ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଓଲିଉଡ଼ର ଚର୍ଚ୍ଚିତ ଅଭିନେତ୍ରୀ ଅନୁ ଚୌଧୁରୀ ଗତ ଜାନୁଆରୀ ୨୦ ତାରିଖରେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବରେ ସେ ସାମିଲ ହୋଇଥିଲେ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଅନୁ ଚୌଧୁରୀ ବିଜେପିରେ ମିଶିଥିଲେ। ବିଜେପିରେ ଯୋଗ ଦେବା ପରେ ସେ ବହୁ ଦଳୀୟ କାର୍ଯ୍ୟକ୍ରମ ଏପରିକି ବିଜେପୁର ଉପନିର୍ବାଚନ ପ୍ରଚାରରେ ମଧ୍ୟ ସାମିଲ ହୋଇଥିଲେ। ଏହିପରିପ୍ରେକ୍ଷୀରେ ଓଟିଭିର ଲୋକପ୍ରିୟ ସୋ’ ଖୋଲା କଥା’ କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗ ଦେଇ ସେ କାହିଁକି ରାଜନୀତିକୁ ଆସିଲେ କହିଛନ୍ତି। ଏଥିସହ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ପ୍ରତି ଆକର୍ଷିତ ନ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିତ୍ୱ ତାଙ୍କୁ କାହିଁକି ଛୁଇଁଲା ତାର ଉତ୍ତର ମଧ୍ୟ ରଖିଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ସାକ୍ଷାତକାରରେ ଅନୁ ଚୌଧୁରୀ କଣ ସବୁ କହିଛନ୍ତି।
ଅନୁ ଚୌଧୁରୀ କହିଛନ୍ତି ଯେ, ଅଭିନେତ୍ରୀ ଏବଂ କଳାକାର ଭାବେ ଅନେକ ପରିଚୟ ଓ ଭଲ ପାଇବା ସାଉଁଟିଛି। ନୂଆ ରୋଲ, ନୂଆ ସ୍ଥାନ ଏବଂ ନୂଆ ଜାଗାରେ ପ୍ରଥମ ଥର ପାଦ ଥାପିଛି। ଯେମିତି କଳାକାରଭାବେ ମୁଁ ମୋ କ୍ୟାରିଅରର ଯାତ୍ରା ପ୍ରଥମ ଥର ଆରମ୍ଭ କରିଥିଲି ଠିକ୍ ସେମିତି ଏବେ ଯେଉଁଠି ପାଦ ଦେଇଛି କଠିନ ପରିଶ୍ରମ କରିବି। କଳାକାର ହିସାବରେ ମୁଁ ବହୁ ସଫଳତା ପାଇଛି। ଲୋକଙ୍କର ଭଲ ପାଇବା ସାଉଁଟିଛି।
ତା’ର ପ୍ରତିବଦଳରେ ସେମାନଙ୍କ ପାଇଁ କିଛି କରିବାର ଉଦ୍ଦେଶ୍ୟ ନେଇ ରାଜନୀତିରେ ପାଦ ଥାପିଛି। ଅଭିନୟ ବେଳେ ମୁଁ କେବଳ ଅଭନୟତାର ସହିତ ଲୋକଙ୍କ ସହ ଜଡ଼ିତ ହୋଇଛି। ସିଧାସଳଖ ଲୋକଙ୍କ ସହ ମିଶିବାର ଖୁବ୍ କମ୍ ସୁଯୋଗ ମିଳେ । ଯେମିତିକି କୌଣସି ପବ୍ଲିକ କାର୍ଯ୍ୟକ୍ରମ ହେଉ କିମ୍ୱା ଷ୍ଟେଜ୍ ସୋ ହେଉ ସେତେବେଳେ ମିଶିଥାଉ। ତେଣୁ ଏହି ପ୍ଲାଟଫର୍ମରେ ସେହି ସୁଯୋଗ ଅଛି ବୋଲି ମୁଁ ଭାବୁଛି। କାରଣ ଆପଣ ଲୋକଙ୍କ ସମସ୍ୟା ଭଲ ଭନ୍ଦରେ ସାମିଲ ହୋଇପାରିବେ। ସେ ଦଷ୍ଟିରୁ ସାରା ଭାରତରେ ବିଜେପିର କାମ ପ୍ରଶଂସନ୍ୟ। ବିଜେପି ବିକାଶର ରାଜନୀତି କରିଆସିଛି। ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛି ବୋଲି ସେ କହିଥିଲେ। ତେବେ ଅନୁ ଚୌଧୁରୀ ବିଜେଡିରେ ନ ମିଶିଲେ ନାହିଁ କାହିଁକି ? ବିଜେପିରେ ଏମିତି କ’ଣ ନୀତି ଆଦର୍ଶ ଅଛି ଯାହା ବିଜେଡିରେ ନାହିଁ? କାହିଁକି ଅନୁଚୌଧୁରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ପ୍ରତି ଆକର୍ଷିତ ନ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଇକନ ବୋଲି ମାନିଲେ ବୋଲି ପ୍ରଶ୍ନର ସେ ଜବାବ ରଖିଛନ୍ତି । ତେବେ ଉତ୍ତରରେ ଅନୁଚୌଧୁରୀ କ’ଣ କହିଛନ୍ତି ପୁରା ଭିଡିଓଟି ଦେଖନ୍ତୁ।
https://youtu.be/Djpu_0nDs5Y
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।