ଭୁବନେଶ୍ୱରରେ କମଳା ଦର ଆକାଶ ଛୁଆଁ

ଭୁବନେଶ୍ୱର(ମନୋରଞ୍ଜନ ଶିଅଳ): ଶୀତ ଋତୁରେ କମଳାର ଚାହିଦା ଅଧିକ ରହିଥାଏ। ମାତ୍ର ଚଳିତ ବର୍ଷ ସେହି ହିସାବରେ କମଳା ଓଡ଼ିଶା ବଜାରକୁ ଆସିନି। ଯେଉଁ କମଳା ଆସିଛି ତା’ର ଦର ଆକାଶ ଛୁଆଁ ରହିଛି। ଯେଉଁଥିପାଇଁ ୨ କିଗ୍ରା କମଳା କିଣୁଥିବା ଗ୍ରାହକ ୫୦୦ ଗ୍ରାମ ନେଉଛି। ସେଥିରେ ପୁଣି ମୂଲଚାଲ କରୁଛନ୍ତି। ପ୍ରତିଯୋଗିତା ମୂଳକ ବଜାରରେ ମାର୍ଜିନ୍‌ରେ ବିକିବାକୁ ପଡୁଛି ବୋଲି ବେପାରୀମାନେ କହିଛନ୍ତି। ଓଡ଼ିଶା ବଜାରକୁ ସାଧାରଣତଃ ନାଗପୁର, ନାସିକ, ପଞ୍ଜାବ ଓ ବେଙ୍ଗାଲୁରରୁ ପ୍ରତିବର୍ଷ ଅକ୍ଟୋବର ମାସରେ […]

orange12

orange12

Rakesh Mallick
  • Published: Wednesday, 28 December 2016
  • Updated: 29 December 2016, 12:11 PM IST

Sports

Latest News

orangeଭୁବନେଶ୍ୱର(ମନୋରଞ୍ଜନ ଶିଅଳ): ଶୀତ ଋତୁରେ କମଳାର ଚାହିଦା ଅଧିକ ରହିଥାଏ। ମାତ୍ର ଚଳିତ ବର୍ଷ ସେହି ହିସାବରେ କମଳା ଓଡ଼ିଶା ବଜାରକୁ ଆସିନି। ଯେଉଁ କମଳା ଆସିଛି ତା’ର ଦର ଆକାଶ ଛୁଆଁ ରହିଛି। ଯେଉଁଥିପାଇଁ ୨ କିଗ୍ରା କମଳା କିଣୁଥିବା ଗ୍ରାହକ ୫୦୦ ଗ୍ରାମ ନେଉଛି। ସେଥିରେ ପୁଣି ମୂଲଚାଲ କରୁଛନ୍ତି। ପ୍ରତିଯୋଗିତା ମୂଳକ ବଜାରରେ ମାର୍ଜିନ୍‌ରେ ବିକିବାକୁ ପଡୁଛି ବୋଲି ବେପାରୀମାନେ କହିଛନ୍ତି।

ଓଡ଼ିଶା ବଜାରକୁ ସାଧାରଣତଃ ନାଗପୁର, ନାସିକ, ପଞ୍ଜାବ ଓ ବେଙ୍ଗାଲୁରରୁ ପ୍ରତିବର୍ଷ ଅକ୍ଟୋବର ମାସରେ କମଳା ଆସିଥାଏ। ଏଥର ବେଙ୍ଗାଲୁରୁକୁ ଛାଡ଼ି ଅନ୍ୟ ସବୁ ସ୍ଥାନରୁ କମଳା ଆସିଛି। ମାତ୍ର ଯେଉଁ ପରିମାଣରେ କମଳା ଆସିବା କଥା ତାହା ଆସିନାହିଁ। ଯେଉଁଥିପାଇଁ ଓଡ଼ିଶା ବଜାରରେ କମଳା ଦର ଆକାଶ ଛୁଆଁ ରହିଛି।

ଗତବର୍ଷ ଭୁବନେଶ୍ୱରରେ କମଳା କିଗ୍ରା ୧୨ ଟଙ୍କା କିମ୍ୱା ତା’ଠାରୁ କମ୍‌ରେ କିଣାଯାଉଥିବା ବେଳେ ୨୦ ଟଙ୍କାରେ ବିକ୍ରି ହେଉଥିଲା। ମୂଲଚାଲରେ ଆହୁରି କମ୍‌ରେ ମଧ୍ୟ କମଳା ବିକ୍ରି କରାଯାଉଥିଲା। ଏଥର ନାଗପୁର କମଳା ୩୨ରୁ ୩୫ ଟଙ୍କାରେ ଓ ନାସିକ କମଳା ୪୦ ପାଖାପାଖି କିଣି ୪୦ ଏବଂ ୪୫ ଟଙ୍କାରେ ବିକ୍ରି କରାଯାଉଛି। ସେଥିରେ ପୁଣି ଗ୍ରାହକମାନେ ମୂଲଚାଲ କରୁଛନ୍ତି। ପ୍ରତିଯୋଗୀତାମୂଳକ ବଜାରରେ ବାଧ୍ୟ ହୋଇ କମ୍‌ ଦାମରେ ବିକ୍ରି କରୁଛୁ ବୋଲି ବେପାରୀମାନେ କହିଛନ୍ତି।

ଆଗରୁ ଓଡ଼ିଶାର ବ୍ରହ୍ମପୁର ଓ ଅନୁଗୋଳରୁ କମଳା ବଜାରକୁ ଆସୁଥିଲା। ଗତ ଦୁଇ ବର୍ଷ ହେଲା ସେହି କମଳା ଆଉ ଆସୁନି। ତେଣୁ ବାହାର କମଳା ଉପରେ ଲୋକେ ବେଶୀ ଭରସା କରୁଛନ୍ତି। ଏହି କାରଣରୁ ନାଗପୁର ଓ ନାସିକ କମଳା ଦର ଓଡ଼ିଶା ବଜାରରେ ଅଧିକ ରହୁଛି।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ରବୀନ୍ଦ୍ର ନାଥ ସାହୁ କୁହନ୍ତି,“କୃଷି ବିହାର ଅଞ୍ଚଳରେ ଦୀର୍ଘ ୧୦ ବର୍ଷ ଧରି ମୁଁ କମଳା ବିକ୍ରି କରୁଛି। ହେଲେ ଆଗ ଅପେକ୍ଷା ଏବର୍ଷ ଭଲ ବେପାର ହୋଇନି। ଦର ଅଧିକ ଥିବାରୁ ଲୋକେ ବହୁ ମୂଲଚାଲ କରୁଛନ୍ତି। ଏଥିରେ ଲାଭ ମଧ୍ୟ ବେଶି ମଳିନି।”

କଟକ ଜିଲ୍ଲା କଳାପଥର ଅଞ୍ଚଳର ଫକୀର ସାହୁ କୁହନ୍ତି ୩ ବର୍ଷ ହେଲା ସେ ରାଜଧାନୀର ଓୟୁଏଟି ଛକ ରାସ୍ତାରେ କମଳା ବିକ୍ରି କରୁଛନ୍ତି। ସେ କୁହନ୍ତି,“ଜାନୁଆରୀ ମାସରେ କମଳା ବେପାର ସରିବ। ହେଲେ ଏଥର ପୂର୍ବବର୍ଷ ପରି ବେପାର ହୋଇନାହିଁ।”

କମଳା ଖାଇଲେ କଣ ହୁଏ....

କମଳାରେ ଭିଟାମିନ୍‌ ‘ସି’ ରହିଛି। ଏହାକୁ ନିୟମିତ ଖାଇଲେ ତ୍ୱଚା ଚିକ୍କଣ ଓ ଶରୀର ସୁସ୍ଥ ସବଳ ରୁହେ। ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଏ। କଲେଷ୍ଟ୍ରୋଲ ମାତ୍ରାକୁ କମ୍‌ କରାଏ। ଏହାଛଡ଼ା ଶ୍ୱାସଜନୀତ ସମସ୍ୟା, ରୁମାଟ୍ରଏଡ୍‌ ଆର୍ଥ୍ରାଟାଇସ୍‌, କିଡ୍‌ନ୍‌ ଷ୍ଟୋନ୍‌ ଓ ଅଲସର ହେବାର ଆଶଙ୍କା କମ୍‌ କରାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos