ହାତ ଗୋଡ଼ ବାନ୍ଧି ଲୁଟି ନେଲେ

murder

ପିପିଲି(ଓଡ଼ିଶା ରିପୋର୍ଟର) : ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଚନ୍ଦ୍ରକୋଟ ଗାଁରେ ଚାଞ୍ଚଲ୍ୟ। ଡକାୟତି ପାଇଁ ମହିଳାଙ୍କୁ କରାଯାଇଛି ହତ୍ୟା। ତାଙ୍କ ନାଁ ପୁଷ୍ପଲତା ଦାସ। ଗତକାଲି ରାତିରେ ୪ରୁ୫ଜଣ ଡକାୟତ ପୁଷ୍ପଲତାଙ୍କ ଘରେ ପଶି ଲୁଟ କରିବା ସହ ତାଙ୍କୁ ମାଡ଼ ମାରିଥିଲେ। ପରେ ସେଲୋଟେପ୍‌ରେ ତାଙ୍କ ହାତ ଗୋଡ ବାନ୍ଧି ବାଥ୍‌ରୁମ୍‌ରେ ପୂରାଇ ଦେଇଥିଲେ। ରାତି ପ୍ରାୟ ସାଢେ ୧୨ଟାରେ ପୁଅ ଲକ୍ଷ୍ମୀଧର ଘରେ ପହଞ୍ଚି ମାଆଙ୍କୁ ଡାକିଥିଲେ। ହେଲେ କବାଟ ନ ଖୋଲିବାରୁ ସେ ପଡ଼ିଶା ଘର ଛାତ ଉପରକୁ ଯାଇ ତାଙ୍କ ଘର ଭିତରକୁ ଯାଇଥିଲେ। ବନ୍ଧା ହୋଇପଡ଼ିଥିବା ମାଆଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ସତ୍ୟବାଦୀ ଓ ଡେଲାଙ୍ଗ ଥାନା ଆଇଆଇସି ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ କରୁଛନ୍ତି। ପୋଲିସ ମହିଳାଙ୍କ ଶବବ୍ୟବଚ୍ଛେଦ ପାଇଁ ପୁରୀ ଡାକ୍ତରଖାନାକୁ ପଠାଇଛି।

Previous ArticleNext Article

Send this to a friend