ବୌଦ୍ଧରୁ ଆସିଲା ରଥକାଠ

ପୁରୀ(ଓଡ଼ିଶା ରିପୋର୍ଟର):ଶ୍ରୀଜିଉଙ୍କ ରଥ ନିର୍ମାଣ ପାଇଁ ପ୍ରଥମ ଥର ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜରୁ ରଥକାଠ ଆସି ପୁରୀରେ ପହଞ୍ଚିଛି। ଗୋଟିଏ ଟ୍ରକରେ ୨୬ ଖଣ୍ଡ ଅସନ ଓ ୪ ଖଣ୍ଡ ଧଉରା କାଠ ଆସିଛି। ଏସବୁ କାଠର ଲମ୍ବ ୧୨ ଫୁଟ୍ ଓ ଗୋଲେଇ ୩ ଫୁଟ୍ ରହିଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ଏସବୁ କାଠ ରଖାଯାଇଛି। ପୂର୍ବରୁ ରଥନିର୍ମାଣ ପାଇଁ କାଠ ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ଆସୁଥିଲା। କିନ୍ତୁ କାଠ ଅଭାବ ଯୋଗୁଁ ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲାରୁ ଆସିଛି।

Previous ArticleNext Article

Send this to a friend