ଜାତୀୟ ଫୋରମରେ କାହିଁକି ଚୁପ୍ ରହୁଛି ବିଜେଡି

ଭୁବନେଶ୍ଵର(ପ୍ରକାଶ ସେଠୀ) : ଆଞ୍ଚଳିକ ସମସ୍ୟାକୁ ନେଇ ରାଜନୀତି କରୁଥିବା ଆଞ୍ଚଳିକ ଦଳ ବିଜେଡି ଗତ ୪ବର୍ଷ ମଧ୍ୟରେ ଜାତୀୟସ୍ତରରେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ଦୃଢ଼ ଭାବେ ଉତ୍ଥାପନ କରିବାରେ କ୍ରମାଗତ ବିଫଳ ହେଉଛି । ଏପରିକି ରାଜ୍ୟର ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉଠାଇବା ପାଇଁ ଉଦ୍ଦିଷ୍ଟ ଜାତୀୟ ଫୋରମକୁ ବି ଉପଯୋଗ କରିବାର ସୁଯୋଗକୁ ବିଜେଡି ହାତଛଡ଼ା କରିବାକୁ ପଛାଉନାହିଁ । ବିଜେଡିର ଏଭଳି ପଦକ୍ଷେପ ରାଜନୀତିକ ବିଶ୍ଳେଷକଙ୍କୁ ଚକିତ କରୁଥିବାବେଳେ ଏହା ବିଜେଡିର […]

vhy

vhy

Rakesh Mallick
  • Published: Sunday, 22 July 2018
  • Updated: 22 July 2018, 07:51 PM IST

Sports

Latest News

ଭୁବନେଶ୍ଵର(ପ୍ରକାଶ ସେଠୀ) : ଆଞ୍ଚଳିକ ସମସ୍ୟାକୁ ନେଇ ରାଜନୀତି କରୁଥିବା ଆଞ୍ଚଳିକ ଦଳ ବିଜେଡି ଗତ ୪ବର୍ଷ ମଧ୍ୟରେ ଜାତୀୟସ୍ତରରେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ଦୃଢ଼ ଭାବେ ଉତ୍ଥାପନ କରିବାରେ କ୍ରମାଗତ ବିଫଳ ହେଉଛି । ଏପରିକି ରାଜ୍ୟର ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉଠାଇବା ପାଇଁ ଉଦ୍ଦିଷ୍ଟ ଜାତୀୟ ଫୋରମକୁ ବି ଉପଯୋଗ କରିବାର ସୁଯୋଗକୁ ବିଜେଡି ହାତଛଡ଼ା କରିବାକୁ ପଛାଉନାହିଁ । ବିଜେଡିର ଏଭଳି ପଦକ୍ଷେପ ରାଜନୀତିକ ବିଶ୍ଳେଷକଙ୍କୁ ଚକିତ କରୁଥିବାବେଳେ ଏହା ବିଜେଡିର ଅପରିପକ୍ୱ ରାଜନୀତି ନା ସୁବିଧାବାଦୀ ରାଜନୀତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ମହାନଦୀ ଓ ପୋଲାଭରମ୍, ସ୍ଵତନ୍ତ୍ର ରାଜ୍ୟ ପାହ୍ୟା, ଧାନର ଏମ୍‌ଏସ୍‌ପି, କୋଇଲା ରୟାଲିଟିରେ ସଂଶୋଧନ, ଖଣି ରୟାଲିଟି, ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଅନୁଦାନ ପରିମାଣ ବୃଦ୍ଧି ସମେତ ରେଳବାଇ ଓ ଅନ୍ୟାନ୍ୟ କ୍ଷେତ୍ରରେ ଆର୍ଥିକ ସହଯୋଗ ପାଇଁ କ୍ଷମତାସୀନ ବିଜେଡି ସରକାର ରାଜ୍ୟରେ କେନ୍ଦ୍ର ବିରୋଧରେ ସ୍ଵର ଉଠାଉଛନ୍ତି । କିନ୍ତୁ ଏସବୁ ପ୍ରସଙ୍ଗର ଆଲୋଚନା ପାଇଁ ଉଦ୍ଦିଷ୍ଟ ଜାତୀୟସ୍ତରର ଫୋରମକୁ ବିଜେଡି ଏପର୍ଯ୍ୟନ୍ତ ଉପଯୋଗ କରିବାରେ ସକ୍ଷମ ହୋଇନାହିଁ ।

ରାଜନୀତିକ ବିଶ୍ଳେଷକଙ୍କ ମତରେ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ଚିଠି ଲେଖିବାରେ ଏସବୁ ପ୍ରସଙ୍ଗକୁ ସୀମିତ ରଖିଥିବାବେଳେ ତାଙ୍କ ଦଳ ରାଜନୀତିକ ଫାଇଦା ପାଇଁ ବିକ୍ଷୋଭ-ଧାରଣା ଆଦି କାର୍ଯ୍ୟକ୍ରମ କରୁଛି । କିନ୍ତୁ ଯେଉଁଠି ସ୍ଵର ଉଠିଲେ ତାର ସୁଫଳ ମିଳିପାରିବ ସେଠାରେ ମୁହଁ ଖୋଲିବାରେ ବିଜେଡି କୁଣ୍ଠାବୋଧ କରୁଛି । ବିଶେଷକରି ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ଏନଡିଏ ସରକାର ଅମଳରେ ହିଁ ବିଜେଡିର ଏଭଳି ଦୋମୁହାଁ ଆଭିମୁଖ୍ୟ ଦେଖିବାକୁ ମିଳିଛି । ଉଭୟ କଂଗ୍ରେସ ଓ ବିଜେପିଠୁ ସମଦୂରତ୍ୱ ବଜାୟ ରଖିବାରେ ବିଜେଡି ବିଶ୍ୱାସ କରେ ଓ ସେହି ନୀତିରେ କାଏମ ରହିଛି ବୋଲି କହୁଥିଲେ ମଧ୍ୟ ମୋଦି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଅଯାଚିତ ସମର୍ଥନ ଅଜାଡ଼ି ଦେଇ ଆସୁଛି । ସଂସଦରେ ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭରୁ ନାଟକୀୟ ଢଙ୍ଗରେ ବିଜେଡି କକ୍ଷତ୍ୟାଗ କରିବାର ଦୁଇଦିନ ନ ପୂରୁଣୁ ନ୍ୟାପକିନ ଜିଏସଟି ମୁକ୍ତ କରାଯିବା ପ୍ରସଙ୍ଗକୁ ନବୀନ ସମର୍ଥନ ଜଣାଇ ପ୍ରଶଂସା କରିଛନ୍ତି ।

ପୂର୍ବରୁ ମଧ୍ୟ ମୋଦି ସରକାରର ବିମୁଦ୍ରାକରଣ, ଜିଏସଟି, ରାଷ୍ଟ୍ରପତି ପ୍ରାର୍ଥୀତ୍ୱ ଓ ଏକକ ନିର୍ବାଚନ ପ୍ରସ୍ତାବକୁ ନବୀନ ସମର୍ଥନ ଜଣାଇ ସାରିଛନ୍ତି । ସଂସଦରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ପୂର୍ବରୁ ବିଜେଡି ସାଂସଦଙ୍କ କକ୍ଷତ୍ୟାଗ ପରୋକ୍ଷରେ ମୋଦି ସରକାରକୁ ସମର୍ଥନ ଜଣାଇବା ଭଳି ହୋଇଛି । ଅବଶ୍ୟ ଉପରାଷ୍ଟ୍ରପତି ନିର୍ବାଚନବେଳେ ଗୋପାଳକୃଷ୍ଣ ଗାନ୍ଧିଙ୍କୁ ସମର୍ଥନ କରି ବିଜେଡି ସେତେବେଳେ ନିଜର ଅସ୍ତିତ୍ୱ ଓ ରାଜନୀତିକ ସ୍ଵାତନ୍ତ୍ର୍ୟ ବଜାୟ ରଖିବାକୁ ଚେଷ୍ଟା କରିଥିଲା । କିନ୍ତୁ ନିଜ ପିତାଙ୍କ ଉପରେ ଲିଖିତ ଦି ଟଲ ମ୍ୟାନ ବିଜୁ ପଟ୍ଟନାୟକ ପୁସ୍ତକକୁ ଭେଟିଦେବା ଆଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନବୀନ ଏକାନ୍ତ ଓ ଅପ୍ରତ୍ୟାଶିତ ଭାବେ ଭେଟି ଉଭୟ ଦଳ ମଧ୍ୟରେ ଥିବା ଗୋପନ ବୁଝାମଣାକୁ ଆହୁରି ସୁଦୃଢ଼ କରାଇ ପାରିଥିଲେ ବୋଲି ଚର୍ଚ୍ଚା । ଖଣି ଓ ଚିଟଫଣ୍ଡ ଭଳି ଦୁର୍ନୀତିରେ ସିବିଆଇ ତଦନ୍ତ ମଧ୍ୟ ବିଜେଡି ନେତୃତ୍ୱକୁ ଏଭଳି ସୁବିଧାବାଦୀ ଆଭିମୁଖ୍ୟ ପୋଷଣ ପାଇଁ ବାଧ୍ୟ କରୁଥିବା ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି ।

ଏ ସମ୍ପର୍କରେ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କ୍ଷମତାସୀନ ବିଜେଡି ଓଡ଼ିଶାରେ ଯେଉଁସବୁ ରାଜ୍ୟସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ଓହ୍ଲାଉଛି ତାକୁ ନୀତି ଆୟୋଗ ବୈଠକ ହେଉ ଅବା ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କାଳରେ ଉଠାଇ ପାରିଥାନ୍ତା । ଏଥିରୁ ସୁଫଳ କଣ ମିଳିଥାନ୍ତା, ତାହା ଭିନ୍ନ କଥା କିନ୍ତୁ କିଛି ଫାଇଦା ମିଳିବନି ବୋଲି କହି ବିଲକୁଲ ପ୍ରୟାସ କରାନଯିବା କେତେ ଯୁକ୍ତିସଙ୍ଗତ, ତାହା ବିଜେଡି ଚିନ୍ତା କରିବାର ଆବଶ୍ୟକତା ରହିଛି । ବିଜେପି ସହ ବିଜେଡିର ଭିତିରି ସମ୍ପର୍କ ଅଛି ବୋଲି ଅନେକ କ୍ଷେତ୍ରରେ ପ୍ରମାଣିତ ହୋଇସାରିଛି । କିନ୍ତୁ ସେଥିପାଇଁ ଜାତୀୟ ଫୋରମରେ ରାଜ୍ୟସ୍ୱାର୍ଥ ପ୍ରସଙ୍ଗ ଉଠାଇବା ଭଳି ସୁଯୋଗକୁ ବିଜେଡି ହାତଛଡ଼ା କରିବା ଉଚିତ୍ ନୁହେଁ । ବିଜେଡି ସୁପ୍ରିମୋ ନିଜେ ସବୁ ପ୍ରସଙ୍ଗରେ ନିରବ ରୁହନ୍ତି, ଏବେ ତାଙ୍କ ଦଳ ସେହି ଢଙ୍ଗରେ ଚାଲିଛି ଓ ଏହା ବିଜେଡିର ଏକପ୍ରକାର ସୁବିଧାବାଦୀ ରଣନୀତି ବୋଲି ସେ ଅନୁଭବ କରୁଥିବା ଶ୍ରୀ କାନୁନଗୋ କହିଛନ୍ତି ।

ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ବିଜେପି-ବିଜେଡି ସମ୍ପର୍କ ଜଳଜଳ ହୋଇ ଦେଖାଯାଉଛି । ବିଶ୍ୱସ୍ତ ସହଯୋଗୀ ଭାବେ ବିଜେଡି ସଂସଦରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ପୂର୍ବରୁ କକ୍ଷତ୍ୟାଗ କଲା । ସେମାନେ ଭାବୁଛନ୍ତି ଅନ୍ୟମାନେ ବୋକା, କିନ୍ତୁ ରାଜ୍ୟର ଲୋକମାନେ ଏହି ଦୁଇ ଦଳର ଅସଲ ଚରିତ୍ର ଓ ଉଦ୍ଦେଶ୍ୟ ବୁଝିସାରିଛନ୍ତି । ଅନ୍ୟପକ୍ଷରେ ବିଜେଡି ସାଂସଦ ତଥା ମୁଖପାତ୍ର ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ଗତ ୪ବର୍ଷ ମଧ୍ୟରେ ଅନେକଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଚିଠି ଲେଖି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସାଂସଦମାନେ ମଧ୍ୟ ସଂସଦରେ ସ୍ୱର ଉଠାଉଛନ୍ତି । କେଉଁ ସୁଫଳ ମିଳୁଛି ? ତେଣୁ ସଂସଦରେ ୧୫ମିନିଟ୍ ଆଲୋଚନା କରିଦେଇଥିଲେ କ'ଣ ବେଶୀ ଲାଭ ମିଳିଥାନ୍ତା ? ବିଜେଡି ସମଦୂରତ୍ୱ ନୀତିରେ କାଏମ ଥିବାରୁ ଅନାସ୍ଥା ପ୍ରସ୍ତାବ ଆଲୋଚନାବେଳେ କକ୍ଷତ୍ୟାଗ କରିଛି ଓ ଯଥାର୍ଥ ପଦକ୍ଷେପ ନେଇଛି ବୋଲି ସେ ଯୁକ୍ତି ବାଢ଼ିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story