ବିଳମ୍ୱରେ ଆସିଲା ଆମ୍ୱୁଲାନ୍ସ: ମରିଗଲେ ମହିଳା

କୋଣାର୍କ(ସଞ୍ଜୟ ପତି): ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଇଁଗୋଳ ଗାଁରେ। ଏହାପରେ ଗାଁ ଲୋକେ ଆମ୍ୱୁଲାନ୍ସକୁ ଅଟକ ରଖିଥିଲେ।

ସୂଚନା ଅନୁସାରେ ଗତ ରାତିରେ ଏହି ଗାଁର ଝାଟୁ ବାରିକଙ୍କ ସ୍ତ୍ରୀ କ୍ରିଷ୍ଣା ବାରିକଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହୋଇଥିଲା। ରାତି ଗୋଟାଏ ବେଳେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଆମ୍ବୁଲାନ୍ସ ୪ ଘଣ୍ଟା ବିଳମ୍ବ କରି ଭୋର୍ ୫ଟାରେ ଆସି ପହଞ୍ଚିଥିଲା। ସେତେବେଳକୁ କ୍ରିଷ୍ଣାଙ୍କ ମୃତ୍ୟୁ ହୋଇ ସାରିଥିଲା।

ଏଥିରେ ଉତ୍‌କ୍ଷୀପ୍ତ ହୋଇ ସ୍ଥାନୀୟ ଲୋକେ ବିଳମ୍ବରେ ଆସିଥିବା ଆମ୍ବୁଲାନ୍ସ ଅଟକ ରଖିଥିଲେ। ଏଥିସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ଦାବି କରିଥିଲେ। ପରେ ଗାଁରେ ମୂରବୀ ଶ୍ରେଣୀୟ ଲୋକେ ବୁଝାସୁଝା କରିବା ପେର ଆମ୍ବୁଲାନ୍ସକୁ ଛାଡ଼ିଥିଲେ।

Previous ArticleNext Article

Send this to a friend