ମିଛ ଝିଅ, ମିଛ ନିଆଁ, ମିଛ କାହାଣୀ; ବେସରମ ବାପାର ବୀମା ଘୋଟାଲା

fire

ଟଙ୍କା କାହାର ଅବା ଦରକାର ନାହିଁ? ଟଙ୍କା ରୋଜଗାର କରିବାକୁ କିଏ ଚାକିରି କରେ, କିଏ ବ୍ୟବସାୟ କରେ ତ କିଏ ଚାଷବାସ କରେ। କିନ୍ତୁ ଆଉ ଅନେକ ଅଛନ୍ତି ଫନ୍ଦି ଫିକର କରି ବେଆଇନ ଭାବେ ଅର୍ଥ ରୋଜଗାର କରନ୍ତି। ହେଲେ କଥାରେ ଥିଲା ଭଳି ଚୋର ଘର ସବୁ ବେଳେ ଅନ୍ଧାର ନଥାଏ। ଅର୍ଥାତ୍ ଦିନେ ନା ଦିନେ ଏମାନେ ଧରାପଡ଼ନ୍ତି। ଏମିତି କିଛି ଘଟିଛି ଗୁଜରାଟର ରମେଶ ପଟେଲଙ୍କ ସହିତ।

ରମେଶ ହେଉଛନ୍ତି ସୁରଟ ଜିଲ୍ଲାର ମୁଲାଦ ଗାଁର ବାସିନ୍ଦା। ସେ ଜଣେ ପରିବା ବେପାରୀ। କିନ୍ତୁ ରାତାରାତି ପ୍ରଚୁର ଟଙ୍କା ରୋଜଗାର କରିବାର ସ୍ୱପ୍ନ ଦେଖି ଏବେ ସେ ବନ୍ଦ ହୋଇଯାଇଛନ୍ତି ଜେଲ୍‌ର ଚାରି କାନ୍ଥରେ।

ରମେଶଙ୍କ ଦିମାକ୍‌କୁ ମାନିବାକୁ ପଡ଼ିବ। ମୂଳରୁ ସେ ଗୋଟିଏ ବି ଝିଅର ବାପା ନୁହଁନ୍ତି। କିନ୍ତୁ ଚାରୋଟି ଝିଅର ବାପା ବୋଲି ଏଲ୍‌ଆଇସିର କାଗଜପତ୍ରରେ ଥିଲା ତାଙ୍କର ପରିଚୟ। ସେ ମିଛ ପ୍ରମାଣପତ୍ର ଯୋଗାଡ଼ କରି ଏଲ୍‌ଆଇସିରୁ ଚାରୋଟି ଇନ୍‌ସ୍ୟୁରାନ୍ସ ପଲିସି କିଣି ଥିଲେ। ଏହି ଚାରୋଟି ପଲିସି ସେ ତାଙ୍କର ଆଦୌ ନ ଥିବା ଚାରି ଝିଅଙ୍କ ନାଁରେ କିଣି ଥିଲେ। ପ୍ରତ୍ୟେକ ଇନ୍‌ସ୍ୟୁରାନ୍ସ ପଲିସିର ମୂଲ୍ୟ ୫ ଲକ୍ଷ ଟଙ୍କା ଲେଖାଏଁ ଥିଲା। ତାଙ୍କର ମିଛ ଝିଅଙ୍କ ବୟସ ୮ ରୁ ୧୨ ବର୍ଷ ମଧ୍ୟରେ ରହିଥିଲା।

ମୁଣ୍ଡ ଖଟେଇ ପଲିସି କିଣି ଦେଇଥିଲେ। ତା’ପରେ ପଲିସି ଅର୍ଥ ହାତେଇବା ପାଇଁ ମୁଣ୍ଡକୁ ଆଉ ଟିକେ ଅଧିକ ଖଟେଇଲେ। ବୁଦ୍ଧି ଖଟେଇ ଯେଉଁ ଉପାୟଟି ପାଞ୍ଚିଲେ ତାକୁ ଗତ ମାର୍ଚ୍ଚ ୧୩ ତାରିଖରେ କାମରେ ଲଗାଇଲେ। ଗ୍ୟାସ୍ ସିଲିଣ୍ଡର ଲିକ୍ କରି ଘରେ ନିଆଁ ଲଗାଇ ଦେଲେ। ହେଲେ ଖାଲି ନିଆଁ ଲଗାଇ ଦେଇ ନ ଥିଲେ। ନିଆଁ ଲଗାଇବା ପୂର୍ବରୁ ଘର ଭିତରେ ଚାରୋଟି ଘୁଷୁରି ଛାଡ଼ି ଦେଇଥିଲେ। ଘୁଷୁରି ଛାଡ଼ିବାର କାରଣ- ସେମାନଙ୍କ ମୃତଦେହକୁ ଝିଅମାନଙ୍କ ଶବ ଭାବେ ଦର୍ଶାଇ ଥାଆନ୍ତେ। ସେମିତି ସେ କରିଥିଲେ ମଧ୍ୟ। ଘର ପୋଡ଼ିରେ ଝିଅମାନଙ୍କ ମୃତ୍ୟୁ ହୋଇଛି କହି ଏଲ୍‌ଆଇସି ଅଫିସ୍ ଯାଇ ଇନ୍‌ସ୍ୟୁରାନ୍ସ ଅର୍ଥ ବାବଦକୁ୨୦ ଲକ୍ଷ ଟଙ୍କା ଦାବି କରି ଆବେଦନ କରି ଥିଲେ। କିନ୍ତୁ ଏଲ୍‌ଆଇସି ଅଧିକାରୀଙ୍କର ସନ୍ଦେହ ହେଲା। ତଦନ୍ତ ପରେ ରମେଶଙ୍କ କରନାମା ଧରାପଡ଼ି ଗଲା।

Previous ArticleNext Article

Send this to a friend