ଆସିକା (ମନୋଜ ମୁନି): ଆସିକା ବନଖଣ୍ଡ ଭେଟ୍ଟନଈ ଗାଁରେ ଘର ବାହାରକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳାଙ୍କୁ ବାର୍ହା ଆକ୍ରମଣ କରିଛି। ତାଙ୍କ ନାଁ ପ୍ରମିଳା ନାଇକ(୪୦)। ତାଙ୍କ ଘର ପନ୍ଦରାସାହିରେ। ପ୍ରମିଳାଙ୍କୁ ପ୍ରଥମେ ଆସିକା ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି।
ସେହିପରି ଆଜି ସକାଳେ ଭାସି ନାଇକ ନାମକ ଜଣେ ମହିଳା ବିଲରେ କାମ କରୁଥିବା ବେଳେ ତାଙ୍କୁ ବାର୍ହା କାମୁଡ଼ି ଦେଇଥିଲା। ଚିକିତ୍ସା ପରେ ସେ ସୁସ୍ଥ ଅଛନ୍ତି। ଗାଁରେ ବାର୍ହା ଉପଦ୍ରବ ବଢ଼ୁଥିବାରୁ ଲୋକ ଆତଙ୍କିତ ହୋଇପଡ଼ିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।