ରକ୍ତ ଦେଉଛନ୍ତି କି? ଜାଣନ୍ତୁ କେଉଁ ଦିଗ ପ୍ରତି ରହିବେ ସତର୍କ

କଥାରେ ଅଛି ରକ୍ତଦାନ ଜୀବନ ଦାନ ସଙ୍ଗେ ସମାନ। ରକ୍ତଦାନ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ରକ୍ତଦାନ କରିବା ଦ୍ୱାରା ଶରୀରରେ ନୂଆ ରକ୍ତ ସୃଷ୍ଟି ହେବା ସହ ଦେହକୁ ଫୂର୍ତ୍ତି ରଖିବାରେ ସହାୟକ ହୋଇଥାଏ। କିନ୍ତୁ ରକ୍ତଦାନ କରିବା ପୂର୍ବରୁ କିଛି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । ନଚେତ୍‌ ଉଭୟ ରକ୍ତଦାତା ଓ ରକ୍ତ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ। ଆସନ୍ତୁ ଜାଣିବା ରକ୍ତଦାନ […]

blood donation

blood donation

Rakesh Mallick
  • Published: Tuesday, 01 August 2017
  • Updated: 01 August 2017, 02:39 PM IST

Sports

Latest News

କଥାରେ ଅଛି ରକ୍ତଦାନ ଜୀବନ ଦାନ ସଙ୍ଗେ ସମାନ। ରକ୍ତଦାନ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ରକ୍ତଦାନ କରିବା ଦ୍ୱାରା ଶରୀରରେ ନୂଆ ରକ୍ତ ସୃଷ୍ଟି ହେବା ସହ ଦେହକୁ ଫୂର୍ତ୍ତି ରଖିବାରେ ସହାୟକ ହୋଇଥାଏ। କିନ୍ତୁ ରକ୍ତଦାନ କରିବା ପୂର୍ବରୁ କିଛି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । ନଚେତ୍‌ ଉଭୟ ରକ୍ତଦାତା ଓ ରକ୍ତ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ। ଆସନ୍ତୁ ଜାଣିବା ରକ୍ତଦାନ ପୂର୍ବରୁ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

୧- ରକ୍ତଦାନ କରିବା ପୂର୍ବରୁ ହେପାଟାଇଟିସ୍‌-B, ହେପାଟାଇଟିସ-C, HIV ଓ ମ୍ୟାଲେରିଆର ପରୀକ୍ଷା କରିବା ଆବଶ୍ୟକ।

୨-ରକ୍ତ ଦେବା ପୂର୍ବରୁ ନିଜର ଓଜନ ମାପି ରଖିବା ଉଚିତ୍‌। ତା’ସହିତ ହିମୋଗ୍ଲୋବିନ୍‌ର ପରୀକ୍ଷା ନିଶ୍ଚୟ କରାଇ ନିଅନ୍ତୁ।

୩- ଯଦି ଆପଣଙ୍କର ବ୍ଲଡପ୍ରେସର ଅଛି ତେବେ ରକ୍ତଦାନ ପୂର୍ବରୁ ବି.ପି ଚେକଅପ୍‌ କରାଇ ନିଅନ୍ତୁ।

୪-ରକ୍ତ ଦେବା ପୂର୍ବରୁ ବ୍ଲଡଗ୍ରୁପ A, B,O ଏବଂ RH ଫ୍ୟାକ୍ଟରର ପରୀକ୍ଷା କରିବା ଆବଶ୍ୟକ।

୫- ରକ୍ତଦାନର ୧ ଘଣ୍ଟା ପୂର୍ବରୁ କୌଣସି ଖାଦ୍ୟ ଖାଇବା ଉଚିତ୍‌ ନୁହେଁ।

୬- ରକ୍ତଦାନ କରିବାକୁ ଚାହୁଁଥିଲେ ୨୪ରୁ ୪୮ ଘଣ୍ଟା ପୂର୍ବରୁ ମଦ୍ୟପାନ କିମ୍ବା ଧୂମପାନ ଠାରୁ ଦୂରେଇ ରୁହନ୍ତୁ।

୭- ଏପରିକି ରକ୍ତଦାନ କରିବା ପୂର୍ବରୁ ସୋଡା ପିଇବା ମଧ୍ୟ ଶରୀର ପାଇଁ ମାରାତ୍ମକ ହୋଇପାରେ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos