ସ୍ୱାମୀ ବିକୁଛି ସ୍ତ୍ରୀର ସତୀତ୍ୱ:ସେକ୍ସ ବଜାରରେ ନିଲାମ୍‌ ହେଉଛି ସଂପର୍କ

ଭାରତୀୟ ପରମ୍ପରାରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କର ପଟ୍ଟାନ୍ତର ନାହିଁ। ଥରେ ହାତଗଣ୍ଠି ପଡ଼ିଲେ ଏହି ସମ୍ପର୍କର ଖିଅ ସାତ ଜନ୍ମ ପର୍ଯ୍ୟନ୍ତ ଲମ୍ବିଯାଏ। ଉଭୟଙ୍କ ମଧ୍ୟରେ ସ୍ନେହ, ଭଲ ପାଇବା ଏବଂ ଉତ୍ତମବୁଝାମଣା ଏକ ସୁନ୍ଦର ଜୀବନ ରଥକୁ ବାଟ କଢ଼ାଇ ନିଏ। ଏହି ଦାମ୍ପତ୍ୟ ଜୀବନରେ ଏମିତି କିଛି କଥା ଥାଏ ଯାହାକୁ ପ୍ରଘଟ କରାଯାଏ ନାହିଁ। ହେଲେ ବିଶ୍ୱାସର ସେହି ସେତୁବନ୍ଧ ଆଜି ଭୁଶୁଡ଼ି ଯାଇଛି। ରାତାରାତି ଧନି ହେବାର ନିଶା କେତେକଙ୍କୁ ଅନ୍ଧ […]

pppp-2

pppp-2

Rakesh Mallick
  • Published: Monday, 17 April 2017
  • Updated: 17 April 2017, 10:45 PM IST

Sports

Latest News

ଭାରତୀୟ ପରମ୍ପରାରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କର ପଟ୍ଟାନ୍ତର ନାହିଁ। ଥରେ ହାତଗଣ୍ଠି ପଡ଼ିଲେ ଏହି ସମ୍ପର୍କର ଖିଅ ସାତ ଜନ୍ମ ପର୍ଯ୍ୟନ୍ତ ଲମ୍ବିଯାଏ। ଉଭୟଙ୍କ ମଧ୍ୟରେ ସ୍ନେହ, ଭଲ ପାଇବା ଏବଂ ଉତ୍ତମବୁଝାମଣା ଏକ ସୁନ୍ଦର ଜୀବନ ରଥକୁ ବାଟ କଢ଼ାଇ ନିଏ। ଏହି ଦାମ୍ପତ୍ୟ ଜୀବନରେ ଏମିତି କିଛି କଥା ଥାଏ ଯାହାକୁ ପ୍ରଘଟ କରାଯାଏ ନାହିଁ। ହେଲେ ବିଶ୍ୱାସର ସେହି ସେତୁବନ୍ଧ ଆଜି ଭୁଶୁଡ଼ି ଯାଇଛି। ରାତାରାତି ଧନି ହେବାର ନିଶା କେତେକଙ୍କୁ ଅନ୍ଧ କରିଦେଇଛି। ଯୁଗ ବଦଳିବା ସାଙ୍ଗକୁ ବଦଳି ଯାଇଛି ସମ୍ପର୍କର ସଂଜ୍ଞା। କିଛି ସ୍ଥାନରେ ସ୍ତ୍ରୀର ଅଜାଣତରେ ସ୍ୱମୀ ତା’ର ସତୀତ୍ୱକୁ ନିଲାମ କରୁଛି ଆଉ କେହି କେହି ଦମ୍ପତ୍ତି ଜାଣିଶୁଣି ଏଭଳି ଲଜ୍ଜାଜନକ କାମ କରିବାକୁ ପଛାଉ ନାହାନ୍ତି। ଏଥିପାଇଁ  ଇଣ୍ଟରନେଟ ହିଁ ମୁଖ୍ୟ ମାଧ୍ୟମ ପାଲଟିଛି।

କିଏ ନିଜ ସ୍ତ୍ରୀର ନଗ୍ନ ଭିଡିଓକୁ ପର୍ଣ୍ଣ ସାଇଟ୍‌ରେ ଛାଡ଼ୁଛି ତ’ ଆଉ କେହି ଦମ୍ପତ୍ତି ବୁଝାମଣାରେ ଏମିତି ଭିଡିଓକୁ ପର୍ଣ୍ଣ ସାଇଟରେ ଛାଡ଼ି ମାଲାମାଲ ହେଉଛନ୍ତି ହାଇଦ୍ରାବାଦର  ଜଣେ ସଫ୍ଟେୱେର ଇଂଞ୍ଜିନିୟର ନିଜ ପତ୍ନୀର ଲାଇଭ ସେକ୍ସକୁ ପର୍ଣ୍ଣ ସାଇଟରେ ଛାଡ଼ିବା ଏବଂ ପରେ ଗିରଫ ହେବା ପରେ ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି।  ଏହି ଇଂଞ୍ଜନିୟର ଛାତ୍ର ଜଣକ ନିଜ ପତ୍ନୀର ଅଜାଣତରେ ଏଭଳି କାରନାମା କରି ଆସୁଥିଲା। ପ୍ରାୟ ୬ ମାସ ଧରି ଏମିତି ଅପରାଧ କରିବା ପରେ ଧରାପଡ଼ିଥିଲା। ମିଳିଥିବା ରିପୋର୍ଟ ଅନୁଯାୟୀ ଲାଇଭ ସେକ୍ସକୁ ଇଣ୍ଟରନେଟରେ ବିକି ନୂଆ ଦମ୍ପତ୍ତିମାନେ ଦିନକୁ ୬୦ ହଜାର ଟଙ୍କା କମାଉ ଥିବା ବେଳେ ପୁରୁଣା ଦମ୍ପତ୍ତି  ଦିନକୁ ୧୫ ଲକ୍ଷ ଟଙ୍କା ପାଉଛନ୍ତି। ୧୫ ଲକ୍ଷ ଟଙ୍କା କମାଉଥିବା ଦମ୍ପତ୍ତିମାନେ ଏ କ୍ଷେତ୍ରରେ ଖୁବ୍‌ ଅଭିଜ୍ଞ । ଏମାନଙ୍କ  ସେକ୍ସ ଭିଡିଓ ପର୍ଣ୍ଣସାଇଟରେ ଲାଇଭ ଚାଲେ ।

ହେଲେ କେଉଁ ସାଇଟ୍‌କୁ ବିକିଲେ କେତେ ଟଙ୍କା ଆସିବ ଏମାନେ ମୂଲଚାଲ କରିବାରେ ମାହିର।  ରିପୋର୍ଟ କହୁଛି ଏଭଳି ୨୦୦୦ରୁ ଉର୍ଦ୍ଧ ପର୍ଣ୍ଣ ସାଇଟ୍‌ ରହିଛି। ଆଉ ଡିଜିଟାଲ ମାଧ୍ୟମରେ ଟଙ୍କା କାରବାର ହୁଏ। ଏମିତି କିଛି ତଥ୍ୟ ସର୍ଭେ କରି ମେଲ ଟୁଡେ ପକ୍ଷରୁ ପ୍ରକାଶ ଏକ ରିପୋର୍ଟ ପାଇଛି।  ଗ୍ରାହକମାନଙ୍କୁ କିଭଳି ଆକର୍ଷିତ କରିହେବ ତାର କୌଶଳ ଏହି ଦମ୍ପତ୍ତିମାନଙ୍କୁ ବେଶ ଜଣା। ଫିଲ୍ମର ଟ୍ରେଲର ଭଳି ପ୍ରଥମେ କିସ ଆଉ କିଛି  ସେକ୍ସ ଟୟ ଝଲକ ୱେବ ସାଇଟ୍‌ରେ ଆସେ। ସେହି ଅନୁଯାୟୀ ଡିମାଣ୍ଡ ବଢିଲେ ଟଙ୍କା ଛିଡ଼େ। ଆଉ ତା’ପରେ ପୂରା ଭିଡିଓ ଲାଇଭ ଚାଲେ।

ଏମିତି କିଛି ଦମ୍ପତ୍ତି ଅଛନ୍ତି ଏହି କାମ କରି ଦିନକୁ ୩୫,୦୦୦ରୁ ୬୦,୦୦୦ ପର୍ଯ୍ୟନ୍ତ ଟଙ୍କା କମାଇଥାନ୍ତି। କେବଳ ଯେ, ଆନ୍ତର୍ଜାତୀୟ ପର୍ଣ୍ଣ ସାଇଟରେ ଏଗୁଡ଼ିକ ପ୍ରସାରଣ ହେଉଛି ସେ କଥା ନୁହଁ ଭାରତରେ ମଧ୍ୟ ଏହି ପର୍ଣ୍ଣ ଭିଡିଓ ପ୍ରସାରଣ ନେଇ ମୂଲଚାଲ ହେଉଛି। ସାଇବର ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଆଇଟି ଆକ୍ଟ ୨୦୦୦, ଧାରା ୬୭ଏ ଅନୁଯାୟୀ ଏହା ଏକ ଅପରାଧିକ କାର୍ଯ୍ୟକଳାପ। ହାଇଦ୍ରାବଦ ଘଟଣାରେ ଆଇପି ଆଡ୍ରେସକୁ ଟ୍ରାକିଂ କରି ପୋଲିସ ଅନେକ ଗୁପ୍ତ ତଥ୍ୟ ପାଇଥିଲା। ଏପରିକି ସଂପୃକ୍ତ ଯୁବକର ବ୍ୟାଙ୍କ ଆକାଉଣ୍ଟରେ କେତେ କାରବାର ହେଉଥିଲା ସେ ସବୁ ତଥ୍ୟ ପୋଲିସ ଜାଣିପାରିଥିଲା। ସମ୍ପୃକ୍ତ ଯୁବକ ଜଣକ ଦିନକୁ ୩୫ ହଜାର ଟଙ୍କା କମାଉ ଥିଲା ବୋଲି ପୋଲିସ ନିକଟରେ ସ୍ୱୀକାର କରିଛି। ଏପରିକି ଯୁବକ ଜଣକ ପର୍ଣ୍ଣ ଷ୍ଟାର ସନିନିଓନିଙ୍କୁ ଫଲୋ କରି ଏମିତି କାରବାର ପାଇଁ ମନବଳାଇଥିଲା ବୋଲି ପ୍ରକାଶ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos