କବାଟ କିଳି ନିଜେ ପିଲା ଜନ୍ମ ଦେଲେ,ସକାଳକୁ...  

ବାରିପଦା(ମାଣିକ ଲାଲ ପାଣି):  ଏକ ବିବାଦୀୟ ପରିସ୍ଥିତିରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ଜଣେ ମହିଳାଙ୍କର  ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ମାଣିଦା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ ମାଣିଦା ଗାଁର ରାଜେଶ କୁମାର ସେଠୀଙ୍କ ପତ୍ନୀ ମିତା ସେଠୀ। ମିଳିଥିବା ସୂଚନା ଅନୁସାରେ ରାଜେଶ ଓ ତାଙ୍କ ଆସନ୍ନ ପ୍ରସବା ପତ୍ନୀଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। ଗତକାଲି ରାତିରେ ମିତା ନିଜର ଅନ୍ୟ […]

women2

women2

Rakesh Mallick
  • Published: Saturday, 02 June 2018
  • Updated: 02 June 2018, 02:39 PM IST

Sports

Latest News

ବାରିପଦା(ମାଣିକ ଲାଲ ପାଣି):  ଏକ ବିବାଦୀୟ ପରିସ୍ଥିତିରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ଜଣେ ମହିଳାଙ୍କର  ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ମାଣିଦା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ ମାଣିଦା ଗାଁର ରାଜେଶ କୁମାର ସେଠୀଙ୍କ ପତ୍ନୀ ମିତା ସେଠୀ।

ମିଳିଥିବା ସୂଚନା ଅନୁସାରେ ରାଜେଶ ଓ ତାଙ୍କ ଆସନ୍ନ ପ୍ରସବା ପତ୍ନୀଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। ଗତକାଲି ରାତିରେ ମିତା ନିଜର ଅନ୍ୟ ଦୁଇ ଛୁଆଙ୍କ ସହ ଘରେ କବାଟ ବନ୍ଦ କରି ଶୋଇଥିଲେ। ବଳମ୍ବିତ ରାତିରେ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।   କିନ୍ତୁ ମିତା ସକାଳେ ଘରର କବାଟ  ଖୋଲି ନ ଥିଲେ। ଏନେଇ ସ୍ୱାମୀ ରାଜେଶ ତାଙ୍କ ବାପ ଘର ଲୋକଙ୍କୁ ଖବର ଦେଇଥିଲେ। ତାଙ୍କ ବାପଘର ଲୋକେ ଆସି କବାଟ ଭାଙ୍ଗି ମିତା ଓ ନବଜାତ ଶିଶୁକୁ ଉଦ୍ଧାର କରିଥିଲେ। ଉଭୟଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ମିତାଙ୍କୁ ମୃତ ଘୋଷଣା କରିଥିଲେ।

ନବଜାତ ଶିଶୁକନ୍ୟାର ଅବସ୍ଥା ମଧ୍ୟ ଗୁରୁତର ରହିଛି। ତାକୁ ବାରିପଦା ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ବାଙ୍ଗିରିପୋଷି ପୋଲିସ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି।

ବିଭିନ୍ନ ସମୟରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହୁଥିଲା। ସେମାନେ ଅଲଗା ଅଲଗା ରୁମ୍‌ରେ ଶୋଉଥିଲେ।

 

 

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos