ଦିଲ୍ଲୀପ ନାୟକ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତ ରାଜୁ ଗିରଫ ହେବ କେବେ ?  

ଭୁବନେଶ୍ୱର: ପାତ୍ରପଡା ଦିଲ୍ଲୀପ ନାୟକ ହତ୍ୟା ମାମଲାର ୧୮ଦିନ ପରେ ବି ପୋଲିସ ମୁଖ୍ୟ ଅଭିଯୁକ୍ତ ରାଜୁ ବାରିକର ପତ୍ତା ପାଉନାହିଁ। ରାଜୁ ରାଜ୍ୟ ବାହାରକୁ ପଳାଇଥିବା ପୋଲିସ ସନ୍ଦେହ କରୁଛି । ସେ ଶୀଘ୍ର ଧରା ନ ପଡିଲେ ଆଇନ ଅନୁଯାୟୀ ଏନବିଡବ୍ଲୁ ଜାରି କରିବା ପାଇଁ ପୋଲିସ ସଜାବାଜ ହେଉଛି। ସେପଟେ ରାଜୁଙ୍କୁ ଗିରଫ କରା ନ ଗଲେ ଆନ୍ଦୋଳନକୁ ଓହ୍ଲାଇବାକୁ ମୃତ ଦିଲ୍ଲୀପଙ୍କ ପରିବାର ଓ ସ୍ଥାନୀୟ ଲୋକେ ଚେତାବନୀ ଦେବା ପରେ […]

raju barik

raju barik

Rakesh Mallick
  • Published: Monday, 06 July 2015
  • Updated: 06 July 2015, 11:16 AM IST

Sports

Latest News

ଭୁବନେଶ୍ୱର: ପାତ୍ରପଡା ଦିଲ୍ଲୀପ ନାୟକ ହତ୍ୟା ମାମଲାର ୧୮ଦିନ ପରେ ବି ପୋଲିସ ମୁଖ୍ୟ ଅଭିଯୁକ୍ତ ରାଜୁ ବାରିକର ପତ୍ତା ପାଉନାହିଁ। ରାଜୁ ରାଜ୍ୟ ବାହାରକୁ ପଳାଇଥିବା ପୋଲିସ ସନ୍ଦେହ କରୁଛି । ସେ ଶୀଘ୍ର ଧରା ନ ପଡିଲେ ଆଇନ ଅନୁଯାୟୀ ଏନବିଡବ୍ଲୁ ଜାରି କରିବା ପାଇଁ ପୋଲିସ ସଜାବାଜ ହେଉଛି। ସେପଟେ ରାଜୁଙ୍କୁ ଗିରଫ କରା ନ ଗଲେ ଆନ୍ଦୋଳନକୁ ଓହ୍ଲାଇବାକୁ ମୃତ ଦିଲ୍ଲୀପଙ୍କ ପରିବାର ଓ ସ୍ଥାନୀୟ ଲୋକେ ଚେତାବନୀ ଦେବା ପରେ ପୋଲିସର ଚିନ୍ତା ବଢିଯାଇଛି।raju barik

ରାଜୁ ଗିରଫ ନ ହେବାକୁ ନେଇ ନାନା କଥା ଶୁଣିବାକୁ ମିଳୁଛି । ଆଲୋଚନା ହେଉଛି ଯେ, ରାଜୁ ରାଜନୈତିକ ଛତ୍ରଛାୟା ତଳେ ଥିବାରୁ ପୋଲିସ ତାକୁ ଗିରଫ କରିବାକୁ ସାହାସ କରୁନାହିଁ । ପୋଲିସ ରାଜୁ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାରେ ବିଫଳ ହେଉଛି । ଅନ୍ୟପକ୍ଷେ ରାଜୁ ପୋଲିସ ଗିତିବିଧିର ଟିଖିନିଖି ଖବର ରଖୁଛି । ଯାହା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ରାଜୁ ରାଜ୍ୟରେ ଅଛି ନା ବାହାରକୁ ଚାଲିଯାଇଛି ତାହାର ସୂଚନା ମଧ୍ୟ କାହା ପାଖରେ ନାହିଁ । ରାଜୁଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ତେବେ ସେ ଧରାପଡିବାରେ ବିଳମ୍ବ ହେଲେ ପୋଲିସ ତାଙ୍କ ବିରୋଧରେ କୋର୍ଟରେ ଆବେଦନ କରି ଏନବିଡବ୍ଲୁ ଜାରି କରିବେ ବୋଲି ପୋଲିସ କମିଶନର ଡ.ଆର.ପି. ଶର୍ମା କହିଛନ୍ତି । ଏପରି କି ସିଆରପିସି ଧାରା ୮୨ ବଳରେ ରାଜୁକୁ ପଳାତକ ବୋଲି କୋର୍ଟ ଘୋଷଣା କରବା ନେଇ ପୋଲିସ ଯୋଜନା କରୁଛି। ସେହିପରି ସିଆରପିସି ଧାରା ୮୩ ବଳରେ ରାଜୁର ସ୍ଥାବର, ଅସ୍ଥାବର ସମ୍ପତ୍ତି ବ୍ୟାଜ୍ୟାପ୍ତି କରିବା ପାଇଁ ପୋଲିସ କୋର୍ଟରେ ଆବେଦନ କରିବ ବୋଲି କମିଶନର କହିଛନ୍ତି। ରାଜୁ କିପରି ଆତ୍ମସମର୍ପଣ କରିବ ସେଥିପାଇଁ ଚାପ ପ୍ରୟୋଗ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ।patrapadahatya

ଗତ ୨ ତାରିଖରେ ରାଜୁର ଭାଇ ଜୟ ବାରିକଙ୍କ ସହ ୩ଜଣଙ୍କୁ ଗିରଫ କରିଥିଲା ପୋଲିସ। ଗିରଫ ପରେ ଦିଲ୍ଲୀପ ହତ୍ୟା ଘଟଣାର କିଛି ଗୁମର ଜୟ ଖୋଲିଥିଲା । ହତ୍ୟାକାଣ୍ଡରେ ଦୁଇଟି ବନ୍ଧୁକ ବ୍ୟବହାର ହୋଇଥିବା ବେଳେ ଦିଲ୍ଲୀପ ଉପରକୁ ୪ ରାଉଣ୍ଡ ଗୁଳି ଚଳାଯାଇଥିଲା । ରାଜୁ ଶେଷ ଗୁଳି ମାରିଥିବା ତାର ଭାଇ ଜୟ ପ୍ରକାଶ କରିଛି। ଏହି ହତ୍ୟାକାଣ୍ଡରେ ରାଜୁକୁ ମିଶାଇ ୨୧ ଜଣ ଅଭିଯୁକ୍ତ ଏବେ ଫରାର ଅଛନ୍ତି । ପୋଲିସ କେବେ ଏମାନଙ୍କୁ ଗିରଫ କରୁଛି ତାହା ଦେଖିବାକୁ ବାକି ରହିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ରାଜୁ ବାରିକର ବିଭିନ୍ନ ଲୋକଙ୍କ ସହ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । କେତେବେଳେ ରାଜନୈତିକ ନେତାଙ୍କ ସହ ତ ଆଉ କେତେବେଳେ ଓଲିଉଡ ଲୋକଙ୍କ ସହ ସମ୍ପର୍କ ଥିବାର ଫଟୋ ବିଭିନ୍ନ ମିଡିଆରେ ଦେଖିବାକୁ ମିଳୁଛି । ଏହାଛଡା ରାଜୁ ନିଜେ ଜଣେ ଭଜନ ଗାୟକ। କେତେବେଳେ ଷ୍ଟେଜ୍ ଶୋ ତ ଆଉ କେତେବେଳେ ନିଜ କ୍ୟାସେଟରେ ଅଭିନୟ କରିଛନ୍ତି ।

ସୂଚନାଯୋଗ୍ୟ ଗତ ଜୁନ୍ ୧୮ ତାରିଖରେ ପାତ୍ରପଡା ଅଞ୍ଚଳରେ ଠିକାଦାର ଦିଲ୍ଲୀପ ନାୟକଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos