ବାବୁ ହେବ ତ ଏମିତି…କିଏ ଦକ୍ଷ, କିଏ ଦୁଃସାହାସୀ, ଭେଟନ୍ତୁ ଚର୍ଚ୍ଚିତ ଯୁବ ଅଫିସରଙ୍କୁ

ias officer

ଭାରତରେ ହେଉଥିବା ସମସ୍ତ କଠିନ ପରୀକ୍ଷା ମଧ୍ୟରୁ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଅନ୍ୟତମ। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ କାର୍ଯ୍ୟଶୈଳୀ ମଧ୍ୟ ଅନ୍ୟ ଅଫିସରଙ୍କ ଠାରୁ ଭିନ୍ନ। ନୂଆ କିଛି କରି ଦେଖାଇବାର ସଂକଳ୍ପ ଏମାନଙ୍କୁ ଅନ୍ୟ ଅଫିସରଙ୍କ ଠାରୁ କରିଥାଏ ଅଲଗା। ସେମାନଙ୍କ କାର୍ଯ୍ୟଶୈଳୀ ସମାଜରେ ସେମାନଙ୍କୁ ଦେଇଥାଏ ସ୍ୱତନ୍ତ୍ର ପରିଚୟ। ତେବେ ଆସନ୍ତୁ ଭେଟିବା ସେହିଭଳି କିଛି ଦକ୍ଷ,ସାହସୀ ଓ ଚର୍ଚ୍ଚିତ ଅଫିସରଙ୍କ ବିଷୟରେ।

b.chandrakala 1
ବି. ଚନ୍ଦ୍ରକଳା

ବି. ଚନ୍ଦ୍ରକଳା: ଜଣେ ଦକ୍ଷ ଓ ସାହାସୀ ମହିଳା ଆଇଏଏସ୍ ଅଫିସର ଭାବେ ବି. ଚନ୍ଦ୍ରକଳା ବେଶ ସୁନାମ ଅର୍ଜନ କରିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ କାମରେ ପ୍ରଭାବିତ। କେନ୍ଦ୍ର ସରକାର ତାଙ୍କ କାମରେ ସନ୍ତୁଷ୍ଟ ହୋଇ ସ୍ୱଚ୍ଛ ଭାରତ ମିଶନ୍‌ର ଉପ-ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ଉତ୍ତରପ୍ରଦେଶ ବୁଲନ୍ଦସହରର ଜିଲ୍ଲାପାଳ ଥିବା ବେଳେ ରାସ୍ତା ନିର୍ମାଣରେ ଅନିୟମିତତା କରୁଥିବା ଠିକାଦାର ଓ ଅଫିସରଙ୍କୁ ପାନେ ଦେଇ ଚର୍ଚ୍ଚାକୁ ଆସିଥିଲେ ଏବଂ ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ମଧ୍ୟ ହେଇଥିଲା। ସୋସିଆଲ ମିଡ଼ିଆରେ ତାଙ୍କର ୬୩ଲକ୍ଷ ‍ଫଲୋଅର୍ସ ଯାହା ତାଙ୍କ ଲୋକପ୍ରିୟତାକୁ ସୂଚାଉଛି। ତାଙ୍କର ଏକ ଖାସିୟତ ହେଉଛି ସେ ନାୟକ ଫିଲ୍ମ ଷ୍ଟାଇଲରେ କେତେବେଳେ କେଉଁଠି ପହଞ୍ଚିଯାଆନ୍ତି କାହାକୁ ମାଲୁମ୍ ନଥାଏ। ୧୯୭୯ରେ ତେଲେଙ୍ଗାନାରେ ଜନ୍ମଗ୍ରହଣ କରିଥିବା ବି.ଚନ୍ଦ୍ରକଳା ୨୦୦୮ ବ୍ୟାଚ୍ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ।

shivdeep-lande
 ଶିବଦୀପ ବାମନ ଲାଣ୍ଡେ

ଶିବଦୀପ ବାମନ ଲାଣ୍ଡେ: ଶିବଦୀପଙ୍କ ନାମ ଶୁଣିଲେ ବିହାରର ଗୁଣ୍ଡାମାନଙ୍କ ଛାତିରେ ଛନକା ପଶିଯାଏ। ୨୦୦୬ ମସିହା ବ୍ୟାଚ୍‌ର ଏହି ବିହାର କ୍ୟାଡ଼ର ଆଇପିଏସ୍ ବଲିଉଡ଼ ‍ଫିଲ୍ମ ଷ୍ଟାଇଲରେ ଗୁଣ୍ଡାମାନଙ୍କୁ ସାବାଡ଼ କରିଥାନ୍ତି। ଗୁଣ୍ଡାମାନଙ୍କୁ ଧରିବା ପାଇଁ କେତେବେଳେ ଲୁଙ୍ଗି ଗାମୁଛା ପିନ୍ଧି ବେଶ ବଦଳାଇଥାନ୍ତି ତ କେତେବେଳେ ଚଳନ୍ତା ଗାଡ଼ି ଆଗରେ ଠିଆ ହୋଇଯାଆନ୍ତି ଏହି ସାହାସୀ ପୋଲିସ ଅଫିସର। ବିହାରରେ ତାଙ୍କର ଏତେ କ୍ରେଜ ଥିଲା ଯେ ପାଟନାରୁ ବଦଳି ହେବା ଖବର ଶୁଣି ଝିଅମାନେ ରାସ୍ତାରୋକ କରିଥିଲେ। ୧୦ ବର୍ଷ ବିହାରରେ କାମ କରିବା ପରେ ଏବେ ସେ ନିଜ ରାଜ୍ୟ ମହାରାଷ୍ଟ୍ରରେ ପୁଲିସ ବିଭାଗରେ କାମ କରୁଛନ୍ତି।

manu maharaj
                ମନୁ ମହାରାଜ

ମନୁ ମହାରାଜ: ଶିବଦୀପଙ୍କ ପରି ମନୁ ମହାରାଜ ମଧ୍ୟ ବେଶ ଜଣାଶୁଣା ନାଁ ବିହାରୀ ଗୁଣ୍ଡାଙ୍କ ପାଇଁ। ଗୁଣ୍ଡାଙ୍କ ପରି କାମଚୋର ପୋଲିସ ଅଫିସରଙ୍କ ପାଇଁ ‌ସେ ଏକ ଆତଙ୍କ। ସହରର ସୁରକ୍ଷା ବ୍ୟବସ୍ଥା ଜାଣିବା ପାଇଁ ଦିନମଜୁରିଆର ରୂପ ନେଇ ସହରର ସାରା ବୁଲୁଥାନ୍ତି ଏହି ଅଫିସର ଜଣକ। ମନୁ ମହାରାଜା ସିଙ୍ଘମ୍ ନାମରେ ସାରା ବିହାରରେ ପରିଚିତ। ନକ୍ସଲ ଏରିଆରେ କାମ କରି ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କୃତ ହୋଇଥିବା ବେଳେ ନୀତିଶ କୁମାରଙ୍କ ଗୁଡ଼୍ ଲିଷ୍ଟରେ ସ୍ଥାନ ପାଇଛନ୍ତି ମନୁ। ହିମାଚଳ ପ୍ରଦେଶରେ ଜନ୍ମଗ୍ରହଣ କରିଥିବା ମନୁ ଆଇଆଇଟି ରୁରକିରୁ ବି.ଟେକ ସମାପ୍ତ କରିବା ପରେ ୨୦୦୬ରେ ୟୁପିଏସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ।

navneet-sikera
ନବନୀତ ସିକେରା

ନବନୀତ ସିକେରା: ଉତ୍ତରପ୍ରଦେଶ ପୋଲିସ ବିଭାଗର ଏକ ଚର୍ଚ୍ଚିତ ନାଁ ହେଉଛି ନବନୀତ୍। ୬୦ରୁ ଅଧିକ ଅପରାଧିଙ୍କ ଏନ୍‌କାଉଣ୍ଟର କରିଥିବା ଏହି ପୋଲିସ୍ ଅଫିସର ଅଖିଳେଶ ସରକାରରେ ରାଜ୍ୟର ଅପରାଧ ନିୟନ୍ତ୍ରଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ନବନୀତ ଆଇଆଇଟି ରୁରକିରୁ ଶିକ୍ଷା ସମାପ୍ତ କରିଥିଲେ ମଧ୍ୟ ପୋଲିସ ଥାନାରେ ତାଙ୍କ ବାପାଙ୍କୁ ଦିଆଯାଇଥିବା ଅପମାନ ପାଇଁ ସେ ପୋଲିସ ବିଭାଗରେ ଆସିବାକୁ ଆଗ୍ରହ ପ୍ରକାଶ କରିଥିଲେ।

manzil-saini
ମଞ୍ଜିଲ ସାଇନି

ମଞ୍ଜିଲ ସାଇନି: ଉତ୍ତରପ୍ରଦେଶର ପୋଲିସ ବିଭାଗର ଏକ ଚର୍ଚ୍ଚିତ ଚେହେରା କହିଲେ ମଞ୍ଜିଲକୁ ବୁଝାଏ। ସେ ଲକ୍ଷ୍ନୌ ପୋଲିସ ବିଭାଗର ପ୍ରଥମ ମହିଳା ଏଏସପି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା ଦାୟିତ୍ୱ ଏହି ମହିଳା ପୋଲିସଙ୍କ ଉପରେ ନ୍ୟସ୍ତ। ୨୪ ଘଣ୍ଟା ମଧ୍ୟରେ ବଡ଼ ବଡ଼ ଅପରାଧୀଙ୍କୁ ଧରିବାରେ ଧୁରନ୍ଧର ଲେଡ଼ି ସିଙ୍ଘମ। ୨୦୦୩ ମୁଜାଫରନଗର ଦଙ୍ଗାର ୨ଦିନ ପୂର୍ବରୁ ଏହି ଲେଡ଼ି ଅଫିସରଙ୍କୁ ବଦଳି କରାଯାଇଥିଲା। ଗୁଇନ୍ଦା ରିର୍ପୋଟ ମୁତାବକ ମଞ୍ଜିଲ ଥିଲେ ହୁଏତ ଏହି ଦଙ୍ଗା ହୋଇନଥାନ୍ତା।

୧୯୭୫ ମସିହାରେ ଜନ୍ମଗ୍ରହଣ କରିଥିବା ମଞ୍ଜିଲ ୨୦୦୫ରେ IPS କ୍ୱାଲିଫାଏ କରିଥିଲେ। ସେ ଦେଶର ପ୍ରଥମ ମହିଳା ପୋଲିସ ଅଫିସର, ଯିଏ ବିବାହ ପରେ IPS ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ।

Previous ArticleNext Article

Send this to a friend