ମଦ ଦୋକାନ ଉଚ୍ଛେଦ ଦାବିରେ ମହିଳାଙ୍କ ରାସ୍ତା ଅବରୋଧ; ପୋଲିସ ସହ ଧସ୍ତାଧସ୍ତି

ପାଟକୁରା(ମନୋଜ ସ୍ୱାଇଁ): ମଦ ଦୋକାନ ଉଚ୍ଛେଦ ଦାବିରେ ତାତିଲେ ମହିଳା। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଳକର ଅଙ୍ଗୁଳାଇ ଛକରେ ଶତାଧିକ ମହିଳା ରାସ୍ତା ଅବରୋଧ କରିଛନ୍ତି। ମହିଳାମାନେ ମଦ ଦୋକାନ ଭାଙ୍ଗିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ୍‌ ସେମାନଙ୍କୁ ଅଟକାଇ ଥିଲା। ଏହି ସମୟରେ ପୋଲିସ୍‌ ସହ ମହିଳାଙ୍କର ଧସ୍ତାଧସ୍ତି ହୋଇଛି।

ଦୀର୍ଘ ଦିନ ହେବ ଅଙ୍ଗୁଳାଇ ଛକରେ ଗୋଟିଏ ଦେଶୀ ଓ ଗୋଟିଏ ବିଦେଶୀ ମଦ ଦୋକାନ ଖୋଲା ରହୁଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ଏନେଇ ବାରମ୍ବାର ପ୍ରଶାସନକୁ ଜଣାଇବା ପରେ କିଛି ଫଳ ମିଳୁ ନ ଥିବାରୁ ମହିଳାମାନେ ମଦ୍ୟପଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଆମରଣ ଅନଶନକୁ ଓହ୍ଲାଇଥିବା କହିଛନ୍ତି।

ଶତାଧିକ ମହିଳା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରଖି ଆମରଣ ଅନଶନ କରିଛନ୍ତି। ଘଟଣାସ୍ଥଳରେ ୧ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

 

 

Previous ArticleNext Article

Leave a Reply

Send this to a friend