ମହିଳାଙ୍କୁ ପ୍ରଥମେ ମାଡ଼ ମାରିଲେ: ତା’ପରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଲେ

<p>ସୋର(ଓଡ଼ିଶା ରିପୋର୍ଟର): ପୁଣି ମହିଳାଙ୍କ ଉପରେ ବର୍ବରତା।&nbsp; ସାମୂହିକ ଭାବେ ଜଣେ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି &nbsp;ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳଆ ଥାନା ଅଞ୍ଚଳରେ। ଏହାକୁ ନେଇ ସିମୁଳିଆ ଥାନାରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି।</p> <p>ମିଳିଥିବା ସୂଚନା ଅନୁସାରେ,ମହିଳା ଜଣକ ଏକ ସ୍ୱୟଂ ସହାୟକ ଗୋଷ୍ଠୀରେ କାମ କରୁଥିଲେ। ଗାଁ ଲୋକଙ୍କ ସହ କିଛି ବିବାଦକୁ ନେଇ ମହିଳାଙ୍କ ଉପରେ ଆକ୍ରୋଶ ରଖିଥିଲେ ସ୍ଥାନୀୟ ବାସିନ୍ଦା। ଗତ ପଣା ସଂକ୍ରାନ୍ତି ଦିନ କୌଣସି ଏକ ପ୍ରସଙ୍ଗକୁ ନେଇ ମହିଳା ଜଣଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ ସ୍ଥାନୀୟ ଲୋକେ। ଏହାକୁ ନେଇ ପୀଡ଼ିତା ଜଣକ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକେ ମଧ୍ୟ ସମ୍ପୃକ୍ତ ମହିଳାଙ୍କ ନାଁରେ ଅଭିଯୋଗ କରିଛନ୍ତି। ମାମଲାରେ ତଦନ୍ତ ଚଳାଇଛି ସିମୁଳିଆ ପୋଲିସ।</p>

Ordigital Desk
  • Published: Wednesday, 18 April 2018
  • Updated: 18 April 2018, 12:46 PM IST

Sports

Latest News

<p>ସୋର(ଓଡ଼ିଶା ରିପୋର୍ଟର): ପୁଣି ମହିଳାଙ୍କ ଉପରେ ବର୍ବରତା।&nbsp; ସାମୂହିକ ଭାବେ ଜଣେ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି &nbsp;ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳଆ ଥାନା ଅଞ୍ଚଳରେ। ଏହାକୁ ନେଇ ସିମୁଳିଆ ଥାନାରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି।</p><p>ମିଳିଥିବା ସୂଚନା ଅନୁସାରେ,ମହିଳା ଜଣକ ଏକ ସ୍ୱୟଂ ସହାୟକ ଗୋଷ୍ଠୀରେ କାମ କରୁଥିଲେ। ଗାଁ ଲୋକଙ୍କ ସହ କିଛି ବିବାଦକୁ ନେଇ ମହିଳାଙ୍କ ଉପରେ ଆକ୍ରୋଶ ରଖିଥିଲେ ସ୍ଥାନୀୟ ବାସିନ୍ଦା। ଗତ ପଣା ସଂକ୍ରାନ୍ତି ଦିନ କୌଣସି ଏକ ପ୍ରସଙ୍ଗକୁ ନେଇ ମହିଳା ଜଣଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ ସ୍ଥାନୀୟ ଲୋକେ। ଏହାକୁ ନେଇ ପୀଡ଼ିତା ଜଣକ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକେ ମଧ୍ୟ ସମ୍ପୃକ୍ତ ମହିଳାଙ୍କ ନାଁରେ ଅଭିଯୋଗ କରିଛନ୍ତି। ମାମଲାରେ ତଦନ୍ତ ଚଳାଇଛି ସିମୁଳିଆ ପୋଲିସ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos