ପ୍ରେମକୁ ପରିବାର କହିଲା ନା, ଫେସ୍‌ବୁକ୍‌ ଲାଇଭ୍‌ କରି ବିବାହ କଲେ ପ୍ରେମୀଯୁଗଳ

ତୁମାକୁରୁ (କର୍ଣ୍ଣାଟକ): ପ୍ରେମ ମାନେନି ଜାତି ଧର୍ମ । ଏହା ଏମିତି ଏକ ଅନୁଭବ କେତେବେଳେ କାହା ହୃଦୟରେ ଜାଗି ଉଠିଥାଏ ତାର କୌଣସି ସମୟ ନଥାଏ।  ନିଜ ପ୍ରେମକୁ ସଫଳ କରିବାକୁ ପରିବାର ଓ ଦୁନିଆସହ ଲଢ଼ିବାକୁ ପଛାନ୍ତି  ନାହିଁ ପ୍ରେମୀଯୁଗଳ। ନିକଟରେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କର୍ଣ୍ଣାଟକର ତୁମାକୁରୁ ଜିଲ୍ଲାର ମଧୁଗିରିରେ। ସେଠାରେ  ରହୁଥିବା ୨୫ ବର୍ଷୀୟ କିରଣ କୁମାର  ଓ ୧୯ ବର୍ଷୀୟ ଟି. ଅର୍ପିତା ପରସ୍ପରକୁ ଭଲ […]

COUPLE

COUPLE

Ordigital Desk
  • Published: Wednesday, 15 August 2018
  • Updated: 15 August 2018, 11:18 AM IST

Sports

Latest News

ତୁମାକୁରୁ (କର୍ଣ୍ଣାଟକ): ପ୍ରେମ ମାନେନି ଜାତି ଧର୍ମ । ଏହା ଏମିତି ଏକ ଅନୁଭବ କେତେବେଳେ କାହା ହୃଦୟରେ ଜାଗି ଉଠିଥାଏ ତାର କୌଣସି ସମୟ ନଥାଏ।  ନିଜ ପ୍ରେମକୁ ସଫଳ କରିବାକୁ ପରିବାର ଓ ଦୁନିଆସହ ଲଢ଼ିବାକୁ ପଛାନ୍ତି  ନାହିଁ ପ୍ରେମୀଯୁଗଳ।

ନିକଟରେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କର୍ଣ୍ଣାଟକର ତୁମାକୁରୁ ଜିଲ୍ଲାର ମଧୁଗିରିରେ। ସେଠାରେ  ରହୁଥିବା ୨୫ ବର୍ଷୀୟ କିରଣ କୁମାର  ଓ ୧୯ ବର୍ଷୀୟ ଟି. ଅର୍ପିତା ପରସ୍ପରକୁ ଭଲ ପାଉଥିଲେ। କିନ୍ତୁ ପରିବାର ଲୋକ ରାଜି ନ ହେବାରୁ ଶୁକ୍ରବାର ଉତ୍ତର ବେଙ୍ଗାଲୁରୁର ହେସାରଗଟ୍ଟାରେ ଅବସ୍ଥିତ ଏକ ମନ୍ଦିରରେ ବିବାହ କରିଥିଲେ।

ତେବେ ଏମାନେ ପରିବାର ଲୋକଙ୍କୁ ଚାଲେଞ୍ଜ୍‌ କରି ବିବାହକୁ ଫେସ୍‌ବୁକ୍‌ ଲାଇଭ୍‌ କରିଥିଲେ।

ଦୁହେଁ ଭିନ୍ନ ଭିନ୍ନ ଜାତିର ହୋଇଥିବା କାରଣରୁ ଉଭୟଙ୍କ ଘର ଲୋକ ଏହି ବିବାହ ପାଇଁ ରାଜି ହୋଇନଥିଲେ। ସେମାନେ କିଛି ଦିନ ପର୍ଯ୍ୟନ୍ତ ଘର ଲୋକଙ୍କୁ ରାଜି କରାଇବା ପାଇଁ ଅପେକ୍ଷା କରିଥିଲେ।  କିନ୍ତୁ ପରିବାର ଲୋକେ ମାନି ନଥିଲେ। ଶେଷରେ ସମସ୍ତଙ୍କୁ ଦେଖାଇବା ପାଇଁ ଦୁହେଁ ଏକ ମନ୍ଦିରରେ  ଫେସ୍‌ବୁକ୍‌ ଲାଇଭ୍‌ କରି ବାହା ହୋଇଥିଲେ।

ବିବାହ ପରେ ଯୁବତୀ ଜଣକ ସୋଶାଲ୍ ମିଡିଆରେ ଏକ ଭିଡିଓ  ଶେୟାର କରିଛନ୍ତି। ସେଥିରେ ସେ କହିଛନ୍ତି, ‘‘ଆମେ ପରସ୍ପରକୁ ଭଲପାଉଛୁ। ଆଉ ବିବାହ  ମଧ୍ୟ କରିସାରିଲୁଣି। ଆମ ସମ୍ପର୍କକୁ ଭାଙ୍ଗିବାକୁ  ଚେଷ୍ଟା କଲେ ଆମେ ଆମ ଜୀବନ ଦେଇଦେବୁ।’’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story