ମରିଗଲା ମାନବିକତା: ସାହାଯ୍ୟ କଲେନି ଗାଁଲୋକେ,ରାସ୍ତାରେ ଯାଆଁଳା ଶିଶୁକନ୍ୟା ଜନ୍ମ ଦେଲେ ମହିଳା

ମାଲକାନଗିରି: ମରିଗଲାନି ମାନବିକତା। ବାସନ୍ଦ ପାଇଁ ପ୍ରସୂତିଙ୍କୁ କଲେନି କେହି ସାହାଯ୍ୟ। ଚାଲି ଚାଲି ହସ୍ପିଟାଲ୍ ଯିବା ବାଟରେ ଯାଆଁଳା ସନ୍ତାନକୁ ଜନ୍ମ ଦେଲେ ମହିଳା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁକ୍ଷିତ ମାଲକାଗିରି ଜିଲ୍ଲା ଦଳପତିଗୁଡ଼ା ଗାଁରେ।

କମାରଗୁଡ଼ା ଗାଁର ଜଣେ ମହିଳା ଅନ୍ୟ ଜାତିରେ ବିବାହ କରିଥିବାରୁ ଦୁଇ ବର୍ଷ ତଳେ ଗାଁରୁ ବାସନ୍ଦ ହୋଇ ନିକଟସ୍ଥ ଦଳପତିଗୁଡ଼ା ଗାଁ ମୁଣ୍ଡରେ ରହୁଥିଲେ। ଗତକାଲି ସ୍ୱାମୀ ନ ଥିବା ବେଳେ ହଠାତ୍ ତାଙ୍କର ଗର୍ଭ ଯନ୍ତ୍ରଣା ହୋଇଥିଲା। ସେ ସାହି ପଡ଼ିଶାଙ୍କ ସାହାଯ୍ୟ ଲୋଡ଼ିଥିଲେ କିନ୍ତୁ କେହି ସାହାଯ୍ୟର ହାତ ବଢ଼ାଇ ନ ଥିଲେ। ଫଳରେ ମହିଳା ଜଣଙ୍କ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇ ଜଙ୍ଗଲିଆ ରାସ୍ତାରେ ଚାଲି ଚାଲି ମାଥିଲି ଡାକ୍ତରଖାନା ଅଭିମୁଖେ ଯାଉଥିଲେ। ହେଲେ ଅଧବାଟରେ ହିଁ ଦୁଇଟି କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।

ମହିଳାଙ୍କ ଏ ଅବସ୍ଥା ଦେଖି ରାସ୍ତାରେ ଯାଉଥିବା ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଶେଷରେ ଆମ୍ବୁଲାନ୍ସ ପହଞ୍ଚି ଦୁଇ ଶିଶୁଙ୍କ ସହ ମହିଳାଙ୍କୁ ମାଥିଲି ଚିକିତ୍ସାଳୟକୁ ନେଇଥିଲା। ଏବେ ମାଆ ଓ ଦୁଇ ଝିଅ ସୁସ୍ଥ ଥିବା ଜଣାପଡ଼ିଛି।

[vc_video link="" align="center"]

Ordigital Desk
• Published: Tuesday, 22 August 2017
• Updated: 22 August 2017, 08:34 AM IST

Sports

Latest News

ମାଲକାନଗିରି: ମରିଗଲାନି ମାନବିକତା। ବାସନ୍ଦ ପାଇଁ ପ୍ରସୂତିଙ୍କୁ କଲେନି କେହି ସାହାଯ୍ୟ। ଚାଲି ଚାଲି ହସ୍ପିଟାଲ୍ ଯିବା ବାଟରେ ଯାଆଁଳା ସନ୍ତାନକୁ ଜନ୍ମ ଦେଲେ ମହିଳା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁକ୍ଷିତ ମାଲକାଗିରି ଜିଲ୍ଲା ଦଳପତିଗୁଡ଼ା ଗାଁରେ।

କମାରଗୁଡ଼ା ଗାଁର ଜଣେ ମହିଳା ଅନ୍ୟ ଜାତିରେ ବିବାହ କରିଥିବାରୁ ଦୁଇ ବର୍ଷ ତଳେ ଗାଁରୁ ବାସନ୍ଦ ହୋଇ ନିକଟସ୍ଥ ଦଳପତିଗୁଡ଼ା ଗାଁ ମୁଣ୍ଡରେ ରହୁଥିଲେ। ଗତକାଲି ସ୍ୱାମୀ ନ ଥିବା ବେଳେ ହଠାତ୍ ତାଙ୍କର ଗର୍ଭ ଯନ୍ତ୍ରଣା ହୋଇଥିଲା। ସେ ସାହି ପଡ଼ିଶାଙ୍କ ସାହାଯ୍ୟ ଲୋଡ଼ିଥିଲେ କିନ୍ତୁ କେହି ସାହାଯ୍ୟର ହାତ ବଢ଼ାଇ ନ ଥିଲେ। ଫଳରେ ମହିଳା ଜଣଙ୍କ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇ ଜଙ୍ଗଲିଆ ରାସ୍ତାରେ ଚାଲି ଚାଲି ମାଥିଲି ଡାକ୍ତରଖାନା ଅଭିମୁଖେ ଯାଉଥିଲେ। ହେଲେ ଅଧବାଟରେ ହିଁ ଦୁଇଟି କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।

ମହିଳାଙ୍କ ଏ ଅବସ୍ଥା ଦେଖି ରାସ୍ତାରେ ଯାଉଥିବା ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଶେଷରେ ଆମ୍ବୁଲାନ୍ସ ପହଞ୍ଚି ଦୁଇ ଶିଶୁଙ୍କ ସହ ମହିଳାଙ୍କୁ ମାଥିଲି ଚିକିତ୍ସାଳୟକୁ ନେଇଥିଲା। ଏବେ ମାଆ ଓ ଦୁଇ ଝିଅ ସୁସ୍ଥ ଥିବା ଜଣାପଡ଼ିଛି।

[vc_video link="" align="center"]

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos