ବିଜେପିକୁ ମିଳିଗଲେ ତାରା!

ଭୁବନେଶ୍ୱର: ତାରା ପ୍ରସାଦ ବାହିନୀପତିଙ୍କୁ କିଏ ଅବା ନ ଜାଣିଛି! ବିରୋଧୀ ଦଳ ମୁଖ୍ୟ ସଚେତକ। ସିଧା ସିଧା କଥା ତାଙ୍କର! ବିଧାନସଭା ଚାଲିଥିବା ବେଳେ ଆଜ୍ଞା ସବୁବେଳେ ଖବରରେ। ଗୃହ ମୁଲତବି ହେଲା ମାନେ ଅଧିକାଂଶ ଭାବି ନିଅନ୍ତି ଭାଲୁ ଭାଇନା (ଶ୍ରଦ୍ଧାରେ ସମସ୍ତେ ତାଙ୍କୁ ଡାକନ୍ତି) ଚେୟାର ପକାଇ ବାଚସ୍ପତି ପୋଡିୟମରୁ ମାଇକ୍‌ ଟାଣି ଆଣିଥିବେ ନହେଲେ ହାତ ବଢ଼ାଇ ପାଟି କରିଥିବେ। ବାଚସ୍ପତି ଯଦି କୌଣସି ପ୍ରସଙ୍ଗରେ ବିରୋଧୀଙ୍କ ଦାବିକୁ ନଶୁଣି ନିଦ୍ଧାର୍ରିତ […]

tara

tara

Rakesh Mallick
  • Published: Friday, 03 March 2017
  • Updated: 03 March 2017, 06:43 PM IST

Sports

Latest News

ଭୁବନେଶ୍ୱର: ତାରା ପ୍ରସାଦ ବାହିନୀପତିଙ୍କୁ କିଏ ଅବା ନ ଜାଣିଛି! ବିରୋଧୀ ଦଳ ମୁଖ୍ୟ ସଚେତକ। ସିଧା ସିଧା କଥା ତାଙ୍କର! ବିଧାନସଭା ଚାଲିଥିବା ବେଳେ ଆଜ୍ଞା ସବୁବେଳେ ଖବରରେ। ଗୃହ ମୁଲତବି ହେଲା ମାନେ ଅଧିକାଂଶ ଭାବି ନିଅନ୍ତି ଭାଲୁ ଭାଇନା (ଶ୍ରଦ୍ଧାରେ ସମସ୍ତେ ତାଙ୍କୁ ଡାକନ୍ତି) ଚେୟାର ପକାଇ ବାଚସ୍ପତି ପୋଡିୟମରୁ ମାଇକ୍‌ ଟାଣି ଆଣିଥିବେ ନହେଲେ ହାତ ବଢ଼ାଇ ପାଟି କରିଥିବେ। ବାଚସ୍ପତି ଯଦି କୌଣସି ପ୍ରସଙ୍ଗରେ ବିରୋଧୀଙ୍କ ଦାବିକୁ ନଶୁଣି ନିଦ୍ଧାର୍ରିତ କାର୍ଯ୍ୟସୂଚୀ ଅନୁଯାୟୀ ଯାଆନ୍ତି ତାରା ଆଜ୍ଞା ବସିବା ଜାଗାରୁ ଉଠି ଆସି ସିଧା ପହଞ୍ଚି ଯାଆନ୍ତି ଗୃହ ମଝିରେ। ତା’ପରେ ଚେୟାର ଟାଣି ଆଣି ଚଢ଼ିଯାଆନ୍ତି ଓ ନାରାବାଜି କରନ୍ତି। ବାଚସ୍ପତିଙ୍କ ମାଇକ୍‌ ଆଡ଼କୁ ହାତ ବଢ଼ାନ୍ତି। ଏଇଟା କୌଣସି ନୂଆ କଥା ନୁହେଁ! ଗତକାଲି ବି ଗୃହ ଅଚଳ ହୋଇଥିଲା। କାରଣ ପଚାରୁଛନ୍ତି- ସେଇ ବିରୋଧୀଙ୍କ ହଟ୍ଟଗୋଳ। କାଲି ବି ହଟ୍ଟଗୋଳ ହୋଇଥିଲା। ବାଚସ୍ପତିଙ୍କ ମାଇକ୍‌ ଭଙ୍ଗା ଯାଏଁ କଥା ଯାଇଥିଲା। କିନ୍ତୁ ତାରା ନ ଥିଲେ ଫୋକସ୍‌ରେ। ଆପଣମାନେ କହିବେ ଏମନ୍ତକେମନ୍ତ ହେଲା। କଥାଟା ହେଉଛି ଗତକାଲି ତାରାଙ୍କ ସ୍ଥାନରେ ଥିଲେ ବିଜେପିର କୁଚିଣ୍ଡା ବିଧାୟକ ରବି ନାଏକ। ମାନେ ଗୃହରେ ହଟ୍ଟଗୋଳ କରିଥିଲେ ବିଜେପି ବିଧାୟକ। ସେମାନଙ୍କ ମଧ୍ୟରୁ ରବି ଆଜ୍ଞା ତାରାଙ୍କ ଭଳି ଚେୟାରେ ଚଢ଼ି ବାଚସ୍ପତିଙ୍କ ପୋଡ଼ିୟମ୍‌‍ ଲେଭେଲରେ ପହଞ୍ଚିଗଲେ। ତା’ପରେ ହାତକୁ ବଢ଼ାଥିଲେ ବାଚସ୍ପତିଙ୍କ ମାଇକ୍‌ ଆଡ଼କୁ। ବାବୁ ପୂରା ନିଜ ଜିଦରେ ଅଟଳ ଥିଲେ।  ଯେତେ ଯାହା କଲେ ବି ମାଇକରେ ହାତ ମାରି ଦେଲେ ନା। ଆମେ ଦେଖିଲୁ ବାବୁଙ୍କ ଏହି ଭିଡିଓଟିକୁ ଏକ ଜାତୀୟ ଗଣମାଧ୍ୟମ ଟ୍ୱିଟ୍‌  କରିଥିଲା। ସାର୍‌ ଦେଖିଥିଲେ କୁଣ୍ଡେମୋଟ ହୋଇଥିବେ!!

ଏତାଦୃଶ୍ୟ ଦେଖି ଆମ୍ଭର ଜଣେ ବନ୍ଧୁ କହିଲେ, ଯାହା ହେଉ ବିଜେପିକୁ ଜଣେ ତାରା ମିଳିଗଲେ। ସେ ତାରା (ଭାଲୁ ଭାଇନା) ଗୃହରେ ନ ଥିଲେ ଏ ତାରା ଅଭାବ ପୂରଣ କରି ଦେବେ! ଭାଲୁ ଭାଇନା ଯଉ ଏକା ଏକା କ୍ରେଡିଟ୍‌ ନେଉ ଥିଲେ ସେଟା ହେବନି!

ହେଲେ ରବି ଆଜ୍ଞା ଓ ତାଙ୍କ ବିଜେପି ବନ୍ଧୁମାନେ ଏମିତି ଫିଡ଼ିକି ଗଲେ କ୍ୟାଁ। ବିଜେଡି ବିଧାୟକ ମହେଶ ସାହୁ କହି ଦେଲେ ପ୍ରଧାନମନ୍ତ୍ରୀ ବେଇମାନ। ଇଏ କି ସହ୍ୟ ହୁଅନ୍ତା ପଦ୍ମ ଦଳିଆ ବିଧାୟକଙ୍କୁ। ତହୁଁ ମାଡ଼ି ଆସିଲେ ବାଚସ୍ପତିଙ୍କ ପୋଡିୟମ ଆଡ଼କୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story