ଏଣିକି ଗାଡ଼ି କିଣିବା ପରେ ସଙ୍ଗେ ସଙ୍ଗେ ଘରକୁ ଆଣି ହେବନି, କାହିଁକି ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାଡ଼ି କିଣିବା ପରେ ସୋ’ ରୁମ୍‌ରୁ ଘରକୁ ଆଣି ହେବନି। କାରଣ ଯେଉଁ ଦିନ ଗ୍ରାହକ ଗାଡ଼ି କିଣିବେ, ସେହିଦିନରେ ହିଁ ଡିଲର ଆର୍‌ଟିଓ ଅଫିସ୍‌ରେ ସମସ୍ତ ଟିକସ୍ ଓ ପଞ୍ଜିକରଣ ଫି’ ଜମା କରିବେ। ତା’ପରେ ନୂଆ ଗାଡ଼ି ପାଇଁ ପଞ୍ଜିକୃତ ନମ୍ବର ମିଳିଯିବ। ଏହି  ନମ୍ବର ସହିତ ଡିଲର୍ ଗ୍ରାହକଙ୍କୁ ଗାଡ଼ିକୁ ହସ୍ତାନ୍ତର କରିବେ। ଯଦି ଗ୍ରାହକ କୌଣସି ସ୍ୱତନ୍ତ୍ର ନମ୍ବର ପାଇଁ ଆବେଦନ କରିଥିବେ, ତାହା ହେଲେ ଅସ୍ଥାୟୀ ପଞ୍ଜିକୃତ […]

latest-altered-honda-blue-white-dio-1

latest-altered-honda-blue-white-dio-1

Rakesh Mallick
  • Published: Sunday, 18 March 2018
  • Updated: 18 March 2018, 07:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାଡ଼ି କିଣିବା ପରେ ସୋ’ ରୁମ୍‌ରୁ ଘରକୁ ଆଣି ହେବନି। କାରଣ ଯେଉଁ ଦିନ ଗ୍ରାହକ ଗାଡ଼ି କିଣିବେ, ସେହିଦିନରେ ହିଁ ଡିଲର ଆର୍‌ଟିଓ ଅଫିସ୍‌ରେ ସମସ୍ତ ଟିକସ୍ ଓ ପଞ୍ଜିକରଣ ଫି’ ଜମା କରିବେ। ତା’ପରେ ନୂଆ ଗାଡ଼ି ପାଇଁ ପଞ୍ଜିକୃତ ନମ୍ବର ମିଳିଯିବ। ଏହି  ନମ୍ବର ସହିତ ଡିଲର୍ ଗ୍ରାହକଙ୍କୁ ଗାଡ଼ିକୁ ହସ୍ତାନ୍ତର କରିବେ। ଯଦି ଗ୍ରାହକ କୌଣସି ସ୍ୱତନ୍ତ୍ର ନମ୍ବର ପାଇଁ ଆବେଦନ କରିଥିବେ, ତାହା ହେଲେ ଅସ୍ଥାୟୀ ପଞ୍ଜିକୃତ ନମ୍ବର ମିଳିଯିବ। ଏହାପରେ ଗାଡ଼ି ଘରକୁ ଆଣିପାରିବେ ଗ୍ରାହକ। ନମ୍ବର ବିହୀନ ଗାଡ଼ି ଚଳାଚଳ ରୋକିବାକୁ ପରିବହନ ବିଭାଗ ଏହି ପଦକ୍ଷେପ ନେଇଛନ୍ତି। ବିନା ପଞ୍ଜିକୃତ ନମ୍ବରରେ ଗ୍ରାହକଙ୍କୁ ଗାଡ଼ି ନ ଦେବା ପାଇଁ ଆର୍‌ଟିଓମାନେ ଗାଡ଼ି ଡିଲରଙ୍କୁ ଚିଠି ଲେଖିଛନ୍ତି। ଯଦି ଆର୍‌ଟିଓରେ କିଛି ତ୍ରୁଟି ଥାଏ, ତେବେ ଅସ୍ଥାୟୀ ପଞ୍ଜିକୃତ ନମ୍ବର ନେଇ ଡିଲରମାନେ ଗାଡ଼ି ଡେଲିଭରି  କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos