ଭାରି ପଡ଼ିଲା ମାଛ ଧରିବାର ମଜା; କ’ଣ ହେଲା ପଢ଼ନ୍ତୁ ଓ ଦେଖନ୍ତୁ

fishattack

ଫ୍ଳୋରିଡା: ଆପଣ କେବେ ମାଛ ଧରିବାକୁ ଚେଷ୍ଟା କରିଛନ୍ତି? ଯଦି ନୁହେଁ, ଏହି ଖବର ପଢ଼ିବା ପରେ ଆପଣ ହୁଏତ ଆଉ କେବେବି ମାଛ ଧରିବାକୁ ଚେଷ୍ଟା କରିବେ ନାହିଁ।

ଫ୍ଲୋରିଡ଼ାର ଜଣେ ବ୍ୟକ୍ତି ମାଛ ଧରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ବଡ଼ ମାଛ ତାଙ୍କ ଉପରକୁ ଆକ୍ରମଣ କରିଥିଲା। ମାଛଟି ଏକାଥରକେ ତାଙ୍କ ହାତଟିକୁ ତା’ ପାଟିରେ କାମୁଡ଼ି ଧରିଥିଲା। ସେ ଜୋରରେ ଚିତ୍କାର କରିଥିଲେ। ବ୍ୟକ୍ତି ଜଣଙ୍କ ତାଙ୍କ ହାତଟିକୁ ମାଛ ମୁହଁରୁ ବାହାର କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସଫଳ ହୋଇପାରି ନ ଥିଲେ।  ସେଠାରେ ଉପସ୍ଥିତ ଥିବା ଲୋକେ ମାଛ ମୁହଁରୁ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ଶେଷରେ ବହୁ ଚେଷ୍ଟା ପରେ ମାଛଟି ପାଣି ଭିତରକୁ ଚାଲି ଯାଇଥିଲା।  ମାଛଟିର ଲମ୍ୱ ପ୍ରାୟ ୫ ଫୁଟ୍‌ ଥିଲା।

ଏକ ଟିଭି ଚ୍ୟାନେଲ୍‌ ଏହି ଭିଡିଓକୁ ୟୁଟ୍ୟୁବ୍‌ରେ ପୋଷ୍ଟ କରିଛି।

Previous ArticleNext Article

Send this to a friend