ଥାନା ବାବୁଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା ପୋଲିସ କର୍ମଚାରୀ

iic

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଜିଆରପି ଥାନା ଆଇଆଇସି ସୌଭାଗ୍ୟ ରଂଜନ ସ୍ୱାଇଁଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଛି। ଜଣେ ମହିଳା ସବ୍ ଇନସ୍‌ପେକ୍ଟର ଏହି ଅଭିଯୋଗ ଆଣିଛନ୍ତି।  ଗତ ୨୦୧୫ ମସିହାରେ ଦୁଷ୍କର୍ମ ହୋଇଥିବା ନେଇ ସଂପୃକ୍ତ ଏସ୍‌ଆଇ ମହିଳା ଥାନାରେ ଅଭିଯୋଗ କରିଥିଲେ । ୧୬୧ ସିଆରପିସି ଧାରାରେ ମହିଳା ଏସ୍‌ଆଇଙ୍କ ବୟାନ ରେକର୍ଡ କରାଯାଇଛି। ଏହି ଅଭିଯୋଗକୁ ମିଥ୍ୟା ବୋଲି ଆଇଆଇସି ସୌଭାଗ୍ୟ ରଂଜନ ସ୍ୱାଇଁ କହିଛନ୍ତି।

ସେ କହିଛନ୍ତି,“ଜଣେ ମହିଳା ସବ୍‌ ଇନସପେକ୍ଟର ଆଇଆଇସିଙ୍କ ବିରୋଧରେ ଅଢ଼େଇ ବର୍ଷ ପରେ ଏଭଳି ଅଭିଯୋଗ ଆଣିବା କେତେଦୂର ସତ୍ୟାସତ୍ୟ ଜାଣି ପାରୁଥିବେ। ୨୦୧୫ରେ ଦୁର୍ଗା ପୂଜା ଡ୍ୟୁଟି ଯାଇ ସଂପୃକ୍ତା ମହିଳା ଏସ୍‌ଆଇ ସେଠାରୁ ଆଉ ଫେରି ନ ଥିଲେ। ଅନଧିକୃତ ଭାବେ ସେ ଅନୁପସ୍ଥିତ ରହିଥିବାରୁ ଏସ୍‌ପି ତାଙ୍କୁ ସସ୍‌ପେଣ୍ଡ କରିଥିଲେ। ଏହାସହିତ ତାଙ୍କ ନାଁରେ ପ୍ରୋସିଡିଂ କରାଯାଇଥିଲା। ଏହି ପ୍ରୋସିଡିଂ ବଳରେ ତାଙ୍କୁ ବ୍ଲାକ୍‌ ମାର୍କ ଦିଆଯାଇଥିଲା। ଯେଉଁଥି ପାଇଁ ତାଙ୍କ ପ୍ରମୋଶନ ବନ୍ଦ କରାଯାଇଥିଲା। ଏହି ସବୁ କାମ ପାଇଁ ଦାୟୀ କରି ସେ ମୋ ନାଁରେ ଯୌନ ନର୍ଯାତନା ଅଭିଯୋଗ କରିଥିଲେ। ହେଲେ ଏହି ମାମଲା ଯାଞ୍ଚ ପାଇଁ ରହିଥିବା ସ୍ୱତନ୍ତ୍ର ସେଲ୍‌ରେ ଏହି ସବୁ ଅଭିଯୋଗ ପ୍ରମାଣିତ ହୋଇପାରି ନ ଥିଲା। ସମସ୍ତ ସାକ୍ଷୀ ତାଙ୍କ ବିରୋଧରେ ବୟାନ ଦେଇଥିଲେ। ତାଙ୍କର ଏହି ଅଭିଯୋଗ ସବୁଠୁ ମିଥ୍ୟା ପ୍ରମାଣିତ ହେବା ପରେ ସେ ଶେଷରେ ମୋ ନାଁରେ ଏହି ଅଭିଯୋଗ ଆଣିଛନ୍ତି।”

Previous ArticleNext Article

Send this to a friend