ଅବିଶ୍ୱସନୀୟ ! ସାପର ବି ଅଛି ଗୋଡ଼ ଓ ନଖ

ସାପକୁ ସମସ୍ତଙ୍କର ଭୟ। ଆପଣ ବି ଡରୁଥିବେ। ଯଦି ଗୋଡ଼ ଥିବା ସାପ ଆପଣଙ୍କ ଆଗକୁ ଚାଲି ଆସିବ କ’ଣ କରିବେ ଚିନ୍ତା କରନ୍ତୁ ତ। ସାପର ଗୋଡ ଥିବା କଥା ଶୁଣି ଆପଣ ଭାବୁଥିବେ ଆମ ମୁଣ୍ଡ ଖରାପ ହୋଇଯାଇଛି। ହେଲେ ଏ କଥା ସମ୍ପୂର୍ଣ ସତ। ଖାଲି ଗୋଡ ନାହିଁ ନଖ ବି ଅଛି। ଏପରି ଏକ ଗୋଖର ସାପ ଉଦ୍ଧାର ହୋଇଛି ତେଲେଙ୍ଗାନା ରାଜ୍ୟ ଖମ୍ମମ୍‌ ଜିଲ୍ଲାର ରାମପୁର ଗାଁର ଜଣେ ଚାଷୀଙ୍କ […]

snake

snake

Rakesh Mallick
  • Published: Friday, 23 June 2017
  • Updated: 23 June 2017, 09:21 PM IST

Sports

Latest News

ସାପକୁ ସମସ୍ତଙ୍କର ଭୟ। ଆପଣ ବି ଡରୁଥିବେ। ଯଦି ଗୋଡ଼ ଥିବା ସାପ ଆପଣଙ୍କ ଆଗକୁ ଚାଲି ଆସିବ କ’ଣ କରିବେ ଚିନ୍ତା କରନ୍ତୁ ତ। ସାପର ଗୋଡ ଥିବା କଥା ଶୁଣି ଆପଣ ଭାବୁଥିବେ ଆମ ମୁଣ୍ଡ ଖରାପ ହୋଇଯାଇଛି। ହେଲେ ଏ କଥା ସମ୍ପୂର୍ଣ ସତ। ଖାଲି ଗୋଡ ନାହିଁ ନଖ ବି ଅଛି। ଏପରି ଏକ ଗୋଖର ସାପ ଉଦ୍ଧାର ହୋଇଛି ତେଲେଙ୍ଗାନା ରାଜ୍ୟ ଖମ୍ମମ୍‌ ଜିଲ୍ଲାର ରାମପୁର ଗାଁର ଜଣେ ଚାଷୀଙ୍କ ଘରୁ। ଏହି ପ୍ରଜାତିର ସାପ ୯୦୦ କୋଟି ବର୍ଷ ପୂର୍ବରୁ ଲୁପ୍ତ ହୋଇ ଯାଇଥିଲେ ବୋଲି କୁହାଯାଉଥିଲା।

cobra1ଚାଷୀ ଜଣଙ୍କ ସାପକୁ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ବିଳମ୍ବ ନ କରି ସେଠାରେ ପହଞ୍ଚି ଯାଇ ସାପଟିକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ସାପର ମଝାମଝିରେ ଗୋଡ଼ ଓ ନଖ ଥିବା ଦେଖିବାକୁ ମିଳିଥିଲା। ସାପଟିର ଲମ୍ବ ପ୍ରାୟ ୬ ଫୁଟ୍‌ ହେବ। ଏହା ପ୍ରଚାରିତ ହେବା ପରେ ଏପରି ଏକ ସାପ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା।

୯୦୦ କୋଟି ବର୍ଷ ପୂର୍ବେ ବିଲୁକ୍ତ ହୋଇ ଯାଇଥିବା ଏହି ପ୍ରଜାତିର ସାପ ମିଳିବା ଜୀବବିଜ୍ଞାନୀଙ୍କ ମନରେ ଉତ୍ସାହ ଖେଳାଇ ଦେଇଛି। ତେବେ ଏହି ପ୍ରଜାତିର ସାପ ଏହି ଗୋଟିଏ ନା ଅଞ୍ଚଳରେ ଏମିତି ସାପ ଆହୁରି ଅଛନ୍ତି ତାକୁ ନେଇ ଅନୁସନ୍ଧାନ କରାଯିବ ଜରୁରୀ ହୋଇପଡ଼ିଛି। ଯଦି ଏପରି ସାପ ଆହୁରି ଅଛନ୍ତି ତା’ ହେଲେ ଏହା ନିଶ୍ଚିତ ଜୀବଜଗତ ପାଇଁ ଶୁଭ ସଙ୍କେତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos