ଭିକାରୀ ସଜେଇ ଦେଲା ପ୍ରେମିକା, ସମଲେଶ୍ୱରୀ ମନ୍ଦିର ଆଗରେ ମାଗୁଛନ୍ତି ଭିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରେମ ପାଇଁ ମଣିଷ କିଛି ବି କରିପାରେ। ଏହି ପ୍ରେମରେ ପାଗଳ ହୋଇ କିଏ ଜୀବନ ଦେଇପାରେ ତ’ ପୁଣି କିଏ ଜୀବନ ନେଇପାରେ। ଆଉ ଏହି ପ୍ରେମକୁ ନେଇ ମୋଗଲ ଶାସକ ଶାହାଜାହାନ୍‌ ତାଙ୍କ ପ୍ରାଣପ୍ରିୟା ମୁମତାଜଙ୍କ ଉଦ୍ଦେଶ୍ୟରେ ତାଜମହଲ ତୋଳିପାରନ୍ତି। ପୁଣି ମୋଗଲ ସାମ୍ରାଜ୍ୟର ସମ୍ରାଟ ମହମ୍ମଦ ଜଲାଲଉଦ୍ଦିନ ଆକ୍‌ବର ନିଜ ରାଜମହଲରେ ମନ୍ଦିର ଗଢିପାରନ୍ତି। ଇତିହାସର ପୃଷ୍ଠା ଲେଉଟାଇଲେ ଏମିତି କେତେ କ’ଣ ରୋମାଞ୍ଚକର ଭରା ତ୍ୟାଗ ଓ ବଳିଦାନଭରା […]

qq

qq

Rakesh Mallick
  • Published: Thursday, 05 July 2018
  • Updated: 05 July 2018, 02:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରେମ ପାଇଁ ମଣିଷ କିଛି ବି କରିପାରେ। ଏହି ପ୍ରେମରେ ପାଗଳ ହୋଇ କିଏ ଜୀବନ ଦେଇପାରେ ତ’ ପୁଣି କିଏ ଜୀବନ ନେଇପାରେ। ଆଉ ଏହି ପ୍ରେମକୁ ନେଇ ମୋଗଲ ଶାସକ ଶାହାଜାହାନ୍‌ ତାଙ୍କ ପ୍ରାଣପ୍ରିୟା ମୁମତାଜଙ୍କ ଉଦ୍ଦେଶ୍ୟରେ ତାଜମହଲ ତୋଳିପାରନ୍ତି। ପୁଣି ମୋଗଲ ସାମ୍ରାଜ୍ୟର ସମ୍ରାଟ ମହମ୍ମଦ ଜଲାଲଉଦ୍ଦିନ ଆକ୍‌ବର ନିଜ ରାଜମହଲରେ ମନ୍ଦିର ଗଢିପାରନ୍ତି। ଇତିହାସର ପୃଷ୍ଠା ଲେଉଟାଇଲେ ଏମିତି କେତେ କ’ଣ ରୋମାଞ୍ଚକର ଭରା ତ୍ୟାଗ ଓ ବଳିଦାନଭରା ପ୍ରେମକାହାଣୀ ମିଳିବ। ପ୍ରେମିକାର ଖୁସି ପାଇଁ ହେଉ କି ତାର ସ୍ମୁତିକୁ ଉଜ୍ଜୀବିତ ପାଇଁ କିଏ ବିରାଟ ମହଲ କିମ୍ବା ମନ୍ଦିର ତୋଳିପାରେ।  ହେଲେ ପଇସା ନଥିଲେ କିଏ ମଧ୍ୟ ଭିକାରୀ ସାଜିପାରେ। ସମ୍ବଲପୁରରେ ଜଣେ ଯୁବକ ନିଜ ପ୍ରେମିକା ପାଇଁ ଭିକାରୀ ସାଜିବାକୁ ପଛାଇ ନାହାନ୍ତି। ଘଟଣାଟି ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି। ସମ୍ପୃକ୍ତ ଯୁବକ ଜଣକଙ୍କ ଯେତେବେଳେ ମା’ ସମଲେଶ୍ୱରୀ ମନ୍ଦିର ଆଗରେ ବସି ଭିକ ମାଗିଲେ ସେତେବେଳେ ଘଟଣା ସମ୍ପର୍କରେ ଜଣାପଡ଼ିଲା। ଯୁବକ ଜଣକ ଭିକ ମାଗୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓଟି ଗତ ବୁଧବାର ସୋସିଆଲ ମିଡିଆରେ ଅପଲୋଡ଼ ହୋଇଥିଲା। ଯୁବକ ଜଣକ ହେଉଛନ୍ତି ବୁର୍ଲାର ବାସିନ୍ଦା ସୁଶାନ୍ତ।

ସୁଶାନ୍ତ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ଆଗରେ ବସି ଭିକ ମାଗୁଛନ୍ତି। ଏହି ପୀଠକୁ ପ୍ରତିଦିନ ହଜାର ହଜାର ଭକ୍ତ ମା’ଙ୍କ ଦର୍ଶନ ଲାଗି ଆସିଥାନ୍ତି। କୁହାଯାଏ ଏଠାରେ ବସିଥିବା ଭିକାରୀମାନଙ୍କୁ ଅଧିକ ଭିକ୍ଷା ମିଳିଥାଏ। ତେଣୁ ସୁଶାନ୍ତ ମଧ୍ୟ ଏଠାରେ ଅଧିକ ଟଙ୍କା ପାଇବା ଆଶାରେ ଭିକ ମାଗୁଛନ୍ତି।

ଭିଡିଓରେ ସୁଶାନ୍ତ କହୁଛନ୍ତି ଯେ, ତାଙ୍କ ପ୍ରେମିକା ପ୍ରତିଦିନ ଭିନ୍ନ ଭିନ୍ନ ଜିନିଷ ଖାଇବାକୁ ଜିଦ୍‌ କରୁଛନ୍ତି। ତେଣୁ ତାଙ୍କର ସବୁ ଟଙ୍କା ଖର୍ଚ୍ଚ ହେଇଯାଉଛି। ସୁଶାନ୍ତ କହିଛନ୍ତି ଯେ, ପ୍ରେମିକା ପିଜା ଓ ବରଗର୍‌ ଖାଇବା ଜିଦ୍‌କୁ ପୂରା କରିବା ପାଇଁ ସେ ଭିକାରୀ ସାଜିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos