ଚୋରି ବାଇକ୍‌ କିମ୍ବା କାରକୁ ଧରିବା ପାଇଁ ଆସିଲା ଫର୍ମୁଲା: ହଜିଗଲେ ଆପ୍‌ କରିବ ଟ୍ରାକ୍‌

app

ନୂଆଦିଲ୍ଲୀ: ଏଣିକି ଯଦି କାହାର ବାଇକ୍‌ କିମ୍ବା କାର ଚୋରି ହୁଏ ତେବେ ଚିନ୍ତା କରିବାର ବିଶେଷ କାରଣ ନାହିଁ। କାରଣ ଚୋରି ଧରିବାର ଫର୍ମୁଲା ଆସିଯାଇଛି। ଅର୍ଥାତ ଚୋରି ହୋଇଥିବା ବାଇକ୍‌ ଏବଂ କାର ଧରାପଡ଼ିଯିବ।  ଏହି ଚୋରି ଧରିବାର କୌଶଳକୁ ଏବେ ଆବିଷ୍କାର କରାଯାଇଛି।  ଏଥିପାଇଁ ଏକ ଡିଭାଇସ୍ ଉଦ୍ଭାବନ୍ କରାଯାଥିବା ବେଳେ ଏହାକୁ  ସହଯୋଗ କରିବାକୁ ଏକ ଆପ୍‌ ଡେଭଲପ୍ କରାଯାଇଛି। କାଲିଫର୍ଣ୍ଣିଆର ଏକ ଷ୍ଟାଟ ଅପ୍‌ କମ୍ପାନୀ ପକ୍ଷରୁ ଏହି ଡିଭାଇସ୍‌କୁ ଉଦ୍ଭାବନ କରାଯାଇଛି।  ଏହି ଡିଭାଇସ୍‌ଟି ଏକ କଏନ ଆକାରର ହୋଇଥିବା ବେଳେ ଏହା ଆପଣଙ୍କ ସ୍ମାର୍ଟଫୋନ୍‌ ସହ କାମ କରିବ।

ଏହାକୁ ଉପଯୋଗ କରି ଆପଣ ଯେକୌଣସି ଜିନିଶକୁ ଟ୍ରାକ୍‌ କରିପାରିବେ। ଏହାକୁ ବ୍ୟବହାର କରିବା ଅତିସହଜ। ପ୍ରଥମେ ଆପଣଙ୍କ ସ୍ମାର୍ଟ ଫୋନ୍‌ରେ ଟ୍ରାକ୍‌ର ଆପ୍‌କୁ ଡାଉନ୍‌ଲୋଡ଼ କରନ୍ତୁ । ପରେ ଉପରୋକ୍ତ ଡିଭାଇସ୍‌କୁ   ଆପଣ  କାର କିମ୍ବା ବାଇକ୍‌ରେ ଗୁପ୍ତଭାବେ ସେଟିଂ କରିପାରିବେ। ପରେ ଏହି ସ୍ମାର୍ଟ ଫୋନ୍‌ର ଆପ୍‌ ମାଧ୍ୟମରେ ଟ୍ରାକ୍‌ କରିପାରିବେ। ତେବେ ଏହି ଡିଭାଇସ୍‌ର ମୂଲ୍ୟ ବି ବେଶି ନୁହେଁ। ମାତ ୨୯ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ  ୧୮୬୦ ଟଙ୍କାରେ ଏହି ଡିଭାଇସ୍‌ ଉପଲବ୍ଧ ହେଉଛି। ଯଦି କେହି  ଏହି ଟ୍ରାକର କିଣିବା ପାଇଁ ଚାହୁଁଚନ୍ତି ସେମାନେ ଏହି ୱେବସାଇଟରେ ଯାଇ  company’s website ସବ୍‌ସ୍କ୍ରାଇବ୍‌ କରିପାରିବେ।

Previous ArticleNext Article

Send this to a friend