ସହି ପାରିଲେନି ଯୌତୁକ ନିର୍ଯାତନା, ଜୀବନ ହାରିଲେ!

<p>ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ରୋଡ୍&zwnj; ଥାନା ଅନ୍ତର୍ଗତ ଚୋରଦା ଡିଗିସାହି ଅଞ୍ଚଳର ଏକ ଘରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଝାଡ଼ଖଣ୍ଡ ଅଞ୍ଚଳର। ତାଙ୍କ ସ୍ୱାମୀ କଳିଙ୍ଗନଗର ସ୍ଥିତ ଏକ କମ୍ପାନୀରେ ଜଣେ ସହକାରୀ ପରିଚାଳକ ଭାବେ କାର୍ଯ୍ୟ କରନ୍ତି।&nbsp; ତାଙ୍କ ନାଁ ପଙ୍କଜ କୁମାର।</p> <p>ଗତକାଲି ରାତିରେ ପଙ୍କଜ କାରଖାନାରୁ ଫେରି କବାଟ ବନ୍ଦ ଥିବା ଦେଖିବାକୁ ପାଇଥିଲେ। ତେବେ ଦୀର୍ଘ ସମୟ ଧରି କବାଟ ନ ଖୋଲିବା ପରେ ପଡ଼ୋଶୀଙ୍କ ସହଯୋଗରେ କବାଟ ଭଙ୍ଗାଯାଇଥିଲା। ପଙ୍କଜଙ୍କ ପତ୍ନୀ ଓଢ଼ଣୀରେ ବେକକୁ ବାନ୍ଧି ଆତ୍ମହତ୍ୟା କରିଥିବା ସେମାନେ ଦେଖିବାକୁ ପାଇଥିଲେ।&nbsp; ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ପଙ୍କଜ ତାଙ୍କୁ ଯୌତୁକ ପାଇଁ ବାରମ୍ବାର ନିର୍ଯାତନା ଦେଉଥିଲେ ବୋଲି ତାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି।&nbsp; ଏନେଇ ପଙ୍କଜ ଏବଂ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି।&nbsp; ପୋଲିସ ଅଭିଯୁକ୍ତ ପଙ୍କଜଙ୍କୁ ଅଟକ ରଖି ପଚରାଉଚରା କରୁଛି।</p>

Ordigital Desk
  • Published: Saturday, 10 March 2018
  • Updated: 10 March 2018, 11:04 AM IST
<p>ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ରୋଡ୍&zwnj; ଥାନା ଅନ୍ତର୍ଗତ ଚୋରଦା ଡିଗିସାହି ଅଞ୍ଚଳର ଏକ ଘରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଝାଡ଼ଖଣ୍ଡ ଅଞ୍ଚଳର। ତାଙ୍କ ସ୍ୱାମୀ କଳିଙ୍ଗନଗର ସ୍ଥିତ ଏକ କମ୍ପାନୀରେ ଜଣେ ସହକାରୀ ପରିଚାଳକ ଭାବେ କାର୍ଯ୍ୟ କରନ୍ତି।&nbsp; ତାଙ୍କ ନାଁ ପଙ୍କଜ କୁମାର।</p><p>ଗତକାଲି ରାତିରେ ପଙ୍କଜ କାରଖାନାରୁ ଫେରି କବାଟ ବନ୍ଦ ଥିବା ଦେଖିବାକୁ ପାଇଥିଲେ। ତେବେ ଦୀର୍ଘ ସମୟ ଧରି କବାଟ ନ ଖୋଲିବା ପରେ ପଡ଼ୋଶୀଙ୍କ ସହଯୋଗରେ କବାଟ ଭଙ୍ଗାଯାଇଥିଲା। ପଙ୍କଜଙ୍କ ପତ୍ନୀ ଓଢ଼ଣୀରେ ବେକକୁ ବାନ୍ଧି ଆତ୍ମହତ୍ୟା କରିଥିବା ସେମାନେ ଦେଖିବାକୁ ପାଇଥିଲେ।&nbsp; ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ପଙ୍କଜ ତାଙ୍କୁ ଯୌତୁକ ପାଇଁ ବାରମ୍ବାର ନିର୍ଯାତନା ଦେଉଥିଲେ ବୋଲି ତାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି।&nbsp; ଏନେଇ ପଙ୍କଜ ଏବଂ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି।&nbsp; ପୋଲିସ ଅଭିଯୁକ୍ତ ପଙ୍କଜଙ୍କୁ ଅଟକ ରଖି ପଚରାଉଚରା କରୁଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos