆଇ ମାନ୍ୟତା ପାଇଁ ଓଡ଼ିଶା ସରକାର ଆବେଦନ କରିବାକୁ ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଏମ୍ଏସ୍ଏମଇ ବିଭାଗ ସଂପୃକ୍ତ ସଂଗଠନମାନଙ୍କ ସହିତ ବିଚାର ବିମର୍ଷ କରି ତଥ୍ୟ ସଂଗ୍ରହ କରୁଛି।”

Previous ArticleNext Article

Send this to a friend