ଏକା ସଙ୍ଗେ ଏଗାରଟି ସ୍ମାର୍ଟ୍‌ ଫୋନ୍‌ ଧରନ୍ତି ଏହି ବୃଦ୍ଧ ଲୋକ, କାରଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ!

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସ୍ମାର୍ଟ୍‌ ଫୋନ୍‌ ଧରିବା ଏକ ଟ୍ରେଣ୍ଡ୍‌ରେ ପରିଣତ ହୋଇଛି। କେହି କେହି ସ୍ମାର୍ଟ୍‌ ଫୋନ୍‌ ନଥିବା ଲୋକଙ୍କୁ ବ୍ୟାକ୍‌ୱାର୍ଡ୍‌ ବୋଲି କହିଥା’ନ୍ତି। ଛୋଟ ପିଲାଠାରୁ ଆରମ୍ଭ କରି ବୃଦ୍ଧ ମଧ୍ୟ ସ୍ମାର୍ଟ୍‌ ଫୋନ୍‌ର ମାୟାରେ ବାୟା। କାରଣ ଏହି ସ୍ମାର୍ଟ୍‌ ଫୋନ୍‌ର ଅନ୍ୟ ଏକ ପ୍ରମୁଖ ଆକର୍ଷଣ ହେଉଛି, ଏଥିରେ ଥିବା ଭିଡିଓ ଗେମ୍‌। ଏହି ଭିଡିଓ ଗେମ୍‌ର ନିଶା ଥରେ କାହାକୁ ଲାଗିଗଲେ ଛାଡ଼ିବା କଷ୍ଟକର। ଛୋଟ ପିଲାଙ୍କୁ ବାପାମା’ ପାଟି […]

pokeman

pokeman

Ordigital Desk
  • Published: Saturday, 11 August 2018
  • Updated: 11 August 2018, 02:00 PM IST

Sports

Latest News

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସ୍ମାର୍ଟ୍‌ ଫୋନ୍‌ ଧରିବା ଏକ ଟ୍ରେଣ୍ଡ୍‌ରେ ପରିଣତ ହୋଇଛି। କେହି କେହି ସ୍ମାର୍ଟ୍‌ ଫୋନ୍‌ ନଥିବା ଲୋକଙ୍କୁ ବ୍ୟାକ୍‌ୱାର୍ଡ୍‌ ବୋଲି କହିଥା’ନ୍ତି। ଛୋଟ ପିଲାଠାରୁ ଆରମ୍ଭ କରି ବୃଦ୍ଧ ମଧ୍ୟ ସ୍ମାର୍ଟ୍‌ ଫୋନ୍‌ର ମାୟାରେ ବାୟା। କାରଣ ଏହି ସ୍ମାର୍ଟ୍‌ ଫୋନ୍‌ର ଅନ୍ୟ ଏକ ପ୍ରମୁଖ ଆକର୍ଷଣ ହେଉଛି, ଏଥିରେ ଥିବା ଭିଡିଓ ଗେମ୍‌। ଏହି ଭିଡିଓ ଗେମ୍‌ର ନିଶା ଥରେ କାହାକୁ ଲାଗିଗଲେ ଛାଡ଼ିବା କଷ୍ଟକର। ଛୋଟ ପିଲାଙ୍କୁ ବାପାମା’ ପାଟି କରି ଭିଡିଓ ଗେମ୍‌ ଖେଳିବା ବନ୍ଦ କରିପାରିବେ। ମାତ୍ର ବୟସ୍କମାନଙ୍କୁ ବୁଝାଇ ଏଥିରୁ ନିବୃତ୍ତ ରଖିବା, କଷ୍ଟକର ବ୍ୟାପାର।

carries-11-smartphoneତାଇୱାନ୍‌ରେ ଜଣେ ୭୦ ବର୍ଷ ବୟସର ବ୍ୟକ୍ତି ଭିଡିଓ ଗେମ୍‌ ଖେଳ ଅଭ୍ୟାସ ପାଇଁ ଏବେ ଚର୍ଚ୍ଚାରେ।
ତାଇୱାନ୍‌ର ରାଜଧାନୀ ତାଇପେରେ ରହୁଥିବା ଚେନ୍‌ ସାନ୍‌ ୟୁଆନ୍‌ ଯେବେ ବି ଘରୁ ବାହାରନ୍ତି, ନିଜ ପାଖରେ ଗୋଟିଏ କିମ୍ୱା ଦୁଇଟି ନୁହେଁ, ୧୧ଟି ସ୍ମାର୍ଟ୍‌ ଫୋନ୍‌ ରଖିଥା’ନ୍ତି। କଥାଟା ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏହା ସତ।
ଏହି ୧୧ଟି ସ୍ମାର୍ଟ୍‌ ଫୋନ୍‌କୁ ସେ ସାଇକେଲ୍‌ରେ ରଖିବା ପାଇଁ ସେ ଏକ ଷ୍ଟାଣ୍ଡ୍‌ ଲଗାଇଛନ୍ତି। ସାଇକେଲ୍‌ର ଏହି ଷ୍ଟାଣ୍ଡ୍‌ରେ ଚାର୍ଜର୍‌ କନେକ୍ଟ୍‌ ହୋଇ ରହିଛି।

taiwan-pokemon-go-master-chensanyuan-2-1038x576ୟୁଆନ୍‌ ଏହି ଫୋନ୍‌ସବୁକୁ ‘ପୋକେମ୍ୟାନ୍‌ ଗୋ’ ଗେମ୍‌ ଖେଳିବା ପାଇଁ ରଖିଛନ୍ତି। ଏହି ଖେଳରେ ଖେଳାଳିଙ୍କୁ ‘ପୋକେମ୍ୟାନ୍‌’କୁ ଧରିବା ପାଇଁ ପଡ଼ିଥାଏ। ଏହି ଖେଳ ପ୍ରତି ଥିବା ତାଙ୍କ ଦୁର୍ବଳତା ଯୋଗୁ ଅନେକ ଥର ସେ ସାରାରାତି  ଘର ବାହାରେ କାଟିଥା’ନ୍ତି ଏବଂ ଭୋର୍‌ ପ୍ରାୟ ୪ଟା ବେଳକୁ ଫେରନ୍ତି।
ୟୁଆନ୍‌ଙ୍କ କହିବା ଅନୁସାରେ, ତାଙ୍କୁ ଏହି ଭିଡିଓ ଗେମ୍‌ ୨ ବର୍ଷ ପୂର୍ବେ ତାଙ୍କ ନାତି ଶିଖାଇଥିଲା। ନିଜ ଧ୍ୟାନ କେନ୍ଦ୍ରୀଭୂତ କରିବା ପାଇଁ ସେ ଏହି ଗେମ୍‌ ଖେଳନ୍ତି। ଏହାକୁ ଖେଳିଲେ, ‘ଅଲ୍‌ଜାଇମର୍‌’ ପରି ଭୁଲିବା ରୋଗର ଶିକାର ହେବେ ନାହିଁ ବୋଲି ସେ କୁହନ୍ତି।

san yuanସବୁଠାରୁ ଆଶ୍ଚର୍ଯ୍ୟର କଥା, ‘ପୋକେମ୍ୟାନ୍‌ ଗୋ’ ଖେଳିବାର ନିଶା କାରଣରୁ ସେ ମାସକୁ ୧,୧୬୫ ୟୁରୋ ବା ୯୨ ହଜାର ଟଙ୍କା ଖର୍ଚ୍ଚ କରନ୍ତି। କେବଳ ଏତିକି ନୁହେଁ,  ୱେବ୍‌ସାଇଟ୍‌ ‘ମେଟ୍ରୋ ୟୁକେ’ର ରିପୋର୍ଟ ଅନୁସାରେ ବର୍ତ୍ତମାନ ସେ ତାଙ୍କ ସ୍ମାର୍ଟ୍‌ଫୋନ୍‌ ସଂଖ୍ୟା ବଢ଼ାଇ ୧୧ ରୁ ୧୫ କରିବା ପାଇଁ ଚାହୁଁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story